ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ରେ ପହଞ୍ଚିଥିବା ବେଳେ ୨୮୫୪ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ ୧୨୯୫ ଜଣ ଚିକିତ୍ସାଧୀନ ଅଛନ୍ତି।
ଏହି ୧୦୮ ଆକ୍ରାନ୍ତଙ୍କ ମଧ୍ୟରୁ ୯୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୩ଟି ହେଉଛି ଲୋକାଲ୍ କେସ୍। ନୂଆ ୧୦୮ ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୨୧ ଜଣ ଅଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲାରୁ ୫ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୭, କେନ୍ଦ୍ରାପଡ଼ାରୁ ୯, ବାଲେଶ୍ୱରରୁ ୪, ଜଗତସିଂହପୁରରୁ ୯, ଗଞ୍ଜାମରୁ ୮. ପୁରୀରୁ ୧୫, ଗଜପତିରୁ ୭ ଓ ସୁନ୍ଦରଗଡ଼ରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୋଳ, କଟକ, କଳାହାଣ୍ଡି, ବରଗଡ଼ ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ଅମ୍ଫାନ ଡ୍ୟୁଟି ସାରି ପଶ୍ଚିମ ବଙ୍ଗରୁ ଫେରିଥିବା ଆଉ ୧୬ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
6. Balasore: 4
7. Cuttack: 1
8. Jagatsinghpur: 9
9. Ganjam: 8
10. Puri: 15
11. Gajapati: 7
12. Sundargarh: 2
13. Kalahandi: 1
14. Bargarh: 1
15. Bolangir: 1
16. Fire personnel returned from Amphan duty in West Bengal : 16— I & PR Department, Odisha (@IPR_Odisha) June 16, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।