ଆରୋଗ୍ୟ ହେଲେ ୩୪୦୪ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆରୋଗ୍ୟ ହେଲେ ୩୪୦୪ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨ ଲକ୍ଷ ୨୦ ହଜାର ୩୮୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
Another 3404 Covid patients have recovered and are being discharged on 09.10.2020
602 from Khordha
374 from Cuttack
289 from Puri
148 from Baleswar
130 from Mayurbhanj
130 from Sambalpur
116 from Keonjhar
107 from Bargarh
106 from Jajapur
98 from Kendrapara
92 from Bhadrak— H & FW Dept Odisha (@HFWOdisha) October 9, 2020
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୬୦୨ ଜଣ ଅଛନ୍ତି। ସେହିପରି କଟକରୁ ୩୭୪, ପୁରୀରୁ ୨୮୯, ଷ୍ଟେଟ୍ ପୁଲ୍ରୁ ୧୬୪, ବାଲେଶ୍ୱରରୁ ୧୪୮, ମୟୂରଭଞ୍ଜରୁ ୧୩୦, ସମ୍ବଲପୁରରୁ ୧୩୦, କେନ୍ଦୁଝରରୁ ୧୧୬, ବରଗଡ଼ରୁ ୧୦୭, ଯାଜପୁରରୁ ୧୦୬, କେନ୍ଦ୍ରାପଡ଼ାରୁ ୯୮, ଭଦ୍ରକରୁ ୯୨, ଜଗତସିଂହପୁରରୁ ୯୦, ଝାରସୁଗୁଡ଼ାରୁ ୮୬, ଅନୁଗୋଳରୁ ୮୩, ନୂଆପଡ଼ାରୁ ୭୭, ନୟାଗଡ଼ରୁ ୭୪, କଳାହାଣ୍ଡିରୁ ୭୨, କନ୍ଧମାଳରୁ ୭୧, ବଲାଙ୍ଗିରରୁ ୭୦, ଢେଙ୍କାନାଳରୁ ୭୦, ସୁନ୍ଦରଗଡ଼ରୁ ୬୬, କୋରାପୁଟରୁ ୫୨, ନବରଙ୍ଗପୁରରୁ ୫୦, ଗଞ୍ଜାମରୁ ୪୮, ସୁବର୍ଣ୍ଣପୁରରୁ ୪୮, ମାଲକାନଗିରିରୁ ୩୮, ବୌଦ୍ଧରୁ ୨୨, ଗଜପତିରୁ ୧୮, ଦେବଗଡ଼ରୁ ୧୧ ଓ ରାୟଗଡ଼ାରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।