ଓଡ଼ିଶାରେ ବନ୍ଦ ହେଲା ସବୁ କୋଭିଡ୍ ହସ୍ପିଟାଲ: କେବଳ ସମ୍ ଓ ଆଦିତ୍ୟରେ ୧୦୦ ବେଡ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଏବେ ପ୍ରାୟ ୧୧୧୦ଜଣ ସକ୍ରିୟ କରୋନା ସଂକ୍ରମିତ ରହିଥିଲେ ମଧ୍ୟ ରାଜ୍ୟ ସରକାର ମାର୍ଚ୍ଚ ୧ରୁ ସମସ୍ତ କୋଭିଡ୍ ହସ୍ପିଟାଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଟେକନିକାଲ କମିଟିର ସୁପାରିଶ ଓ ଜିଲ୍ଲାପାଳମାନଙ୍କ ପ୍ରସ୍ତାବ ଆଧାରରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ନିଷ୍ପତ୍ତି ନେଇଛି । ରାଜ୍ୟର ସବୁ ଘରୋଇ ହସ୍ପିଟାଲରେ କୋଭିଡ୍ ଚିକିତ୍ସାକୁ ମାର୍ଚ୍ଚ ୧ରୁ ବନ୍ଦ କରାଯାଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମକୁ ଏଥିରୁ […]

covid-bed

covid-bed

Ordigital Desk
  • Published: Wednesday, 09 March 2022
  • Updated: 09 March 2022, 10:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଏବେ ପ୍ରାୟ ୧୧୧୦ଜଣ ସକ୍ରିୟ କରୋନା ସଂକ୍ରମିତ ରହିଥିଲେ ମଧ୍ୟ ରାଜ୍ୟ ସରକାର ମାର୍ଚ୍ଚ ୧ରୁ ସମସ୍ତ କୋଭିଡ୍ ହସ୍ପିଟାଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଟେକନିକାଲ କମିଟିର ସୁପାରିଶ ଓ ଜିଲ୍ଲାପାଳମାନଙ୍କ ପ୍ରସ୍ତାବ ଆଧାରରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ନିଷ୍ପତ୍ତି ନେଇଛି । ରାଜ୍ୟର ସବୁ ଘରୋଇ ହସ୍ପିଟାଲରେ କୋଭିଡ୍ ଚିକିତ୍ସାକୁ ମାର୍ଚ୍ଚ ୧ରୁ ବନ୍ଦ କରାଯାଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମକୁ ଏଥିରୁ ଦୂରେଇ ରଖାଯାଇଛି । ଭୁବନେଶ୍ୱର ମହାନଗରରେ କେତେ କୋଭିଡ୍ ବେଡ୍ ରହିବ ତା’ର ବାସ୍ତବ ସ୍ଥିତିକୁ ଆକଳନ କରି ସମ୍ପୃକ୍ତ ମହାନଗରର କମିଶନର ନିଷ୍ପତ୍ତି ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ପତନ୍ତ୍ର ସଚିବ ଡାକ୍ତର ଦୀନବନ୍ଧୁ ପଣ୍ଡା ଗତ ସପ୍ତାହରେ ସମସ୍ତ ଜିଲ୍ଲାପାଳ, ସବୁ ମହାନଗର ନିଗମର କମିାନର, ମେଡିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷ, ଭୀମସାର ଓ ଆଚାର୍ଯ୍ୟ ହରିହର କ୍ୟାନସର ଇନଷ୍ଟିଚ୍ୟୁଟ ନିର୍ଦ୍ଦେଶକଙ୍କୁ ଚିଠି ଳେଖି କୋଭିଡର ତୃତୀୟ ଲହରୀ ପାଇଁ ଜିଲ୍ଲାଗୁଡ଼ିକରେ ସକ୍ରିୟ କରାଯାଇଥିବା ଘରୋଇ କୋଭିଡ୍ ହସ୍ପିଟାଲ ଓ ସରକାରୀ ହସ୍ପିଟାଲରେ ବେଡ୍ ସଂଖ୍ୟା ହ୍ରାସ/ସମ୍ପୂର୍ଣ୍ଣ ବନ୍ଦ ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ୨୦୨୨ ଫେବୃୟାରୀ ୧୬ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ଚିଠି ଲେଖାଯାଇଥିଲା । ତେବେ ଟେକନିକାଲ କମିଟିର ସୁପାରିଶକୁ ବିଚାର କରିବା ପରେ ରାଜ୍ୟ ସରକାର କୋଭିଡ୍ ଚିକିତ୍ସା ଯୋଗାଉଥିବା ସମସ୍ତ ଘରୋଇ ହସ୍ପିଟାଲ ସହ ବୁଝାମଣା ସମାପ୍ତ କରିଛନ୍ତି । ଅର୍ଥାତ୍ ମାର୍ଚ୍ଚ ୧ରୁ କେବଳ ବିଏମସି ଅଂଚଳକୁ ଛାଡ଼ି ଏସବୁ ହସ୍ପିଟାଲରେ କୋଭିଡ୍ ଚିକିତ୍ସା ପାଇଁ ସରକାର କୌଣସି ଅର୍ଥ ଦେବେ ନାହିଁ । ଏହା ସହିତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କ ପ୍ରସ୍ତାବକୁ ଦୃଷ୍ଟିରେ ରଖି କୋଭିଡ୍ ଚିକିତ୍ସା ସୁବିଧା ଯୋଗାଇବାକୁ ମଧ୍ୟ ବନ୍ଦ କରାଯାଇଛି ।

