ଆସନ୍ତାକାଲିଠାରୁ ୱେବସାଇଟ୍‌ରେ ଉପଲବ୍ଧ ହେବ ମାଟ୍ରିକ ଓଏମ୍‌ଆର ସ୍କାନ କପି

କଟକ: ଆସନ୍ତାକାଲିଠାରୁ ୱେବସାଇଟ୍‌ରେ ମାଟ୍ରିକ ଓଏମ୍‌ଆର ସ୍କାନ କପି ଉପଲବ୍ଧ  ହେବ। www.indiaresults.com ରୁ ଛାତ୍ରଛାତ୍ରୀମାନେ ସ୍କାନ କପି ପାଇ ପାରିବେ। ଛାତ୍ରଛାତ୍ରୀମାନେ ରୋଲ ନମ୍ବର ଓ ବିଷୟ ସମ୍ପର୍କରେ କ୍ଲିକ କଲେ ସ୍କାନ କପି ଦେଖି ପାରିବେ। ଏଥିପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ। ମେ’ ୧୧ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଓଏମ୍‌ଆର ସ୍କାନ କପି ୱେବସାଇଟ୍‌ରେ ଉପଲବ୍ଧ ହେବ ବୋଲି ବୋର୍ଡ ସଭାପତି ପ୍ରଫେସର ଦକ୍ଷପ୍ରସାଦ ନନ୍ଦ କହିଛନ୍ତି।