ମହିଳାଙ୍କ ପ୍ରତି ହିଂସାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଜବାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହିଳା ଓ ନାବାଳିକାଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସା ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ସିଧାସଳଖ କଡ଼ାଭାଷାରେ ବିରୋଧୀଙ୍କୁ ରୋକଠୋକ୍ ଜବାବ ଦେଇଛନ୍ତି। ମହିଳାଙ୍କ ପ୍ରତି ହେଉଥିବା ହିଂସା ପ୍ରସଙ୍ଗରେ ରାଜନୀତି ନକରି ସରକାରଙ୍କ ପକ୍ଷରୁ ହେଉଥିବା ତଦନ୍ତରେ କେହି ଅସନ୍ତୁଷ୍ଟ ଥିଲେ ସେମାନେ ଆଇନଗତ ଆଶ୍ରୟ ନିଅନ୍ତୁ ବୋଲି କହିବାକୁ ପଛାଇ ନାହାନ୍ତି। ଆଜି ବିଧାନସଭାରେ […]

naveen-in-assembly

naveen-in-assembly

Manoranjan Sial
  • Published: Friday, 22 November 2019
  • Updated: 22 November 2019, 09:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହିଳା ଓ ନାବାଳିକାଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସା ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ସିଧାସଳଖ କଡ଼ାଭାଷାରେ ବିରୋଧୀଙ୍କୁ ରୋକଠୋକ୍ ଜବାବ ଦେଇଛନ୍ତି। ମହିଳାଙ୍କ ପ୍ରତି ହେଉଥିବା ହିଂସା ପ୍ରସଙ୍ଗରେ ରାଜନୀତି ନକରି ସରକାରଙ୍କ ପକ୍ଷରୁ ହେଉଥିବା ତଦନ୍ତରେ କେହି ଅସନ୍ତୁଷ୍ଟ ଥିଲେ ସେମାନେ ଆଇନଗତ ଆଶ୍ରୟ ନିଅନ୍ତୁ ବୋଲି କହିବାକୁ ପଛାଇ ନାହାନ୍ତି।

ଆଜି ବିଧାନସଭାରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସେ ଆଜି କୌଣସି ଚିରାଚରିତ ବୟାନ ଦେବେ ନାହିଁ। ଦୁଇଟି ପ୍ରସଙ୍ଗରେ ନିଜର ମତ ରଖିବେ। ଏହା ସେ ୧୯ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ବିଜୁ ଜନତା ଦଳର ସଭାପତି ଭାବେ କହୁନାହାନ୍ତି ବରଂ ଗୃହର ଜଣେ ବରିଷ୍ଠ ସଦସ୍ୟ ଭାବେ କହିବାକୁ ଚାହଁଛନ୍ତି ଯେ, ଯେକୌଣସି ମାନବକୃତ ବିପର୍ଯ୍ୟୟ ବିଶେଷକରି ମହିଳାଙ୍କ ପ୍ରତି ହିଂସାକୁ ନେଇ ରାଜନୀତି କରାଯିବା ହେଉଛି ଅମାନବିକତା। ଏଭଳି ପ୍ରକାରର ରାଜନୀତିରେ କିଛି ଫଳ ମିଳିବ ନାହିଁ। ଦୁଷ୍କର୍ମ, ହତ୍ୟା, ଓ ମହିଳାଙ୍କ ମୃତ୍ୟୁ ହେଉଛି ଅତ୍ୟନ୍ତ ଦୁଃଖଦ ଘଟଣା। ଏସବୁର ରାଜନୀତିକରଣ ଦ୍ୱାରା ଯନ୍ତ୍ରଣା ବହୁଗୁଣିତ ହୋଇଥାଏ ଓ ସାଧାରଣ ଲୋକଙ୍କ ପାଖକୁ ଭୁଲ୍ ସନ୍ଦେଶ ଯାଇଥାଏ। ବିଶେଷକରି ଯୁବବର୍ଗଙ୍କ ନିକଟକୁ। ଯଦି କେହି ତଦନ୍ତରେ ସନ୍ତୁଷ୍ଟ ହେଉନାହାନ୍ତି ସେମାନେ ଆଇନର ଆଶ୍ରୟ ନେଇପାରିବେ।

ବିରୋଧୀ ଦଳର ସଦସ୍ୟମାନଙ୍କୁ ଇଙ୍ଗିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେମାନେ ଏକ ପରିପକ୍ୱ ଗଣତନ୍ତ୍ର ରାଷ୍ଟ୍ରରେ ରହିଛେ। ସାଢ଼େ ୪କୋଟି ଓଡ଼ିଶାବାସୀଙ୍କ ପ୍ରତିନିଧିତ୍ୱ କରୁଛୁ। ତେଣୁ ବିଧାନସଭା ଭିତରେ ଓ ବାହାରେ ରାଜନୀତିର ଉଚ୍ଚ ଏକ ମାନଦଣ୍ଡ ପ୍ରଦର୍ଶନ କରିବାକୁ ସେ ଆହ୍ୱାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ସେ ଗୃହକୁ ଆଶ୍ୱସ୍ତ କରି କହିଛନ୍ତି ଯେ, ମହିଳାଙ୍କ ବିରୁଦ୍ଧରେ ହିଂସା ରଖିବାକୁ ତାଙ୍କ ସରକାର ସର୍ବାଧିକ ପ୍ରାଥମିକତା ଦେଉଛି। ସେମାନଙ୍କୁ ନ୍ୟାୟ ଦେବା ସୁନିଶ୍ଚିତ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରୁନାହାନ୍ତି। ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସାରେ କୌଣସି ପ୍ରକାରର ଅବହେଳାକୁ ବରଦାସ୍ତ କରାଯାଉନି। ଉଲ୍ଲେଖନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତ୍ୱରିତ୍ ଓ ପେସାଦାର ତଦନ୍ତ ଯୋଗୁ ୪ଟି ସମ୍ବେଦନଶୀଳ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ମୃତ୍ୟୁ ଦଣ୍ଡ ସମ୍ଭବପର ହୋଇପାରିଛି। ରେଡ୍ ଫ୍ଲାଗ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୨୦୧୯ ମସିହାରେ ୪୧.୪୮ ପ୍ରତିଶତକୁ ବୃଦ୍ଧି ପାଇଛି।

