କଟକ (ଓଡ଼ିଶା ରିପୋର୍ଟର): ଅଭିନେତାରୁ ରାଜନେତା ହୋଇଥିବା ଅନୁଭବ ମହାନ୍ତିଙ୍କ ଘରେ ରହିବେ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। କଟକ ଜିଲ୍ଲା ଜଜ୍ ଆଜି ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନେଇ ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି। ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ପୂର୍ବରୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବାକୁ ବର୍ଷାଙ୍କୁ ଏସ୍ଡିଜେଏମ୍ କୋର୍ଟ ଦେଇଥିଲେ ନିର୍ଦ୍ଦେଶ। ଘରଭଡ଼ା ବାବଦରେ ଅନୁଭବ ମାସିକ ୩୦ ହଜାର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଅନୁଭବ ଘର ଭଡ଼ା ବାବଦକୁ ବର୍ଷାଙ୍କୁ ଅର୍ଥ ପ୍ରଦାନ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ହସ୍ପିଟାଲରେ ଚାଲିଗଲା ବିଚାରାଧୀନ କଏଦୀ ଜୀବନ, ସାଂଘାତିକ ଅଭିଯୋଗ ଆଣିଲେ ପୁଅ
ଜେଲ କର୍ତ୍ତୃପକ୍ଷ ଅସୁସ୍ଥତା କାରଣରୁ ଜମାଲ ପ୍ରାଣ ହରାଇଥିବା କୁହାଯାଇଛି। କିନ୍ତୁ ଏହାକୁ ତାଙ୍କ ପରିବାର ଲୋକ ମାନି ନାହାନ୍ତି। ସେମାନଙ୍କ କହିବା କଥା ଯେ ଜେଲରେ ଜମାଲଙ୍କୁ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଛି।
Crime
ଆଶ୍ରମ ବିଦ୍ୟାଳୟରୁ ଛାତ୍ର ନିଖୋଜ, ୬ ଦିନ ହେଲା ମିଳୁନି ପତ୍ତା
ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଛାତ୍ରଙ୍କ ପରିବାର।
Miscellaneous
ବନ୍ଧା ପଡ଼ିଛି ଦାଦନ, ଚର୍ଚ୍ଚାରେ ପୁଲିସର ଡବଲ୍ ରୋଲ
ଝିଅକୁ ସେଠାରୁ ଉଦ୍ଧାର ପାଇଁ ମା’ ଜୟନ୍ତୀ ଏବେ ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି।
Miscellaneous
ଏବେ 'ଟୁଇନ୍ ସିଟି' ନୁହେଁ, 'ଟ୍ରାଇ ସିଟି'ର ବିକାଶ କରିବେ ସରକାର
ପୁରୀ, କଟକ ଓ ଭୁବନେଶ୍ୱରକୁ ନେଇ ଟ୍ରାଇ ସିଟି ଗଠନ କରାଯିବ। ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ରିଂ ରୋଡ୍ ଏବଂ ଓଭର ବ୍ରିଜ।
Events & Festivals
କଂସ ଦେଲେ ନିର୍ଦ୍ଦେଶ, ଧନୁଯାତ୍ରା ମଞ୍ଚରେ ଗୀତ ଗାଇଲେ ସିଦ୍ଧାନ୍ତ: ଦେଖନ୍ତୁ ଭିଡିଓ
କଂସ ମହାରାଜଙ୍କ ନିର୍ଦ୍ଦେଶରେ ସେ ଦୁଇଟି ଗୀତ ଗାଇବା ସହ ଗୋଟିଏ ଫିଲ୍ମର ଡାଏଲଗ ସମସ୍ତଙ୍କୁ ଶୁଣାଇଥିଲେ।