ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆରୋଗ୍ୟ ହେଲେ ୩୩୧୨ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨ ଲକ୍ଷ ୧୬ ହଜାର ୯୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
https://twitter.com/HFWOdisha/status/1314189963500548096?s=20
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୬୫୮ ଜଣ ଅଛନ୍ତି। ସେହିପରି କଟକରୁ୨୬୨, ବାଲେଶ୍ୱରରୁ ୧୫୩, ନୂଆପଡ଼ାରୁ ୧୫୧, ଝାରସୁଗୁଡ଼ାରୁ ୧୨୮, ମୟୂରଭଞ୍ଜରୁ ୧୨୧, କେନ୍ଦୁଝରରୁ ୧୧୭, ଅନୁଗୋଳରୁ ୧୧୨, ବଲାଙ୍ଗିରରୁ ୧୦୯, ମାଲକାନଗିରିରୁ ୧୦୩, ସମ୍ବଲପୁରରୁ ୯୮, କେନ୍ଦ୍ରାପଡ଼ାରୁ ୮୮, ପୁରୀରୁ ୮୫, କନ୍ଧମାଳରୁ ୮୩, ନବରଙ୍ଗପୁରରୁ ୮୧, କୋରାପୁଟରୁ ୬୯, ନୟାଗଡ଼ରୁ ୬୯, ଢେଙ୍କାନାଳରୁ ୬୮, ଜଗତସିଂହପୁରରୁ ୬୪, ସୁନ୍ଦରଗଡ଼ରୁ ୬୩, ଭଦ୍ରକରୁ ୬୨, ବରଗଡ଼ରୁ ୬୧, ଯାଜପୁରରୁ ୫୮, କଳାହାଣ୍ଡିରୁ ୫୩, ସୁବର୍ଣ୍ଣପୁରରୁ ୪୮, ଗଞ୍ଜାମରୁ ୪୭, ବୌଦ୍ଧରୁ ୩୯, ରାୟଗଡ଼ାରୁ ୩୪, ଗଜପତିରୁ୧୬, ଦେବଗଡ଼ରୁ ୧୨ ଓ ଷ୍ଟେଟ୍ ପୁଲରୁ ୨୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।