ତେବେ ମାର୍ଚ୍ଚ ୧ରୁ କୋଭିଡ୍ ସୁବିଧା ବନ୍ଦ କରାଯାଇଥିଲେ ମଧ୍ୟ କେତେକ ହସ୍ପିଟାଲରେ ରୋଗୀମାନେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସମ୍ପୃକ୍ତ ହସ୍ପିଟାଲଗୁଡ଼ିକ ସେହି ରୋଗୀମାନେ ଡିସଚାର୍ଜ ହେବା ପର୍ଯ୍ୟନ୍ତ ଚିକିତ୍ସା ଜାରି ରଖିବେ ଓ ଚିକିତ୍ସା ବିଲ୍ ସରକାର ଯୋଗାଇ ଦେବେ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।
ସେହିପରି ବିଏମସି ଅଂଚଳ କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମର କମିଶନର ସର୍ବନିମ୍ନ ବେଡ୍ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବାସ୍ତବ ଆକଳନ ଅନୁସାରେ କୋଭିଡ୍ ବେଡ୍ ସଂଖ୍ୟା ସ୍ଥିର କରିପାରିବେ । ତେବେ ସରକାରଙ୍କ ଏହି ନିଷ୍ପତ୍ତି ଆଧାରରେ ଗତ ସପ୍ତାହରେ ବିଏମସି କର୍ତ୍ତୃପକ୍ଷ ଭୁବନେଶ୍ୱରର କେବଳ ୨ଟି ଘରୋଇ ହସ୍ପିଟାଲକୁ ଛାଡ଼ି ସମସ୍ତ ହସ୍ପିଟାଲରେ ସରକାରୀ ଖର୍ଚ୍ଚରେ କୋଭିଡ୍ ଚିକିତ୍ସା ସେବାକୁ ବନ୍ଦ କରିଛନ୍ତି । କେବଳ ସମ୍ ହସ୍ପିଟାଲରେ ୭୦ ଓ ଆଦିତ୍ୟ-ଅଶ୍ୱିନୀ ହସ୍ପିଟାଲରେ ୩୦ଟି ବେଡ୍ କୋଭିଡ୍ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଏବେ ବି ସମସ୍ତ ଜିଲ୍ଲାରେ କୋଭିଡ୍ ରୋଗୀ ସକ୍ରିୟ ରହିଛନ୍ତି । ଭୁବନେଶ୍ୱରରେ ଆଜି ୨୨ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ୬୦ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ସର୍ବାଧିକ ୮୯ଜଣ ସକ୍ରିୟ କୋଭିଡ୍ ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାରେ ଥିବାବେଳେ ଗଜପତିରେ ୮୦ଜଣ ଓ ସମ୍ବଲପୁରରେ ୮୧ଜଣ ରୋଗୀ ଅଛନ୍ତି । କଳାହାଣ୍ଡିରେ ସର୍ବନିମ୍ନ ୩ଜଣ ରୋଗୀ ଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story