ଆନନ୍ଦପୁର: ପ୍ରବଳ ବର୍ଷା ଯୋଗୁଁ କଟ୍ରାବେଡା ଠାରେ ସୀତାନଦୀ ଉପରେ ଏକ ଅସ୍ଥାୟୀ ପୋଲ ବନ୍ୟା ଜଳରେ ଭାସିଯିବା ଦ୍ୱାରା କେନ୍ଦୁଝର-କଟକ ୨୧୫ ନମ୍ୱର ଜାତୀୟ ରାଜପଥ ସୋମବାର ମଧ୍ୟରାତିରୁ ବନ୍ଦ ହୋଇଯାଇଛି। ଫଳରେ କେନ୍ଦୁଝର ସଦର ମହକୁମାରୁ ଆନନ୍ଦପୁର, ଆନନ୍ଦପୁର ପାଣିକୋଇଲି ଦେଇ କଟକ ଭୁବନେଶ୍ୱର କୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିଛିନ୍ନ ହୋଇଯାଇଛି।
ଭାରି ଯାନ ଗୁଡିକ ଜାତୀୟ ରାଜପଥର ବିଭିନ୍ନ ସ୍ଥାନାରେ ରାସ୍ତା କଡରେ ଅଟକି ରହିଛି। ଛୋଟ ଛୋଟ ଯାନ ଓ ବସଗୁଡିକ ଢେଙ୍କିକୋଟରୁ ପାଟଣା ରାସ୍ତା ଦେଇ ଦୀର୍ଘ ୨୭ ରୁ ୨୮ କିଲୋମିଟର ଅଧିକ ରାସ୍ତା ଅତିକ୍ରମ କରି କେନ୍ଦୁଝରରେ ପହଞ୍ଚୁଛନ୍ତି। ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକା ସଂସ୍ଥା ପକ୍ଷରୁ ଅସ୍ଥାୟୀ ପୋଲ ନିର୍ମାଣ ସ୍ଥାନରେ ଯୁଦ୍ଧକାଳିନ ଭିତିରେ କାର୍ଯ୍ୟଆରମ୍ଭ ହୋଇଥିବା ଏବଂ ଗୁରୁବାର ରାତି ସୁଦ୍ଧା କାର୍ଯ୍ୟ ସମାପ୍ତ ହେବ ବୋଲି ପ୍ରକାଶ କରିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ମନ୍ତ୍ରୀଙ୍କ ତାଗିଦ୍: ୩୧ସୁଦ୍ଧା ଇ-କେୱାଇସି ନକଲେ ଅକାମୀ ହୋଇଯିବ ରାସନକାର୍ଡ
ଏବେ ସୁଦ୍ଧା ୪୯ ଲକ୍ଷ ରାସନକାର୍ଡ ହିତାଧିକାରୀ ନିଜର ଇ-କେୱାଇସି ଯାଂଚ ପ୍ରକ୍ରିୟା ଶେଷ କରିନାହାନ୍ତି । ସେମାନଙ୍କୁ ଜାନୁୟାରୀ ୩୧ତାରିଖ ସୁଦ୍ଧା ଏହି ଇ-କେୱାଇସି ଯାଂଚ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାର ସମୟ ଦେଇଛନ୍ତି ।
Crime
ସାମ୍ୱାଦିକଙ୍କୁ ମାଡ଼ ମାରି ଜେଲ୍ ଗଲେ ମାତାଲ ଏସ୍ଡିଓ ଓ ଯନ୍ତ୍ରୀ
ସାମ୍ବାଦିକଙ୍କୁ ଦେଖୁ ଦେଖୁ ମାତାଲ ଅବସ୍ଥାରେ ଥିବା ଏସ୍ଡିଓ ଜଗନ୍ନାତ ପତି ତାତି ଯାଇଥିଲେ। ଅତି ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ତା’ପରେ ସେ ଓଟିଭି ପ୍ରତିନିଧି ଅବିନାଶ ନନ୍ଦଙ୍କୁ ଆକ୍ରମଣ କରିଥିଲେ। ପରେ ଆଉ ଜଣେ ସାମ୍ବାଦିକ ସଂଜୟ ବେହେରାଙ୍କ ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ।
Crime
ବ୍ୟାଙ୍କରୁ ଫେରୁଥିଲେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ, ୫ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁଇ ଲୁଟେରା
ସୁଶୀଲ ମାଝୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।
Miscellaneous
କୁମ୍ଭମେଳା ପାଇଁ ଓଡ଼ିଶାରୁ ଗଡ଼ିବ ବସ୍; ମହିଳାଙ୍କ ପାଇଁ ୫୦% ରିହାତି
ମହିଳାଙ୍କ ପାଇଁ ୫୦% ରିହାତି ବ୍ୟବସ୍ଥା ରହିଛି। ରହିବା, ଖାଇବାର ବ୍ୟବସ୍ଥା କରିବ OSRTC। ପୁରୀ, ସମ୍ବଲପୁର, ଭବାନୀପାଟଣା ଓ ବ୍ରହ୍ମପୁରରୁ ବସ୍ ଗୁଡ଼ିକ ଅଯୋଧ୍ୟା ଯିବ ବୋଲି OSRTC ଅତିରିକ୍ତ ସଚିବ କହିଛନ୍ତି।
Crime
Z1ରେ ରହିଛି ହଂସିକାଙ୍କ ୩ଟି ଫ୍ଲାଟ୍; IT ଓ ପୁଲିସ୍ ଚଢ଼ଉ
ଠକେଇ ରାଣୀ ହଂସିକା ଅଭିଲିପ୍ସା ଓ ତାଙ୍କ ସ୍ୱାମୀ ଅନୀଲ ମହାନ୍ତିଙ୍କ ପେଡି ଖୋଲିବା ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣିଥିଲା ଆୟକର ବିଭାଗ(IT) ଓ କମିସନରେଟ୍ ପୁଲିସ୍।। କୋର୍ଟଙ୍କ ଅନୁମତି ପରେ ଉଭୟଙ୍କୁ ଜେରା ପାଇଁ ଆଣିଥିଲେ।