ଭୁବନେଶ୍ୱର: ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି । ରାଷ୍ଟ୍ରପତି ଆସନ୍ତାକାଲି ଦିନ ୧ଟା ୪୫ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ଏହି ଦୁଇ ଦିନିଆ ଗସ୍ତରେ ରାଷ୍ଟ୍ରପତି ରାମେଶ୍ୱର, ପୁରୀ, ଭୁବନେଶ୍ୱର ଓ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ବିମାନବନ୍ଦରରୁ ସେ ସିଧାସଳଖ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱରକୁ ଯାଇ ସେଠାକାର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ । ସେଠାରୁ ସେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ରାତିରେ ପୁରୀ ରାଜଭବନରେ ରାତ୍ରିଯାପନ କରିବେ । ରାଷ୍ଟ୍ରପତି ୮ ତାରିଖରେ କଟକ ଯାଇ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେହିଦିନ ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାମେଶ୍ୱର, ପୁରୀ, ଭୁବନେଶ୍ୱର ଓ କଟକରେ ଅଧିକ ସଂଖ୍ୟକ ଫୋର୍ସ ମୁତୟନ ହେବେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଶିମିଳିପାଳରେ ଖୋଲିଲା ସୂଚନା କେନ୍ଦ୍ର; ଜନଜାତିଙ୍କ ବିଷୟରେ ଜାଣିବେ ପର୍ଯ୍ୟଟକ
ଖଡ଼ିଆ, ଲୋଧା, କୋହ୍ଲ ଓ ମାଙ୍କିଡ଼ିଆ ଜନଜାତିଙ୍କ ବିଷୟରେ ପାଇପାରିବେ ଅନେକ ଜଣାଅଜଣା ସୂଚନା।
Crime
ମଣ୍ଡପରେ ମା’ ଦୁର୍ଗା, ହୋଇ ପାରୁନି ବିସର୍ଜନ
ଜାଗାକୁ ନେଇ ଦେଖାଦେଇଥିବା ବିବାଦ ଯୋଗୁ ଲାଗୁ ହୋଇଛି ୧୪୪ ଧାରା। ଫଳରେ ୪ ଦିନ ପରେ ବି ହୋଇ ପାରୁନି ବିସର୍ଜନ କି ପାଣିକୁ ଯାଇ ପାରୁ ନାହାନ୍ତି ମା’ ।
Crime
କୋଷ୍ଟଗାର୍ଡ ଡିଆଇଜିଙ୍କୁ ବିଚ୍ ରାସ୍ତାରେ ଦୁର୍ବ୍ୟବହାର, ଦୁଇ ଯୁବକ ଅଟକ
ରାଜଧାନୀର ବିଚ୍ ରାସ୍ତାରେ ଭାରତୀୟ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଖୋଦ କୋଷ୍ଟଗାର୍ଡ ଡିଆଇଜି ଏସ୍.ଆର୍. ଦାସ ଗତ ରାତିରେ ନୟାପଲ୍ଲୀ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି।
Politics
ଆଜିଠୁ ମୁମ୍ବାଇରେ ନିବେଶକ ସମ୍ମିଳନୀ; ସାମିଲ ହେବେ ମୁଖ୍ୟମନ୍ତ୍ରୀ
ଆଜି ଓ ଆସନ୍ତାକାଲି ମୁମ୍ବାଇରେ ଓଡ଼ିଶା ସରକାର ପକ୍ଷରୁ ଆୟୋଜନ କରାଯାଇଛି ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓ ରୋଡ୍ ଶୋ'।
Events & Festivals
ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର
ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଆଜିଠୁ କେବଳ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ରହିବ ।