ଆନ୍ଧ୍ର ସାର୍‌ ଓଡ଼ିଆ ପିଲାଙ୍କୁ ପାଠ ପଢ଼ାଉଛନ୍ତି, ସୁଖ ଦୁଃଖ ବୁଝୁଛନ୍ତି

ପାରଳାଖେମୁଣ୍ଡ (ଆଦର୍ଶ ଦାସ): ଆନ୍ଧ୍ର ସାର୍‌ ଓଡ଼ିଶାରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ଆଉ ପିଲାମାନଙ୍କ ସୁଖ ଦୁଃଖ ବୁଝୁଛନ୍ତି। ଏକଥା ଆମେ କହୁନାହୁଁ। ଏପରି କିଛି କହିଛନ୍ତି ଗଜପତି ଜିଲ୍ଲାର ଗୁଡ଼ିଖୁଡ଼ି ଗାଁ କିଛି ଲୋକେ। ତେବେ ଏଠି ପ୍ରଶ୍ନ ଉଠୁଛି ସୀମାନ୍ତ ଗାଁର ପିଲାଙ୍କୁ ରାଜ୍ୟ ସରକାର ପାଠ ପଢ଼ାଉଥିବା ଦାବି କରୁଥିବା ବେଳେ ଆନ୍ଧ୍ର ସାର୍‌ ଆସି କେମିତି ପାଠ ପଢ଼ାଉଛନ୍ତି? ଆନ୍ଧ୍ର ସୀମାରେ ରହିଛି ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ଗୁଡ଼ିଖୁଡି ଗାଁ। […]

Andhra teacher in Odisha

Andhra teacher in Odisha

Madhupriya Mistry
  • Published: Saturday, 20 November 2021
  • Updated: 20 November 2021, 06:46 PM IST

Sports

Latest News

ପାରଳାଖେମୁଣ୍ଡ (ଆଦର୍ଶ ଦାସ): ଆନ୍ଧ୍ର ସାର୍‌ ଓଡ଼ିଶାରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ଆଉ ପିଲାମାନଙ୍କ ସୁଖ ଦୁଃଖ ବୁଝୁଛନ୍ତି। ଏକଥା ଆମେ କହୁନାହୁଁ। ଏପରି କିଛି କହିଛନ୍ତି ଗଜପତି ଜିଲ୍ଲାର ଗୁଡ଼ିଖୁଡ଼ି ଗାଁ କିଛି ଲୋକେ। ତେବେ ଏଠି ପ୍ରଶ୍ନ ଉଠୁଛି ସୀମାନ୍ତ ଗାଁର ପିଲାଙ୍କୁ ରାଜ୍ୟ ସରକାର ପାଠ ପଢ଼ାଉଥିବା ଦାବି କରୁଥିବା ବେଳେ ଆନ୍ଧ୍ର ସାର୍‌ ଆସି କେମିତି ପାଠ ପଢ଼ାଉଛନ୍ତି?

ଆନ୍ଧ୍ର ସୀମାରେ ରହିଛି ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ଗୁଡ଼ିଖୁଡି ଗାଁ। ଏହି ଗାଁ ଓଡ଼ିଶାର ଗଜପତି, ଗଞ୍ଜାମ ଜିଲ୍ଲା ଓ ଆନ୍ଧ୍ର ରାଜ୍ୟର ମଞ୍ଜୁସା ସୀମାରେ ରହିଥିବାରୁ ତିନୋଟି ରାଜସ୍ୱ ମଣ୍ଡଳରେ ବିଭିନ୍ନ ନାଁରେ ରହିଛି। ସେଥିପାଇଁ ଗାଁ ଲୋକେ ଓଡ଼ିଶା ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ସେଥିପାଇଁ ସେମାନେ ଆନ୍ଧ୍ର ଆଡ଼େ ମୁହାଁଉଛନ୍ତି। ଏହି ଗାଁକୁ ଆନ୍ଧ୍ରର ଶିକ୍ଷକ ଆସି ପିଲାଙ୍କୁ ପାଠ ପଢ଼ାଉଛନ୍ତି। ସେମାନଙ୍କ ସୁଖ ଦୁଃଖ ବୁଝୁଛନ୍ତି। ଏପରିକି ଗାଁକୁ ଆନ୍ଧ୍ର ସରକାର ବିଦ୍ୟୁତ୍ ମଧ୍ୟ ଯୋଗାଉଛି। କେବଳ ସେତକିି ନୁହେଁ ମାଗଣା ରାସନ ମଧ୍ୟ ବାଣ୍ଟୁଛି ଆନ୍ଧ୍ର। ତେଣୁ ଗାଁ ଲୋକଙ୍କ କାନ୍ଥରେ ଆନ୍ଧ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାର ପୋଷ୍ଟର ଲାଗୁଛି ବୋଲି ଗଡିଖୁଡ଼ି ଗାଁ ଲୋକେ କହିଛନ୍ତି।Andhra poster

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ଼ ପଞ୍ଚାୟତର ଅନ୍ୟତମ ଗାଁ ମାଣିକପାଟଣା । ଏହି ଗାଁରେ ମଧ୍ୟ  ଆନ୍ଧ୍ର ସରକାରଙ୍କ ମାଳ ମାଳ ପୋଷ୍ଟର ଲାଗିଛି। ଏଥିରେ ତାଙ୍କ ସରକାରଙ୍କ ଯୋଜନା ବିଷୟରେ ଉଲ୍ଲେଖ ରହିଛି। ଏହି ପଞ୍ଚାୟତରେ ସବୁବେଳେ ଆନ୍ଧ୍ର ଅନୁପ୍ରବେଶ କରୁଛି। ଏନେଇ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ଥର ସର୍ଭେ କରାଯାଇ ସ୍ପଷ୍ଟ ଭାବରେ ଏହା ଓଡ଼ିଶାର ଗାଁ ବୋଲି ଜଣାଯାଇଥିଲେ ମଧ୍ୟ ଆନ୍ଧ୍ର ତା'ର ମନମାନି ଛାଡୁନି।

କିଛି ମାସ ତଳେ ଏହି ମାଣିକ ପାଟଣା ଗାଁ ରେ ଆନ୍ଧ୍ର ମନ୍ତ୍ରୀ ଆସି ଓଡ଼ିଶା ଅଧିକାରୀଙ୍କୁ ଧମକ ଦେଇଥିଲେ। ଏବେ ପୁଣି ପୋଷ୍ଟର ଲଗାଇ ନିଜ ଯୋଜନାର ବିଜ୍ଞାପନ କରି ଓଡ଼ିଶା ଲୋକଙ୍କୁ ନିଜ ଆଡକୁ ଟାଣିବାକୁ ଚେଷ୍ଟା  କରୁଛି ଅମାନିଆ ଆନ୍ଧ୍ର ପ୍ରଶାସନ।Andhra in Gajapati

ତେବେ ଏହା ପ୍ରଥମ ଘଟଣା ନୁହେଁ। ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ଉପରେ ଆନ୍ଧ୍ର ଲୋଲୁପ ଦୃଷ୍ଟି ପକାଇଥିଲା। ପାତ୍ରପୁର ବ୍ଲକ ବୁରତଲ ପଞ୍ଚାୟତର ଗୁଡିଖଳା ଗ୍ରାମରେ ଥିବା ଘର ଗୁଡିକରେ ଆନ୍ଧ୍ର ପୋଷ୍ଟର ମାରିଥିବା ଦେଖିବାକୁ ମିଳିଥିଲା।

ଗତ ନଭେମ୍ବର ୯ ତାରିଖ ରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ନ ମୋହନ ରେଡ୍ଡୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା ପରେ ସୀମା ବିବାଦକୁ ନେଇ ସମାଧାନ ହେବ ବୋଲି ଆଶା ଥିଲା। କିନ୍ତୁ ଆନ୍ଧ୍ର ଏବେ ପୁଣି ତାର ପୁରୁଣା ରୋଗ ଦେଖାଇଛି। ସେପଟେ ଓଡ଼ିଶା ସରକାର ନୀରବ ରହିଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ଓ ସ୍ଥାନୀୟ ପୂର୍ବତନ ସରପଞ୍ଚ।

ସୂଚନା ମୁତାବକ, ଆନ୍ଧ୍ରର ଏଭଳି ଦାଦାଗିରି ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ କୋଟିଆ ଉପରେ ନିଜର କୁଦୃଷ୍ଟି ପକାଇ ରହିଛି ଆନ୍ଧ୍ର। ଏହାକୁ ନେଇ ବର୍ଷ ବର୍ଷ ଧରି ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି। କୋଟିଆକୁ ଦଖଲ କରିବା ପାଇଁ ଦୀର୍ଘ ବର୍ଷ ହେବ ଯୋଜନା ଚଳାଇଛି ଆନ୍ଧ୍ର। ସେହିପରି ବର୍ଷା ବନ୍ୟା ବାତ୍ୟା ବେଳେ ମଧ୍ୟ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଓଡ଼ିଶା ପକ୍ଷରୁ ଉଦ୍ଧାର କରିବାକୁ ଉଦ୍ଧାରୀଦଳ ପହଞ୍ଚୁଥିବା ବେଳେ ଆନ୍ଧ୍ର ସେପଟୁ ନିଜ ଉଦ୍ଧାରକାରୀ ଦଳ ପଠାଉଛି। କେବଳ ସେତିକି ନୁହେଁ କିଛି ଦିନ ତଳେ ଆନ୍ଧ୍ର କୋରାପୁଟି ଜିଲ୍ଲାରେ ନିଜର କିଛି ଫଳକ ମଧ୍ୟ ଲଗାଇଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story