ସୁସ୍ଥ ହେଲେ ୪୦୬୬ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁସ୍ଥ ହେଲେ ୪୦୬୬ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧ ଲକ୍ଷ ୯୮ ହଜାର ୧୯୪ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
57 from Dhenkanal
41 from Nayagarh
14 from Deogarh
13 from Gajapati
149 from State PoolThe total recovered cases of Odisha now stand at 198194
— H & FW Dept Odisha (@HFWOdisha) October 3, 2020
ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୮ ଜଣ ଅଛନ୍ତି। ସେହିପରି କଟକରୁ ୫୨୧, ଅନୁଗୋଳରୁ ୨୨୫, ଯାଜପୁରରୁ ୧୮୧, ସୁନ୍ଦରଗଡ଼ରୁ ୧୬୭, ଜଗତସିଂହପୁରରୁ ୧୫୨, ନୂଆପଡ଼ାରୁ ୧୫୨, ବରଗଡ଼ରୁ ୧୪୧, ନବରଙ୍ଗପୁରରୁ ୧୩୫, ସମ୍ବଲପୁରରୁ ୧୨୮, ଭଦ୍ରକରୁ ୧୨୭, ବାଲେଶ୍ୱରରୁ ୧୧୯, ମୟୂରଭଞ୍ଜରୁ ୧୧୪, କନ୍ଧମାଳରୁ ୧୦୮, କେନ୍ଦ୍ରାପଡ଼ାରୁ ୧୦୬, ପୁରୀରୁ ୧୦୫, ଝାରସୁଗୁଡ଼ାରୁ ୯୧, ବଲାଙ୍ଗିରରୁ ୮୧, କେନ୍ଦୁଝରରୁ ୬୫, ମାଲକାନଗିରିରୁ ୬୫, ରାୟଗଡ଼ାରୁ ୬୧, ସୁବର୍ଣ୍ଣପୁରରୁ ୬୧, ଗଞ୍ଜାମରୁ ୬୦, କଳାହାଣ୍ଡିରୁ ୬୦, କୋରାପୁଟରୁ ୬୦, ବୌଦ୍ଧରୁ ୫୯, ଢେଙ୍କାନାଳରୁ ୫୭, ନୟାଗଡ଼ରୁ ୪୧, ଦେବଗଡ଼ରୁ ୧୪, ଗଜପତିରୁ ୧୩ ଓ ଷ୍ଚେଟ୍ ପୁଲରୁ ୧୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।