ଏହି ୨ ପରୀକ୍ଷା ଛାଡ଼ି ବୈଷୟିକ ଶିକ୍ଷା ଅନୁଷ୍ଠାନର ସବୁ ପରୀକ୍ଷା ବାତିଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସତର୍କତା ପାଇଁ ସମସ୍ତ ଟେକ୍‌ନିକାଲ୍‌ ଓ ପ୍ରଫେସ୍‌ନାଲ୍‌ ପାଠ୍ୟକ୍ରମର ଫାଇନାଲ ସେମିଷ୍ଟାର ଓ ବ୍ୟାକ୍‌ ପେପର୍‌ ପରୀକ୍ଷା(ଯେଉଁମାନେ ଫାଇନାଲ୍‌ ସେମିଷ୍ଟାର୍‌ରେ ପରୀକ୍ଷା ଦେବେ)କୁ ଛାଡ଼ି ସବୁ ପରୀକ୍ଷା ବାତିଲ୍ କରାଯାଇଛି।ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖାଯାଇଛି। ଯେଉଁ ଅଧ୍ୟାପକ, ଅଧ୍ୟାପିକା କିମ୍ବା କର୍ମଚାରୀ ପରୀକ୍ଷା କିମ୍ବା ଖାତାଦେଖାରେ ସାମିଲ ନାହାନ୍ତି ସେମାନେ ଆସିବା ଦରକାର ନାହିଁ। କିନ୍ତୁ ସେମାନେ ଘରେ ରହି […]

corona-1

corona-1

Niharika Rout
  • Published: Wednesday, 18 March 2020
  • Updated: 18 March 2020, 09:44 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସତର୍କତା ପାଇଁ ସମସ୍ତ ଟେକ୍‌ନିକାଲ୍‌ ଓ ପ୍ରଫେସ୍‌ନାଲ୍‌ ପାଠ୍ୟକ୍ରମର ଫାଇନାଲ ସେମିଷ୍ଟାର ଓ ବ୍ୟାକ୍‌ ପେପର୍‌ ପରୀକ୍ଷା(ଯେଉଁମାନେ ଫାଇନାଲ୍‌ ସେମିଷ୍ଟାର୍‌ରେ ପରୀକ୍ଷା ଦେବେ)କୁ ଛାଡ଼ି ସବୁ ପରୀକ୍ଷା ବାତିଲ୍ କରାଯାଇଛି।ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖାଯାଇଛି।

ଯେଉଁ ଅଧ୍ୟାପକ, ଅଧ୍ୟାପିକା କିମ୍ବା କର୍ମଚାରୀ ପରୀକ୍ଷା କିମ୍ବା ଖାତାଦେଖାରେ ସାମିଲ ନାହାନ୍ତି ସେମାନେ ଆସିବା ଦରକାର ନାହିଁ। କିନ୍ତୁ ସେମାନେ ଘରେ ରହି ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବାସିକ ହଷ୍ଟେଲର ଅନ୍ତେବାସୀମାନେ ଚାହିଁଲେ ଘରକୁ ଯାଇପାରିବେ।  କିନ୍ତୁ ଯଦି ସେମାନେ ରହିବାକୁ ଚାହିଁବେ ତେବେ ସେମାନଙ୍କ ପାଇଁ ସତର୍କତା ମୂଳକ ପଦକ୍ଷେପ ନିଆଯିବ

ଅପରପକ୍ଷେ ସେପଟେ ଯୁକ୍ତ ଦୁଇ ପରୀକ୍ଷା ଚାଲିଥିବାରୁ ଏଥିପାଇଁ ସତର୍କ ରହିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ସେଣ୍ଟର ସୁପରିଣ୍ଡେଣ୍ଡେଣ୍ଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ଛାତ୍ରଛାତ୍ରୀ ଥଣ୍ଡା, କାଶ କିମ୍ବା ଜ୍ୱରରେ ପୀଡିତ ହୁଅନ୍ତି, ତେବେ ତାଙ୍କୁ ଅନ୍ୟମାନଙ୍କଠାରୁ ସର୍ବନିମ୍ନ ଏକ ମିଟର ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କୁ ଚେକିଂ ସରିଲା ପରେ ଅଧ୍ୟାପକ ଓ ଅଧ୍ୟାପିକମାନେ ସାନିଟାଇଜର କିମ୍ବା ହ୍ୟାଣ୍ଡୱାସ୍‌ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos