କଟକ ଷ୍ଟେଶନରୁ ଜବତ ହେଲା ପୁଳାପୁଳା ଟଙ୍କା

କଟକ(ଓଡ଼ିଶା ରିପୋର୍ଟର):  କଟକ ଷ୍ଟେସନରୁ ଜବତ ହେଲା  ଟଙ୍କା ଭର୍ତ୍ତି ୪ଟି ବ୍ୟାଗ୍  । ଉକ୍ତ ବ୍ୟାଗଗୁଡ଼ିକରେ କେବଳ ନୂଆ ୧୦ ଟଙ୍କିଆ,  ୨୦ ଟଙ୍କିଆ ନୋଟ୍‌ ଭର୍ତ୍ତି ହୋଇଛି। ସନ୍ଦେହ ହେବାରୁ ଆରପିଏଫ ଓ ଜିଆରପି ପୁଲିସ୍‌ ବ୍ୟାଗ୍‌ ତଲାସି କରି ଏହି ଟଙ୍କା ଜବତ କରିଛି। ବ୍ୟାଗ୍‌ରେ ଟଙ୍କା ନେଉଥିବା ଏ.କେ ସିଂ ନାମକ ବ୍ୟକ୍ତି ଏନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାକୁ ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। […]

cuttack station

cuttack station

Niharika Rout
  • Published: Wednesday, 08 December 2021
  • Updated: 08 December 2021, 12:40 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):  କଟକ ଷ୍ଟେସନରୁ ଜବତ ହେଲା  ଟଙ୍କା ଭର୍ତ୍ତି ୪ଟି ବ୍ୟାଗ୍  । ଉକ୍ତ ବ୍ୟାଗଗୁଡ଼ିକରେ କେବଳ ନୂଆ ୧୦ ଟଙ୍କିଆ,  ୨୦ ଟଙ୍କିଆ ନୋଟ୍‌ ଭର୍ତ୍ତି ହୋଇଛି। ସନ୍ଦେହ ହେବାରୁ ଆରପିଏଫ ଓ ଜିଆରପି ପୁଲିସ୍‌ ବ୍ୟାଗ୍‌ ତଲାସି କରି ଏହି ଟଙ୍କା ଜବତ କରିଛି। ବ୍ୟାଗ୍‌ରେ ଟଙ୍କା ନେଉଥିବା ଏ.କେ ସିଂ ନାମକ ବ୍ୟକ୍ତି ଏନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାକୁ ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ଆଜି ସକାଳେ ରାଜଧାନୀ ଏକ୍ସପ୍ରେସରେ ଏ.କେ ସିଂ ନାମକ ବ୍ୟକ୍ତି ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ବାହାରିଥିଲେ। ସେ ଉକ୍ତ ଟଙ୍କା ବ୍ୟାଗ୍‌ଗୁଡ଼ିକୁ ଭୁବନେଶ୍ୱରରୁ ଆଣିଥିଲେ ମଧ୍ୟ ସେଠାରେ ପୁଲିସ୍‌ ନଜରରୁ ଖସି ଆସିଥିଲେ। ମାତ୍ର କଟକ ଷ୍ଟେଶନରେ ପହଞ୍ଚିବା ପରେ ସନ୍ଦେହ ହେବାରୁ ପୁଲିସ୍‌ ତାଙ୍କ ବ୍ୟାଗ୍‌ ଯାଞ୍ଚ କରିଥିଲା।

ଯାଞ୍ଚ ସମୟରେ ପୁଳାପୁଳା ୧୦ ଓ ୨୦ ଟଙ୍କିଆ ବିଡ଼ା ନୋଟ ଜବତ ହୋଇଛି। ଉକ୍ତ ଟଙ୍କା କାହାର, କେଉଁଠିକୁ ଯାଉଥିଲା, କେଉଁଠୁ ଆସିଲା ସେ ନେଇ  ଏ.କେ ସିଂ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ। ଏହାପରେ ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏ.କେ ସିଂ ଉକ୍ତ ୪ଟି  ବ୍ୟାଗ୍‌ରେ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଧରି ଯାଉଥିବା ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos