ଅଙ୍ଗନୱାଡ଼ି ଦିଦିଙ୍କୁ କେନ୍ଦ୍ର ଦେଇଛି ୮୧,୧୬୫ଟି ସ୍ମାର୍ଟଫୋନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଅଙ୍ଗନୱାଡ଼ି ଦିଦିଙ୍କୁ କେନ୍ଦ୍ର ସରକାର ମୋଟ ୮୧୧୬୫ଟି ସ୍ମାର୍ଟଫୋନ୍ ଯୋଗାଇ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପୋଷଣ ଅଭିଯାନ ଅନ୍ତର୍ଗତ ଅଙ୍ଗନୱାଡ଼ି କର୍ମୀଙ୍କୁ ଡିଜିଟାଲ ସଶକ୍ତିକରଣ କରିବା ସହ ପିଲାମାନଙ୍କର ସ୍ୱାସ୍ଥ୍ୟ ଅଭିବୃଦ୍ଧି ଉପରେ ନଜର ରଖିବାକୁ ଏହି ସ୍ମାର୍ଟଫୋନ୍ ଯୋଗାଇ ଦିଆଯାଇଛି। ଏହି ସ୍ମାର୍ଟଫୋନରେ ପୋଷଣ ଟ୍ରାକର୍ ଆପ୍ ଅପଲୋଡ୍ କରି ଅଙ୍ଗନୱାଡ଼ି ଦିଦିମାନେ ରାଜ୍ୟର ୬ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ସ୍ୱାସ୍ଥ୍ୟ ଅଭିବୃଦ୍ଧି ଉପରେ ନିୟମିତ ନଜର ରଖିପାରିବେ । […]

smrat-phone

smrat-phone

Ordigital Desk
  • Published: Wednesday, 16 March 2022
  • Updated: 16 March 2022, 10:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଅଙ୍ଗନୱାଡ଼ି ଦିଦିଙ୍କୁ କେନ୍ଦ୍ର ସରକାର ମୋଟ ୮୧୧୬୫ଟି ସ୍ମାର୍ଟଫୋନ୍ ଯୋଗାଇ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପୋଷଣ ଅଭିଯାନ ଅନ୍ତର୍ଗତ ଅଙ୍ଗନୱାଡ଼ି କର୍ମୀଙ୍କୁ ଡିଜିଟାଲ ସଶକ୍ତିକରଣ କରିବା ସହ ପିଲାମାନଙ୍କର ସ୍ୱାସ୍ଥ୍ୟ ଅଭିବୃଦ୍ଧି ଉପରେ ନଜର ରଖିବାକୁ ଏହି ସ୍ମାର୍ଟଫୋନ୍ ଯୋଗାଇ ଦିଆଯାଇଛି।

ଏହି ସ୍ମାର୍ଟଫୋନରେ ପୋଷଣ ଟ୍ରାକର୍ ଆପ୍ ଅପଲୋଡ୍ କରି ଅଙ୍ଗନୱାଡ଼ି ଦିଦିମାନେ ରାଜ୍ୟର ୬ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ସ୍ୱାସ୍ଥ୍ୟ ଅଭିବୃଦ୍ଧି ଉପରେ ନିୟମିତ ନଜର ରଖିପାରିବେ । ଏହି ସ୍ମାର୍ଟଫୋନ୍ କେନ୍ଦ୍ର ସରକାର ଦେଇଥିବାବେଳେ ଏହାର କ୍ରୟ ଦାୟିତ୍ୱ ରାଜ୍ୟଗୁଡ଼ିକ ଉପରେ ରହିଥିଲା । ତେବେ ଓଡ଼ିଶାରେ ଯେତିକି ଅଙ୍ଗନୱାଡ଼ି କେନ୍ଦ୍ର ନାହିଁ ତା’ଠୁ ୧୦ହଜାର ଅଧିକ ସ୍ମାର୍ଟଫୋନ୍ କ୍ରୟ ହୋଇଥିବା ଜଣାପଡ଼ିଛି।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏ ସମ୍ପର୍କରେ ରାଜ୍ୟସଭାରେ ସୂଚନା ଦେଇ କହିଛନ୍ତି ଯେ, ସମଗ୍ର ଦେଶର ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପୋଷଣ ଅଭିଯାନରେ ମୋଟ ୧୧.୦୩ଲକ୍ଷ ସ୍ମାର୍ଟଫୋନ୍ କ୍ରୟ କରିବାକୁ ରାଜ୍ୟଗୁଡ଼ିକୁ ଅନୁମତି ଦିଆଯାଇଥିଲା । ସେଥିରେ ଓଡ଼ିଶାରେ ମୋଟ ୮୧,୧୬୫ଟି ସ୍ମାର୍ଟଫୋନ୍ କ୍ରୟ ହୋଇଛି ବୋଲି ମନ୍ତ୍ରୀ ଶ୍ରୀମତୀ ଇରାନୀ କହିଛନ୍ତି ।
ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀମତୀ ଇରାନୀ କହିଛନ୍ତି ଯେ, ଓଡ଼ିଶାରେ ୨୦୨୧ ଜୁନ୍ ୩୦ତାରିଖ ସୁଦ୍ଧା ମୋଟ ୭୩୧୭୨ଟି ଅଙ୍ଗନୱାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି ।  ସେଥିରୁ ମାତ୍ର ୪୭୯୮୫ଟି କେନ୍ଦ୍ର ନିଜସ୍ୱ କୋଠାରେ ପରିଚାଳିତ ହେଉଛି । ୭୧୪୭୪ଜଣ ଅଙ୍ଗନୱାଡ଼ି କର୍ମୀ ଏବେ ନିୟୋଜିତ ଥିବାବେଳେ ୬୧୩୮୦ଜଣ ଅଙ୍ଗନୱାଡ଼ି ସହାୟିକା ଓଡ଼ିଶାରେ କାର୍ଯ୍ୟରତ ଅଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ଓଡ଼ିଶାରେ ଏବେ ୭୧,୧୭୨ଟି ଅଙ୍ଗନୱାଡ଼ି କେନ୍ଦ୍ର ଥିବାବେଳେ ପ୍ରାୟ ୧୦ହଜାର ଅଧିକ ସ୍ମାର୍ଟଫୋନ୍ କ୍ରୟ କରି ରାଜ୍ୟ ସରକାର କାହାକୁ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅର୍ଥରେ ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ କରି ରାଜ୍ୟର ବିଜେଡି ସରକାର ସେଥିରୁ ନିଜର ରାଜନୀତିକ ଫାଇଦା ମଧ୍ୟ ଉଠାଇବାକୁ ପଛାଇ ନଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story