ତେଣୁ ମାନବିକତା ଦୃଷ୍ଟିରୁ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସା ଘଟଣାର ରାଜନୀତିକରଣ ନକରିବାକୁ ସେ ପରାମର୍ଶ ଦେଇଛନ୍ତି।

ସେହିପରି ‘ଫାଇଭ-ଟି ଓ ‘ମୋ ସରକାର’ କାର୍ଯ୍ୟକ୍ରମ ସମ୍ପର୍କରେ ଗୃହକୁ ଅବଗତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଲୋକମାନେ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ସୁଶାସନର ହଲମାର୍କ ହେଉଛି ନାଗରିକଙ୍କ ସନ୍ତୁଷ୍ଟି। ସୁଶାସନରେ ଫାଇଭ-ଟି ଚାର୍ଟର ଅନ୍ତର୍ଗତ ମୋ ସରକାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ। ଥାନାରେ ‘ମୋ ସରକାର’ କାର୍ଯ୍ୟକାରୀ ହେବାପରେ ସେ ନିଜେ ୩୦୦ ଅଭିଯୋଗକାରୀଙ୍କୁ ଫୋନ୍ କରିଛନ୍ତି। ଏଥିଯୋଗୁ ଥାନାରେ ସେବା ପ୍ରଦାନରେ ବ୍ୟାପକ ପରିବର୍ତ୍ତନ ଆସିଛି। ସେ ପୁଲିସ କର୍ମଚାରୀମାନଙ୍କୁ ପରାମର୍ଶ ଦେଇ ଭୟ ଓ ବିନା ଦ୍ୱେଷରେ ପ୍ରତିବଦ୍ଧତା ସହ ନିଜର କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ପଞ୍ଜିକରଣର ପରିସଂଖ୍ୟାନକୁ ନେଇ ବ୍ୟସ୍ତ ନହେବାକୁ କହିବା ସହ ତାଙ୍କ ସରକାରରେ ପରିସଂଖ୍ୟାନ ତୁଳନାରେ ଲୋକମାନେ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ନିୟନ୍ତ୍ରଣାଧୀନ ରହିଛି। ମାଓବାଦୀ ପରିସ୍ଥିତି ସୁଧାରରେ ଉଲ୍ଲେଖନୀୟ ସୁଧାର ଆସିଛି।

ସରକାରୀ ଅଫିସକୁ ବାରମ୍ବାର ନଦୌଡ଼ି ଲୋକମାନଙ୍କୁ ଅନଲାଇନ ଓ ସେମାନଙ୍କ ଦ୍ୱାରଦେଶରେ ବିଭିନ୍ନ ପ୍ରକାରର ସେବା ଯୋଗାଇ ଦେବା ଦିଗରେ ତାଙ୍କ ସରକାର କାର୍ଯ୍ୟ କରୁଛି। ଫାଇଭ-ଟି ଚାର୍ଟରରେ ଏହା ତାଙ୍କ ସରକାରର ସବୁଠୁ ବଡ଼ ଲକ୍ଷ୍ୟ। ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟ ପାଇଁ ପାରିଶ୍ରମିକକୁ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଉଛି। ଏହାଦ୍ୱାରା ଲୋକମାନେ ବିଶେଷକରି ଗରିବ ଶ୍ରମିକମାନେ ଅଧିକ ଲାଭବାନ ହେଉଛନ୍ତି।

ଫାଇଭ-ଟି ଚାର୍ଟର ମାଧ୍ୟମରେ ସଶକ୍ତ ଓଡ଼ିଶା ଗଠନ ଦିଗରେ ଶାସନକୁ ଅନ୍ୟ ପର୍ଯ୍ୟାୟକୁ ନେବାକୁ କାର୍ଯ୍ୟ କରାଯାଉଛି। ଏଥିପାଇଁ ସମସ୍ତ ସଦସ୍ୟଙ୍କ ସହଯୋଗ ସେ କାମନା କରିଛନ୍ତି।

ସୂଚନାଯୋଗ୍ୟ, ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ବଜେଟ ପାରିତ ହୋଇଛି। ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହୁନଥିବା ଓ ରାଜ୍ୟରେ ବିପର୍ଯ୍ୟସ୍ତ ହେଉଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ଦଳ ସଦସ୍ୟମାନେ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story