ପରଦାକୁ ଆସିଲା ‘ଅଭୟ’; ପ୍ରିମିୟର ଶୋ ଦେଖିବାକୁ ରିକ୍ସାରେ ଆସିଲେ ଅନୁଭବ

ଭୁବନେଶ୍ୱର: ଏଥର ରଜବଜାରରେ ଧମାଲ୍ ମଚାଇବ ତରଙ୍ଗ ସିନେ ପ୍ରଡକ୍ସନ୍ସର ୨ଟି ଫିଲ୍ମ। ଶୁକ୍ରବାର ସିଷ୍ଟର ଶ୍ରୀଦେବୀ ପରଦାକୁ ଆସିଥିବା ବେଳେ ଆଜି ରିଲିଜ୍ ହୋଇଛି ସୁପରଷ୍ଟାର ଅନୁଭବ ଅଭିନୀତ ଫିଲ୍ମ ‘ଅଭୟ’। ଆଜି ଓଡ଼ିଶାର ୪୦ରୁ ଊର୍ଦ୍ଧ୍ୱ ସିନେମା ହଲରେ ଏହା ରିଲିଜ୍ ହୋଇଛି। କଟକର ବୃନ୍ଦାବନ ସିନେମା ହଲ୍‌ରେ ଏହାର ପ୍ରିମିୟର ଶୋ’ ହୋଇଛି। ଅନୁଭବ ଏହି ଫିଲ୍ମରେ ଜଣେ କମନ୍‌ମ୍ୟାନ ଭୂମିକାରେ ଆସିଛନ୍ତି।  ତେଣୁ ଏହାର ପ୍ରିମିୟର ଶୋ’ ଦେଖିବା ପାଇଁ ଅନୁଭବ ଜଣେ ସାଧାରଣ ଲୋକଙ୍କ ଭଳି ରିକ୍ସାରେ ‌ଆସିଥିବା ଦେଖିବାକୁ ମିଳିଥିଲା ।

ପ୍ରଥମଥର ପାଇଁ ଓଲିଉଡ୍ ସୁପରଷ୍ଟାର ଅନୁଭବଙ୍କ ଅପୋଜିଟରେ ଅଛନ୍ତି ଚୁଲବୁଲି ଏଲିନା। କେ.ମୁରଲୀକ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। ପ୍ରଥମ ଓଡ଼ିଆ ଫିଲ୍ମ ଭାବେ ଏହାର ୨ଟି ଗୀତ ଶୁଟିଂ ହୋଇଛି ଲଦାଖର ବିୟୁଟିଫୁଲ ଲୋକେସନରେ।