ବୋହୂ ପାଇଁ ଥାନାରେ ଭଙ୍ଗାରୁଜା

ବାସୁଦେବପୁର(କିରିଟି ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁରର କଷିଆ ସାମୁଦ୍ରିକ ଥାନାରେ ପଶି ଉତ୍ତ୍ୟକ୍ତ ଲୋକମାନେ ଭଙ୍ଗାରୁଜା କରିଛନ୍ତି। ସେମାନେ ପୁଲିସ୍‌ର ପାଟ୍ରୋଲିଂ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି। ଏହାସହ ଥାନା ଭିତରେ ଥିବା ଆସବାବପାତ୍ର ଭାଙ୍ଗିବା ସହ କାଗଜପତ୍ର ଓ କମ୍ପ୍ୟୁଟର ଫିଙ୍ଗା ଫୋଫଡ଼ା କରିଛନ୍ତି। ବାପଘରୁ ବୋହୂ ନ ଫେରିବାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଛି। ଗତ ଛଅ ମାସ ତଳେ ପାରାପୋଖରୀ ଗାଁର ଝିଅ ବିନୋବାଭାବେ ନଗରର ଜଣେ ପୁଅକୁ ପ୍ରେମ ବିବାହ କରିଥିଲେ। […]

police0000

police0000

Tapaswini Nayak
  • Published: Saturday, 23 March 2019
  • Updated: 23 March 2019, 06:01 PM IST

Sports

Latest News

ବାସୁଦେବପୁର(କିରିଟି ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁରର କଷିଆ ସାମୁଦ୍ରିକ ଥାନାରେ ପଶି ଉତ୍ତ୍ୟକ୍ତ ଲୋକମାନେ ଭଙ୍ଗାରୁଜା କରିଛନ୍ତି। ସେମାନେ ପୁଲିସ୍‌ର ପାଟ୍ରୋଲିଂ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି। ଏହାସହ ଥାନା ଭିତରେ ଥିବା ଆସବାବପାତ୍ର ଭାଙ୍ଗିବା ସହ କାଗଜପତ୍ର ଓ କମ୍ପ୍ୟୁଟର ଫିଙ୍ଗା ଫୋଫଡ଼ା କରିଛନ୍ତି। ବାପଘରୁ ବୋହୂ ନ ଫେରିବାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଛି।

ଗତ ଛଅ ମାସ ତଳେ ପାରାପୋଖରୀ ଗାଁର ଝିଅ ବିନୋବାଭାବେ ନଗରର ଜଣେ ପୁଅକୁ ପ୍ରେମ ବିବାହ କରିଥିଲେ। ଏହି ପ୍ରେମ ବିବାହକୁ ନେଇ ଦୁଇ ଗାଁ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ପୁଲିସର ମଧ୍ୟସ୍ଥତାରେ ଦୁଇ ଗାଁର ଗଣ୍ଡଗୋଳ ଥାନାରେ ସମାଧାନ ହୋଇଥିଲା।

ଗତକାଲି ହୋଲି ପର୍ବ ପାଇଁ ଝିଅ ବାପ ଘର(ପାରାପୋଖରୀ)କୁ ଯାଇଥିଲା। ହେଲେ ରାତିରେ ଶ୍ଵଶୁର ଘରକୁ ଫେରିଲା ବେଳେ ବିଳମ୍ବ ହୋଇଥିଲା। ଏହାକୁ ନେଇ ଶଶୁର ଘର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି କଥାକୁ ନେଇ ପୁଅ ଘର ଓ ଝିଅ ଘର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଲିସ୍ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। ବୁଝାସୁଝା କରିବା ପାଇଁ ଉଭୟଙ୍କ ପକ୍ଷର ଲୋକଙ୍କୁ ଥାନାକୁ ଆଣିଥିଲା ଓ ପରେ ଛାଡ଼ି ଦେଇଥିଲା।

ଆଜି ପୁଣି ପୂର୍ବ ତିକ୍ତତାକୁ ନେଇ ଉଭୟଙ୍କ ଗାଁ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଲିସ୍‌ ମାମଲା ବୁଝିବାରେ ବିଳମ୍ବ କରିଥିବା ନେଇ ବିନୋବାଭାବେ ନଗର ଗାଁର ଲୋକେ ଥାନାରେ ପଶି ଭଙ୍ଗାରୁଜା କରିଥିଲେ। ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ତିନି ପ୍ଲାଟୁନ ପୁଲିସ୍ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos