‘ବିଜେପି ନେତ୍ରୀଙ୍କୁ ଭେଟିଥିବା କଂଗ୍ରେସ ନେତ୍ରୀ ଦଳ ଛାଡ଼ନ୍ତୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ବିଜେପି ନେତ୍ରୀଙ୍କ ସହ ଫଟୋ ଉଠାଇ ସୋଶାଲ ମିଡିଆରେ ଛାଡ଼ିଥିବା ମହିଳା କଂଗ୍ରେସର ନେତ୍ରୀମାନେ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଯିବା ଉଚିତ୍ ବୋଲି ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଚେତାବନୀ ଦେଇ କହିଛନ୍ତି। ଏହାସହିତ ଦଳରେ ରହି ଅର୍ନ୍ତଘାତୀ କାର୍ଯ୍ୟ କରିବାକୁ ଆଉ ବରଦାସ୍ତ କରାନଯାଉ ଓ ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ ଦଳରେ ଦୃଢ଼ ଶୃଙ୍ଖଳାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ […]

arya-kumar-gyanendra-criticized-opposition

Manoranjan Sial
  • Published: Tuesday, 10 December 2019
  • Updated: 10 December 2019, 06:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ବିଜେପି ନେତ୍ରୀଙ୍କ ସହ ଫଟୋ ଉଠାଇ ସୋଶାଲ ମିଡିଆରେ ଛାଡ଼ିଥିବା ମହିଳା କଂଗ୍ରେସର ନେତ୍ରୀମାନେ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଯିବା ଉଚିତ୍ ବୋଲି ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଚେତାବନୀ ଦେଇ କହିଛନ୍ତି। ଏହାସହିତ ଦଳରେ ରହି ଅର୍ନ୍ତଘାତୀ କାର୍ଯ୍ୟ କରିବାକୁ ଆଉ ବରଦାସ୍ତ କରାନଯାଉ ଓ ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ ଦଳରେ ଦୃଢ଼ ଶୃଙ୍ଖଳାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜ୍ଞାନେନ୍ଦ୍ର ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, କଂଗ୍ରେସରେ କାର୍ଯ୍ୟ କରୁଛନ୍ତି ବୋଲି ବାହାବା ନେଇ କିଛି ମହିଳା ନେତ୍ରୀ ଦିଲ୍ଲୀରେ ଯାଇ ଜଣେ ବିଜେପି ନେତ୍ରୀଙ୍କ ସହ ଫଟୋ ଉଠାଇ ସୋଶାଲ ମିଡିଆରେ ଛାଡ଼ିଛନ୍ତି। ସେମାନଙ୍କର ଯଦି କଂଗ୍ରେସ ଦଳରେ ରହି କାର୍ଯ୍ୟ କରିବାରେ ଇଚ୍ଛା ନାହିଁ, ତା’ହେଲେ ଦଳ ଛାଡ଼ି ବିଜେପିରେ ନିଜକୁ ସାମିଲ କରିନେବା ଉଚିତ୍। ଏଭଳି ଫଟୋ ସୋଶାଲ ମିଡିଆରେ ଦେଖିବାପରେ କଂଗ୍ରେସକୁ ଭଲ ପାଉଥିବା ତାଙ୍କ ଭଳି ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି।

ସେହିପରି ଗତ କେତେ କିଛିଦିନ ହେବ କଂଗ୍ରେସ ଦଳର କିଛି ବ୍ୟକ୍ତିମାନେ ସାଧାରଣ ନିର୍ବାଚନ ପରିଚାଳନାରେ ବୀତସ୍ପୃହ ଥିଲେ, ଏବେ କୌଣସି ପଦ ପଦବୀରେ ନଥାଇ ମଧ୍ୟ, ସେମାନେ ପ୍ରଦେଶ କଂଗ୍ରେସର ସଭାପତି ପରିବର୍ତ୍ତନ ପାଇଁ ବିଭିନ୍ନ ସମୟରେ ଗଣମାଧ୍ୟମକୁ ବିବୃତ୍ତିମାନ ଦେଇ ଅଯଥା କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ହତାଶା ଭାବ ସୃଷ୍ଟି କରୁଛନ୍ତି। ନିଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ଦାୟିତ୍ୱରେ ଥିବା କର୍ମକର୍ତ୍ତାମାନେ ଏବେ ନେତୃତ୍ୱ ପରିବର୍ତ୍ତନ ହେବାର ନାହିଁ ବୋଲି ବାରମ୍ବାର ସୂଚନା ଦେବାପରେ ମଧ୍ୟ କିଛି ସ୍ୱାର୍ଥସର୍ବସ୍ୱ ବ୍ୟକ୍ତିବିଶେଷ ଦିଲ୍ଲୀ ଯାଇ କାହାକୁ ଭେଟିଲେ ନଭେଟିଲେ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ କରାଇ ନିଜ ନିଜର ନେତୃତ୍ୱର ପରାକାଷ୍ଠା ଦେଖାଇବା ପାଇଁ ଚେଷ୍ଟା କରୁଛନ୍ତି। ସେମାନେ ବୁଝିବା ଦରକାର ଯେ କଂଗ୍ରେସ ଦଳ କହିଲେ ଭୁବନେଶ୍ୱର-କଟକର ମୁଷ୍ଟିମେୟ ନେତାଙ୍କୁ ବୁଝାଏ ନାହିଁ। ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ, ପ୍ରେମୀ, ଶୁଭେଚ୍ଛୁ ଏବେବି ଗ୍ରାମାଞ୍ଚଳରେ କଂଗ୍ରେସ ଦଳକୁ ଭଲ ପାଆନ୍ତି।

କିଛିଦିନ ଧରି ଦଳର ପରିଚାଳନାକୁ ନେଇ ଚାଲିଥିବା ବିଶୃଙ୍ଖଳାରେ କ୍ଷୋଭ ପ୍ରକାଶ କରି ସେ କହିଛନ୍ତି ଯେ, କଂଗ୍ରେସ ଦଳ ଏକ ସର୍ବଭାରତୀୟ ଜାତୀୟ ଦଳ । ସଭାପତି ନିଯୁକ୍ତି ଠାରୁ ଆରମ୍ଭ କରି କର୍ମକର୍ତ୍ତା ମନୋନୟନ ପର୍ଯ୍ୟନ୍ତ ସବୁକିଛି ନିଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷଙ୍କ ସ୍ୱୀକୃତିରେ ହିଁ ହୋଇଥାଏ।

ତେଣୁ ଦଳ ଭିତରେ ରହି ଅର୍ନ୍ତଘାତୀ କାର୍ଯ୍ୟକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବା ଉଚିତ୍ ନୁହେଁ। ୨୦ବର୍ଷ ଧରି ଗୋଟିଏ ଦଳ ରାଜ୍ୟରେ ଶାସନ କରୁଥିବାବେଳେ ମହିଳାଙ୍କ ବିରୁଦ୍ଧରେ ହିଂସା ଓ ନିର୍ଯାତନା ସୀମା ଟପିଲାଣି। ତା’ବିରୁଦ୍ଧରେ ଦୃଢ଼ କାର୍ଯ୍ୟକ୍ରମ କରିବା ପରିବର୍ତ୍ତେ କଂଗ୍ରେସକୁ ଦୁର୍ବଳ କରିବା ପାଇଁ ଅପଚେଷ୍ଟା କରାନଯାଉ ବୋଲି ଶ୍ରୀ ଜ୍ଞାନେନ୍ଦ୍ର କହିଛନ୍ତି।

ସୂଚନାଯୋଗ୍ୟ, ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ଗତ ସପ୍ତାହରେ ଦଳର କିଛି ମହିଳା ଦିଲ୍ଲୀ ଗସ୍ତରେ ଯାଇ ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଫଟୋ ଉଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story