ଆସନ୍ତାକାଲି କଂଗ୍ରେସର ଓଡିଶା ବନ୍ଦ: ଦିନଟିଏ ଘୁଞ୍ଚିଲା ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର: ଶୁକ୍ରବାର ହେବାକୁ ଥିବା ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଘାଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ଏହି ପରୀକ୍ଷା ୨୭ ତାରିଖ ଶନିବାର ହେବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀଜିଉଙ୍କ ବ୍ରହ୍ମ ପରିବର୍ତ୍ତନରେ ବିଭ୍ରାଟ ଘଟିବା ପ୍ରତିବାଦରେ ଗୁରୁବାର କଂଗ୍ରେସ ଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବାରୁ ସିଏଚ୍ଏସ୍ଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କଂଗ୍ରସ ପକ୍ଷରୁ ବୁଧବାର ଏ ନେଇ ଏକ ପ୍ରେସମିଟରେ ସୂଚନା ଦିଆଯାଇଥିଲା । ଏହି ବନ୍ଦରୁ ଅତ୍ୟାବଶ୍ୟକ ସେବକୁ ବାଦ ଦିଆଯାଇଥିବା ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି । ଦଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟର ନ୍ୟାୟିକ ତଦନ୍ତ କରିବାକୁ ଦାବି କରିଛି । ୨୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ରାମ ମନ୍ଦିର ପରିସରରେ ଦଳୀୟ ନେତା ଓ କର୍ମୀମାନେ ଉପବାସ ରହି ଦୀପ ଜାଳିବେ ବୋଲି ପିସିସି ସଭାପତି କହିଛନ୍ତି ।