ଜଗତସିଂହପୁର(ଶଶାଙ୍କ ପଣ୍ଡା): ଆଜି ସକାଳେ ‘କରୋନା’ ମୁକ୍ତ ହୋଇଥିବା ଜଗତସିଂହପୁର ଜିଲ୍ଲାରେ ପୁଣି ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯୬ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର।
ଆଜି ଚିହ୍ନଟ ହୋଇଥିବା ‘କରୋନା’ଙ୍କ ଭିତରୁ ନାଉଗାଁ ବ୍ଲକ ଜାମୁଗାଁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୯ ଜଣ ଥିବା ବେଳେ କୁଜଙ୍ଗ ବ୍ଲକ ପଣ୍ଡୁଆ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଜଣେ ଅଛନ୍ତି। ସମସ୍ତେ କୋଲକାତା ଫେରନ୍ତା ବୋଲି ଜଗତସିଂହପୁର ଜିଲ୍ଲାପାଳ କହିଛନ୍ତି। ଏବେ ସମସ୍ତଙ୍କୁ ଆଇସୋଲେସନ୍ କ୍ୟାମ୍ପକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଆଜି ସକାଳେ ୫ ସୁସ୍ଥ ହେବା ପରେ ଜିଲ୍ଲା ‘କରୋନା’ ମୁକ୍ତ ହୋଇଥିଲା
ଆଜି ସୁଦ୍ଧା ରାଜ୍ୟରେ ୮୯୬ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭୭ ଜଣ ଆରୋଗ୍ୟ ହୋଇଛନ୍ତି। ଏବେ କରୋନା ଆକ୍ରାନ୍ତମାନେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଯୁଦ୍ଧଭୂମିର ଭ୍ରମ; ପୁରୀରେ ଘୁଁ ଘୁଁ ଗର୍ଜନ କରୁଛନ୍ତି ଯୁଦ୍ଧ ଟ୍ୟାଙ୍କ
ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା ସହ ପରାକ୍ରମ ଦେଖାଇବାକୁ କେତେ ସଜାଗ ଭାରତୀୟ ନୌସେନା, ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ।
Miscellaneous
ଆମ୍ବଟାକୁଆ ମୃତ୍ୟୁ ଅନାହାରଜନିତ ନୁହେଁ, ଫୁଡ୍ ପଏଜନିଂ ପାଇଁ ହୋଇଛି : ଖାଦ୍ୟଯୋଗାଣ ମନ୍ତ୍ରୀ
ଅନାହାର ଯୋଗୁ ଆମ୍ବଟାକୁଆ ଜାଉ ଖାଇବା ଘଟଣା ସମ୍ପୂର୍ଣ୍ଣ ମିଛ । ବିରୋଧୀ ଦଳ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ।
Miscellaneous
ପାଠଶାଳାରେ ନୂଆ ବିଦ୍ୟାର୍ଥୀ: ରାଧିକା ଓ ଜଗୁ
ଗୋଠ ଛଡା ହେଉ ବା ଶିଶୁ ହାତୀକୁ ତାଲିମ ଦେବା ପାଇଁ କୁମାରଖୁଣ୍ଟିରେ ରହିଛି ପାଠଶାଳା। ଆସାମରୁ ଆସିଥିବା ମାହୁନ୍ତ ଓ ବିଶେଷଜ୍ଞମାନେ ହାତୀଙ୍କୁ ପାଠ ପଢ଼ାଉଛନ୍ତି।
Miscellaneous
ଗୁହାଳରେ ପଶି ବାଛୁରୀ ନେଇଗଲା ବାଘ!
ଉଦଳା ବନାଞ୍ଚଳ ଚଡଦା ଗାଁର ଶଙ୍କର ମାରାଣ୍ଡି ମଙ୍ଗଳବାର ରାତିରେ ନିଜ ଗୁହାଳରେ ବାଛୁରୀ ବାନ୍ଧି ଥିଲେ। କିନ୍ତୁ ଆଜି ସକାଳେ ଗୁହାଳରେ ବାଛୁରୀକୁ ପାଇନଥିଲେ। ବହୁ ଖୋଜା ଖୋଜି ପରେ ବିଲ ମଝିରେ ବାଛୁରୀର କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।