ଆସନ୍ତାକାଲି ଓଡ଼ିଶା ଆସିବ କଳ୍ପତରୁ ଦାସଙ୍କ ମରଶରୀର

ଭୁବନେଶ୍ୱର: ବିଜେଡି ଉପସଭାପତି ତଥା ରାଜ୍ୟସଭା ସାଂସଦ କଳ୍ପତରୁ ଦାସଙ୍କର ୬୭ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଏମସରେ ସୋମବାରଠାରୁ ଚିକିତ୍ସିତ ହେଉଥିଲେ । ଆଜି ଅପରାହ୍ନରେ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । କିଛିଦିନ ହେଲା ସେ ଗୁରୁତର ଅସୁସ୍ଥ ଥିଲେ । ଗତ ସୋମବାର ତାଙ୍କୁ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ଏମସରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ପୁଅ ତଥା ବିଧାୟକ ପ୍ରଣବ ବଳବନ୍ତରାୟ ଓ ଅନ୍ୟ ସମ୍ପର୍କୀୟମାନେ ଦିଲ୍ଲୀରେ ଉପସ୍ଥିତ ଥିଲେ । ଆସନ୍ତାକାଲି ସକାଳେ ତାଙ୍କ ମର ଶରୀର ଭୁବନେଶ୍ୱର ଅଣାଯିବ ବୋଲି ସୂଚନା ମିଳିଛି। ଶେଷ ଦର୍ଶନ ଲାଗି ମର ଶରୀର ବିଜେଡି କାର୍ଯ୍ୟାଳୟରେ ରଖାଯିବ । ପରେ ତାଙ୍କ ଜନ୍ମସ୍ଥାନ ଯାଜପୁର ଜିଲ୍ଲା ଧର୍ମଶାଳା ନିଆଯିବାର କାର୍ଯ୍ୟକ୍ରମ ରହିଛି। ସେପଟେ କଳ୍ପତରୁଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି। ରାଜ୍ୟପାଳ ଏସ.ସି. ଜମିର,  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବିଭିନ୍ନ ଦଳର ନେତା ଶୋକ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ

ଦିନେ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଥିଲେ, ଆଜି ଦେଶ ଚଳାଇବେ

ଅମାନିଆଙ୍କ ପାଇଁ ଜାରି ହେଲା ହ୍ୱାଟ୍ସଆପ୍‌ ନମ୍ୱର

ଟେଲର ଦୋକାନରୁ ଘରେ ଚଳେ, ମୋ ପୁଅ ଆଇଏଏସ ପାଇଛି

କୋଭିଡ୍‌ ଯୋଦ୍ଧାଙ୍କ ସମ୍ମାନାର୍ଥେ କାଲି ସନ୍ଧ୍ୟାରେ ନୀରବ ପ୍ରାର୍ଥନା

ଆଜି ଓଡ଼ିଶାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା

କେମିତି ଚାହା ପିଇବେ ଆସିଲା ଗାଇଡ୍‌ଲାଇନ୍‌

୭ ଜିଲ୍ଲାରେ ପ୍ରବଳ ବର୍ଷିବ, ଜିଲ୍ଲାପାଳଙ୍କ ସତର୍କ କଲେ ଏସ୍‌ଆର୍‌ସି

ଭୁବନେଶ୍ୱରରୁ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୫୧ ଲୋକାଲ୍‌ କେସ୍‌

ସଞ୍ଜିତାଙ୍କୁ ଇଣ୍ଟର୍ଭ୍ୟୁରେ କଣ ପ୍ରଶ୍ନ ପଚରା ଯାଇଥିଲା?

ଚାକିରି ପାଇଁ ବିଜ୍ଞପ୍ତି ଦେଲେ ବିଜେଡି ସାଂସଦ, କିନ୍ତୁ ଭରସା ଦେଇ ପାରୁ ନାହାନ୍ତି

ବଡ଼ବଡ଼ିଆଙ୍କ ବିଳାସ: ନିର୍ଦ୍ଦିଷ୍ଟ ନୀତି ନାହିଁ, ରାଜକୋଷରୁ ମନଇଚ୍ଛା ଖର୍ଚ୍ଚ