ବିଜେଡିକୁ କେତେ ଦିନ ସମର୍ଥନ କରିବେ ଅଶୋକ, ନିଜେ କଲେ ଫିକ୍ସ

ସମ୍ୱଲପୁର:ବିଜେପୁର ଉପନିର୍ବାଚନରେ ବିଜେଡିକୁ ସମର୍ଥନ କରିବେ ଅଶୋକ ପାଣିଗ୍ରାହୀ। ଆଜି ଏହି ସୂଚନା ଦେଇଛନ୍ତି ଅଶୋକ। କହିଛନ୍ତି ସମର୍ଥକଙ୍କ ସହ ପରାମର୍ଶ ପରେ ସେମାନଙ୍କ ମତ ନେଇ ମୁଁ ଏଇ ନିଷ୍ପତ୍ତି ନେଇଛି । ତେବେ ଏହି ସମର୍ଥନ ଅସ୍ଥାୟୀ ଏବଂ ଏଇ ନିର୍ବାଚନ ପର୍ଯ୍ୟନ୍ତ ସୀମିତ ବୋଲି କହିଛନ୍ତି ଅଶୋକ। ବିଜେପି ଅଣଦେଖା ଓ ଗୁରୁତ୍ୱ ଦେଉନଥିବା କହି ଗତକାଲି ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ ଅଶୋକ। ବିଜେପିକୁ କରିଥିଲେ ବାଏ ବାଏ। […]

bjp999

bjp999

Tapas Behera
  • Published: Sunday, 13 October 2019
  • Updated: 13 October 2019, 09:39 PM IST

Sports

Latest News

ସମ୍ୱଲପୁର:ବିଜେପୁର ଉପନିର୍ବାଚନରେ ବିଜେଡିକୁ ସମର୍ଥନ କରିବେ ଅଶୋକ ପାଣିଗ୍ରାହୀ। ଆଜି ଏହି ସୂଚନା ଦେଇଛନ୍ତି ଅଶୋକ। କହିଛନ୍ତି ସମର୍ଥକଙ୍କ ସହ ପରାମର୍ଶ ପରେ ସେମାନଙ୍କ ମତ ନେଇ ମୁଁ ଏଇ ନିଷ୍ପତ୍ତି ନେଇଛି । ତେବେ ଏହି ସମର୍ଥନ ଅସ୍ଥାୟୀ ଏବଂ ଏଇ ନିର୍ବାଚନ ପର୍ଯ୍ୟନ୍ତ ସୀମିତ ବୋଲି କହିଛନ୍ତି ଅଶୋକ।

ବିଜେପି ଅଣଦେଖା ଓ ଗୁରୁତ୍ୱ ଦେଉନଥିବା କହି ଗତକାଲି ବିଜେପିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ ଅଶୋକ। ବିଜେପିକୁ କରିଥିଲେ ବାଏ ବାଏ।

ଉଲ୍ଲେଖନୀୟ ଯେ,୨୦୧୮ ବିଜେପୁର ଉପନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ବିଜେଡିରୁ ସସ୍‌ପେଣ୍ଡ ହେବା ପରେ ସେ ବିଜେପିରେ ମିଶି ପ୍ରାର୍ଥୀ ହୋଇଥିଲେ। ତେବେ ଦଳ ତାଙ୍କୁ ଗୁରୁତ୍ୱ ନଦେବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି।

ଅଶୋକ କହିଛନ୍ତି-“ଦଳ ମୋତେ ବିଶ୍ୱାସ କଲାନି। କୌଣସି ପ୍ରକାର ଦାୟିତ୍ୱ ଦେଲାନି। କର୍ମୀମାନଙ୍କ ପରାମର୍ଶରେ ମୁଁ ଇସ୍ତଫା ଦେବାକୁ ବାଧ୍ୟ ହେଲି। ଦଳର ସାଙ୍ଗଠନିକ କାର୍ଯ୍ୟରେ ଯିଏ ଅଛନ୍ତି, ସେମାନେ ଏଥିପାଇଁ ଦାୟୀ।”

ସେପଟେ ବିଜେପୁର ଉପନିର୍ବାଚନ ଯେତିକି ପାଖଉଛି, ପ୍ରଚାର ସହ ଆରୋପ ପ୍ରତ୍ୟାରୋପ ସେତିକି ଜମୁଛି । ତିନି ପ୍ରମୁଖ ଦଳ ନିଜ ସପକ୍ଷରେ ଭୋଟରଙ୍କୁ ଟାଣିବାକୁ ଚଳାଇଛନ୍ତି ଜୋରଦାର କସରତ।  ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ସାଂସଦ ଜୁଏଲ ଓରାମ। ବୈଜୟନ୍ତ ଆଜି ବିଜେପୁର ଓ ବରପାଲି ବ୍ଲକର ବିଭିନ୍ନ ଅଞ୍ଚଳରେ ସଭା ଓ ରୋଡ଼ ସୋ କରି ନବୀନଙ୍କୁ ଟାର୍ଗେଟ କରିଥିଲେ।

ବିଜେପୁରର ବିକାଶ ଦାୟିତ୍ୱ ନିଜେ ନେବେ ବୋଲି କହି ଜିତିବା ପରେ ବିଜେପୁରକୁ ନବୀନ ଛାଡ଼ି ଦେଇଛନ୍ତି ବୋଲି ଆକ୍ଷେପ କରିଛନ୍ତି ବୈଜୟନ୍ତ। ସେପଟେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସୁଶାନ୍ତ ସିଂ।

କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ବିଜେପୁର ବ୍ଲକ ଅଞ୍ଚଳରେ ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ପ୍ରଚାର କରିଛନ୍ତି। ସେ କହିଛନ୍ତି ବିଜେଡି, ବିଜେପି ମୋ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଲୋକେ କଂଗ୍ରେସ ସହ ଅଛନ୍ତି ଓ ସେମାନେ ମୋର ଷ୍ଟାର ପ୍ରଚାରକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos