କିଡ୍‌ନୀ ପ୍ରତିରୋପଣରେ ବିଳମ୍ବ କଲେ ଡାକ୍ତର, ଆଖି ବୁଜିଲେ ନାବାଳକ  

<p>କଟକ(ଓଡିଶା ରିପୋର୍ଟର): ରବିବାର ପୂର୍ବହ୍ନରେ କାନ୍ଦ ବୋବାଲିରେ ଫାଟି ପଡିଥିଲା ମଙ୍ଗଳାବାଗ୍&zwnj; ଥାନା ପରିସର। ଗୋଟିଏ ବୋଲି ପୁଅକୁ ହରାଇଥିବା ଜଣେ ବ୍ୟକ୍ତି ଏସ୍&zwnj;ସିବି ଡାକ୍ତରଙ୍କ ନାମରେ ଅଭିଯୋଗ ନେଇ ଆସିଥିଲେ ଥାନାକୁ। ଘଟଣା ସମ୍ପର୍କରେ ପଚାରିବାରୁ ଜଣାପଡିଥିଲା ଯେ, ଡାକ୍ତରଙ୍କ ଅବହେଳା କାରଣରୁ ଉକ୍ତ ବ୍ୟକ୍ତିଙ୍କ ୧୬ ବର୍ଷର ନାବାଳକ ପୁଅର ମୃତ୍ୟୁ ଘଟିଛି। &nbsp;ପରେ ଏ ନେଇ ଥାନାରେ ଅଭିଯୁକ୍ତ ଡାକ୍ତରଙ୍କ ନାମରେ ମାମଲା ରୁଜୁ କରାଯାଇଛି।</p> <p>କିଡ୍&zwnj;ନୀ ପ୍ରତିରୋପଣ ପାଇଁ ଅାବଶ୍ୟକୀୟ ଅାଇନଗତ ପ୍ରକ୍ରିୟା ଏବଂ ନିର୍ଦ୍ଦେଶନାମା ସତ୍ୱେ ବିଭାଗୀୟ ଡାକ୍ତରମାନେ ଅବହେଳା କରିଥିବାରୁ ସଂପୃକ୍ତ ନାବାଳକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ା ମୃତ ରୋଗୀ ଜଣକ ହେଉଛନ୍ତି ପୁରୀ ନରେନ୍ଦ୍ରକୋଣର ଅାଦିତ୍ୟ ପରିଜା ା ତାଙ୍କୁ ଗତ ଜାନୁୟାରୀ ୪ ତାରିଖରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା ା ତେବେ ଅାଦିତ୍ୟଙ୍କର କିଡ୍&zwnj;ନୀ ପ୍ରତିରୋପଣର ଅାବଶ୍ୟକତା ଥିବାନେଇ ପରିବାର ଲୋକଙ୍କୁ ନେଫ୍ରୋଲୋଜି ବିଭାଗର ଡାକ୍ତର ଜଣାଇଥିଲେ ା କିଡ୍&zwnj;ନୀ ଦେବା ପାଇଁ ପ୍ରଭାତ କୁମାର ଜେନା ନାମକ ଜଣେ ବ୍ୟକ୍ତି ମଧ୍ୟ ରାଜି ହୋଇଥିଲେ ା ଏନେଇ ଅାଇନ୍ ଅନୁଯାୟୀ ପ୍ରଥମେ ହାଇକୋର୍ଟରେ ଅାବେଦନ କରିବା ପରେ ଗତ ଜାନୁୟାରୀ ୫ରେ ହାଇକୋର୍ଟ ଡିଏମ୍ଇଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ନିର୍ଦ୍ଦେଶ ପାଇବା ପରେ ସମସ୍ତ ଘଟଣାର ଅନୁଧ୍ୟାନ କରି ଏସ୍ସିବି ସୁପରିଟେଣ୍ଡେଣ୍ଟଙ୍କୁ ଏନ୍ଓସି ଦେଇଥିଲେ ଡିଏମ୍ଇଟି କର୍ତ୍ତୃପକ୍ଷ ା ଏନ୍ଓସି ପାଇବା ପରେ ନେଫ୍ରୋଲୋଜି ବିଭାଗ ପ୍ରଫେସର ଚିତ୍ତରଂଜନ କରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏସ୍&zwnj;ସିବି ସୁପରିଟେଣ୍ଡେଣ୍ଟ ା &nbsp;ଏହାସତ୍ତ୍ୱେ ୧୫ ଦିନ ବିତିଯାଇଥିଲେ ହେଁ, ବିଭିନ୍ନ ଅାଳ ଦେଖାଇ ଅାଦିତ୍ୟ ପରିଜାଙ୍କୁ କିଡ୍&zwnj;ନୀ ପ୍ରତ୍ୟାରୋପଣ କରାଯାଇ ନ ଥିଲା ା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ା ତାସହ ନେଫ୍ରୋଲୋଜି ବିଭାଗ ପ୍ରଫେସର ଚିତ୍ତରଂଜନ କର ଏବଂ ପ୍ରଫେସର ଶଶିଭୂଷଣ ରାଉତଙ୍କ ବିରୋଧରେ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ା ତେବେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ନଦେଇ ପ୍ରଫେସର ଚିତ୍ତରଂଜନ କର କହିଛନ୍ତି, ସଂପୃକ୍ତ ରୋଗୀଙ୍କ ଅପରେସନ୍ ପାଇଁ ୪ ନମ୍ବର ଥିଲା ା ଖୁବଶୀଘ୍ର ତାଙ୍କର ଅସ୍ତ୍ରୋପଚାର କରାଯାଇଥାନ୍ତା।</p>

Ordigital Desk
  • Published: Sunday, 11 March 2018
  • Updated: 11 March 2018, 09:14 PM IST

Sports

Latest News

<p>କଟକ(ଓଡିଶା ରିପୋର୍ଟର): ରବିବାର ପୂର୍ବହ୍ନରେ କାନ୍ଦ ବୋବାଲିରେ ଫାଟି ପଡିଥିଲା ମଙ୍ଗଳାବାଗ୍&zwnj; ଥାନା ପରିସର। ଗୋଟିଏ ବୋଲି ପୁଅକୁ ହରାଇଥିବା ଜଣେ ବ୍ୟକ୍ତି ଏସ୍&zwnj;ସିବି ଡାକ୍ତରଙ୍କ ନାମରେ ଅଭିଯୋଗ ନେଇ ଆସିଥିଲେ ଥାନାକୁ। ଘଟଣା ସମ୍ପର୍କରେ ପଚାରିବାରୁ ଜଣାପଡିଥିଲା ଯେ, ଡାକ୍ତରଙ୍କ ଅବହେଳା କାରଣରୁ ଉକ୍ତ ବ୍ୟକ୍ତିଙ୍କ ୧୬ ବର୍ଷର ନାବାଳକ ପୁଅର ମୃତ୍ୟୁ ଘଟିଛି। &nbsp;ପରେ ଏ ନେଇ ଥାନାରେ ଅଭିଯୁକ୍ତ ଡାକ୍ତରଙ୍କ ନାମରେ ମାମଲା ରୁଜୁ କରାଯାଇଛି।</p><p>କିଡ୍&zwnj;ନୀ ପ୍ରତିରୋପଣ ପାଇଁ ଅାବଶ୍ୟକୀୟ ଅାଇନଗତ ପ୍ରକ୍ରିୟା ଏବଂ ନିର୍ଦ୍ଦେଶନାମା ସତ୍ୱେ ବିଭାଗୀୟ ଡାକ୍ତରମାନେ ଅବହେଳା କରିଥିବାରୁ ସଂପୃକ୍ତ ନାବାଳକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ା ମୃତ ରୋଗୀ ଜଣକ ହେଉଛନ୍ତି ପୁରୀ ନରେନ୍ଦ୍ରକୋଣର ଅାଦିତ୍ୟ ପରିଜା ା ତାଙ୍କୁ ଗତ ଜାନୁୟାରୀ ୪ ତାରିଖରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା ା ତେବେ ଅାଦିତ୍ୟଙ୍କର କିଡ୍&zwnj;ନୀ ପ୍ରତିରୋପଣର ଅାବଶ୍ୟକତା ଥିବାନେଇ ପରିବାର ଲୋକଙ୍କୁ ନେଫ୍ରୋଲୋଜି ବିଭାଗର ଡାକ୍ତର ଜଣାଇଥିଲେ ା କିଡ୍&zwnj;ନୀ ଦେବା ପାଇଁ ପ୍ରଭାତ କୁମାର ଜେନା ନାମକ ଜଣେ ବ୍ୟକ୍ତି ମଧ୍ୟ ରାଜି ହୋଇଥିଲେ ା ଏନେଇ ଅାଇନ୍ ଅନୁଯାୟୀ ପ୍ରଥମେ ହାଇକୋର୍ଟରେ ଅାବେଦନ କରିବା ପରେ ଗତ ଜାନୁୟାରୀ ୫ରେ ହାଇକୋର୍ଟ ଡିଏମ୍ଇଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ନିର୍ଦ୍ଦେଶ ପାଇବା ପରେ ସମସ୍ତ ଘଟଣାର ଅନୁଧ୍ୟାନ କରି ଏସ୍ସିବି ସୁପରିଟେଣ୍ଡେଣ୍ଟଙ୍କୁ ଏନ୍ଓସି ଦେଇଥିଲେ ଡିଏମ୍ଇଟି କର୍ତ୍ତୃପକ୍ଷ ା ଏନ୍ଓସି ପାଇବା ପରେ ନେଫ୍ରୋଲୋଜି ବିଭାଗ ପ୍ରଫେସର ଚିତ୍ତରଂଜନ କରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏସ୍&zwnj;ସିବି ସୁପରିଟେଣ୍ଡେଣ୍ଟ ା &nbsp;ଏହାସତ୍ତ୍ୱେ ୧୫ ଦିନ ବିତିଯାଇଥିଲେ ହେଁ, ବିଭିନ୍ନ ଅାଳ ଦେଖାଇ ଅାଦିତ୍ୟ ପରିଜାଙ୍କୁ କିଡ୍&zwnj;ନୀ ପ୍ରତ୍ୟାରୋପଣ କରାଯାଇ ନ ଥିଲା ା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ା ତାସହ ନେଫ୍ରୋଲୋଜି ବିଭାଗ ପ୍ରଫେସର ଚିତ୍ତରଂଜନ କର ଏବଂ ପ୍ରଫେସର ଶଶିଭୂଷଣ ରାଉତଙ୍କ ବିରୋଧରେ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି ା ତେବେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ନଦେଇ ପ୍ରଫେସର ଚିତ୍ତରଂଜନ କର କହିଛନ୍ତି, ସଂପୃକ୍ତ ରୋଗୀଙ୍କ ଅପରେସନ୍ ପାଇଁ ୪ ନମ୍ବର ଥିଲା ା ଖୁବଶୀଘ୍ର ତାଙ୍କର ଅସ୍ତ୍ରୋପଚାର କରାଯାଇଥାନ୍ତା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos