ଆମକୁ ଚାକିରିରୁ ଛଟେଇ ପାଇଁ ପ୍ଲାନ୍‌ ହୋଇଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଧାନସଭା ସମ୍ମୁଖରେ ଅଙ୍ଗନଓ୍ୱାଡ଼ି କର୍ମଚାରୀଙ୍କ ବିଶାଳ ବିକ୍ଷୋଭ ପ୍ରଦର୍ଶନ।  ସେମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେଉନଥିବାରୁ ସେମାନେ ବିକ୍ଷୋଭ କରିବା ସହିତ ଧାରଣା ଦେଇଛନ୍ତି।  ସଂଘର ଏକ ପ୍ରତିନିଧି ଦଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀଙ୍କୁ ୧୬ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଅଙ୍ଗନଓ୍ୱାଡ଼ି କର୍ମୀ, ସହାୟିକା, ମିନି ଅଙ୍ଗନଓ୍ୱାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ସରକାରୀ ମାନ୍ୟତା ପ୍ରଦାନ  ନ କରିବା ପର୍ଯ୍ୟନ୍ତ […]

v-098

v-098

Tapas Behera
  • Published: Monday, 09 December 2019
  • Updated: 09 December 2019, 04:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଧାନସଭା ସମ୍ମୁଖରେ ଅଙ୍ଗନଓ୍ୱାଡ଼ି କର୍ମଚାରୀଙ୍କ ବିଶାଳ ବିକ୍ଷୋଭ ପ୍ରଦର୍ଶନ।  ସେମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେଉନଥିବାରୁ ସେମାନେ ବିକ୍ଷୋଭ କରିବା ସହିତ ଧାରଣା ଦେଇଛନ୍ତି।  ସଂଘର ଏକ ପ୍ରତିନିଧି ଦଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀଙ୍କୁ ୧୬ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।

ଅଙ୍ଗନଓ୍ୱାଡ଼ି କର୍ମୀ, ସହାୟିକା, ମିନି ଅଙ୍ଗନଓ୍ୱାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ସରକାରୀ ମାନ୍ୟତା ପ୍ରଦାନ  ନ କରିବା ପର୍ଯ୍ୟନ୍ତ ଅଙ୍ଗନଓ୍ୱାଡ଼ି କର୍ମୀଙ୍କୁ ସର୍ବନିମ୍ନ ମାସିକ ୧୮ ହଜାର ଟଙ୍କା ଦରମା ପ୍ରଦାନ, ସହାୟିକାଙ୍କୁ ୯ ହଜାର ଟଙ୍କା, ୨୦୧୮ ଆନ୍ଦୋଳନ ବେଳେ ଆକ୍ରୋଶମୂଳକ ଭାବେ ବହିଷ୍କାର କରାଯାଇଥିବା ଅଙ୍ଗନଓ୍ୱାଡ଼ି କର୍ମୀଙ୍କୁ ପୁନଃନିଯୁକ୍ତି, ବଜାର ଦର ଅନୁସାରେ ଗରମ ରନ୍ଧା ଖାଦ୍ୟର ମୂଲ୍ୟ ବୃଦ୍ଧି ଆଦି ଦାବି କରାଯାଇଛି।

ଶିବାନୀ ବିଷୋଈ ନାମକ ଜଣେ ବିକ୍ଷୋଭକାରୀ କହିଛନ୍ତି ଯେ, ଆମୁକୁ ଏଠି ଜବରଦସ୍ତ ବସାଇବା ପାଇଁ ନବୀନ ସରକାର ଯୋଜନା କରିଛନ୍ତି। ଆମକୁ ବସାଇ କେମିତି ଚାକିରରୁ ଛଟେଇ କରିବ ସେ ମଧ୍ୟ ପ୍ଲାନ୍‌ ହୋଇଛି। ଆମେ ଉପରୋକ୍ତ ଦାବି ନେଇ ବାରମ୍ବାର ଅନ୍ଦୋଲନ କରୁଛୁ। ସେଗୁଡ଼ିକ ପାଳନ ନେଇ ପ୍ରତିଶ୍ରୁତି ଦିଆଯାଉଛି। ହେଲେ ଆଦୌ ପାଳନ କରାଯାଉ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos