‘ସବୁ ଟିକା ଦର ସମାନ ହେବା ଦରକାର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶରେ କରୋନା ସଂକ୍ରମଣ ଦ୍ୱିତୀୟ ଲହର ଯେଉଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, ତାକୁ ଦୃଷ୍ଟି ରଖି କେନ୍ଦ୍ର ସରକାର ମେ’ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବର୍ଗର ଲୋକଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ମେ’ ୧ ତାରିଖରୁ ଏବେ ଘରୋଇ ହସ୍ପିଟାଲ ଗୁଡ଼ିକରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିକା ଦରକୁ ନେଇ ଘରୋଇ […]

indramani-jena

indramani-jena

Ranjit Kumar Jena
  • Published: Sunday, 25 April 2021
  • Updated: 25 April 2021, 02:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶରେ କରୋନା ସଂକ୍ରମଣ ଦ୍ୱିତୀୟ ଲହର ଯେଉଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, ତାକୁ ଦୃଷ୍ଟି ରଖି କେନ୍ଦ୍ର ସରକାର ମେ’ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବର୍ଗର ଲୋକଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ମେ’ ୧ ତାରିଖରୁ ଏବେ ଘରୋଇ ହସ୍ପିଟାଲ ଗୁଡ଼ିକରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିକା ଦରକୁ ନେଇ ଘରୋଇ ହସ୍ପିଟାଲ ସଂଘର ସଂପାଦକ ଇନ୍ଦ୍ରମଣି ଜେନା ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, କରୋନା ଟିକା ଦର ଅଧିକ ରହିଛି। ସବୁ ଟିକା ଦର ସମାନ ହେବା ଉଚିତ। ୬୦୦ ଟଙ୍କାର କୋଭିଶିଲ୍ଡ ଟିକା ଦର ୭ଶହ କିମ୍ବା ୭୫୦ ଟଙ୍କା ପଡିବ। ଏହା ସହ ୧୨ଶହ ଟଙ୍କା ଦର ଥିବା କୋଭାକ୍ସିନ୍ ଟିକା ୧୩ଶହ କି ୧୩୫୦ ଟଙ୍କା ପଡ଼ିବ ବୋଲି ଶ୍ରୀ ଜେନା କହିଛନ୍ତି। ଘରୋଇ ହସ୍ପିଟାଲ ଟିକା ଦର ତୁଳନାରେ ସରକାରୀ ହସ୍ପିଟାଲରେ ଟିକା ଦର କମ ଅଛି। ତେଣୁ ଲୋକମାନେ ବିଳମ୍ବରେ ହେଉ ପଛେ ସରକାରୀ ହସ୍ପିଟାଲରେ ହିଁ ଟିକା ନେବାକୁ ଚାହିଁବେ ବୋଲି ସେ କହିଛନ୍ତି।

ଏପରିକି ଲୋକେ ବରଂ ୬ମାସ ଅପେକ୍ଷା କରି ସରକାରୀ ସୁବିଧାରେ କମ ଟଙ୍କାରେ ଟିକା ନେବାକୁ ଚାହିଁବେ। ତେବେ କେତେ ଲୋକ ଟିକା ନେବେ, ତାହା ଜାଣିବା ପରେ ହିଁ ଆମେ ଟିକା ଆଣିବୁ। ୨୦ ଟିକିଆ ଭାଇଲ୍ ଯୋଗୁଁ ୨୦ ଜଣ ଏକାଠି ହେଲେ ହିଁ ଆମେ ଟିକା ଦେବୁ ବୋଲି ସେ ଦୋହରାଇଛନ୍ତି। ତେଣୁ ସିଙ୍ଗଲ ଡୋଜ୍ ବା ଆମ୍ପୁଲ ଟିକା ଆସିଲେ ଭଲ ହେବ ବୋଲି ଶ୍ରୀ ଜେନା ମତ ରଖିଛନ୍ତି।

ଅନ୍ୟପଟେ ଟିକା ଦାମକୁ ନେଇ ରାଜନୀତି ଜୋର୍ ଧରିଛି। ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ଟିକା ଦର ଚିନ୍ତାଜନକ। କୋଭିସିଲ୍ଡଠାରୁ କୋଭାକ୍ସିନ୍ ଦାମ୍ କମ୍ ହେବ ବୋଲି ଆଶା ଥିଲା। କିନ୍ତୁ କୋଭାକ୍ସିନ୍ ଦାମ ବହୁତ ଅଧିକ ରହିଛି, ତାହା ରାଜ୍ୟ ଉପରେ ଏହା ଅଧିକ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ରାଜ୍ୟମାନେ ଭ୍ୟାକସିନ୍ କିଣିବାରେ ଯଦି ଏତେ ଟଙ୍କା ଖର୍ଚ୍ଚ କରିବେ, ତାହେଲେ ଅନ୍ୟ ଭିତ୍ତିଭୂମି କିଭଳି ସଜାଡ଼ିବେ ବୋଲି ସାଂସଦ ପ୍ରଶ୍ନ କରିଛନ୍ତି।

ସେପଟେ ସାଂସଦଙ୍କ ବୟାନକୁ ସମାଲୋଚନା କରିଛି ବିଜେପି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ କେନ୍ଦ୍ର ସରକାର ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆଜି ପର୍ଯ୍ୟନ୍ତ ପ୍ରାଥମିକତା ଦେଇଆସିଛନ୍ତି। ଏହା ସହ ଅନ୍ୟ ରାଜ୍ୟ ଭଳି ଓଡ଼ିଶା ସରକାର ଟିକାକୁ ମାଗଣା କରନ୍ତୁ ବୋଲି ପୃଥ୍ୱୀରାଜ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos