ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ କରିବେ ଏଏସ୍‌ଆଇ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ଗର୍ଭଗୃହକୁ ତନ୍ନତନ୍ନ କରି ଯାଞ୍ଚ କରିବେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) କର୍ତ୍ତୃପକ୍ଷ। ଶ୍ରୀଜିଉମାନେ ଏବେ ମନ୍ଦିର ବାହାରେ ଥିବାରୁ ଏହି ସମୟରେ ଗର୍ଭଗୃହର ପ୍ରଥମ ମହଲା, ଦ୍ୱିତୀୟ ମହଲା ସହିତ କାନ୍ଥ, ଛାତ, କରବେଲ୍‌ ଓ ଷ୍ଟିଲ୍ କ୍ରସକୁ ଯାଞ୍ଚ କରାଯିବ। ଏଥିପାଇଁ ଜଗମୋହନ ଓ ଗର୍ଭଗୃହରେ ଲୁହା ଭାରା ଲଗାଯାଇଛି। ଆସନ୍ତାକାଲି ଏସବୁର ଯାଞ୍ଚ କରିବେ ଏଏସ୍‌ଆଇର ଅଧିକାରୀ ଓ କୋର୍ କମିଟି ସଦସ୍ୟ। ବିଶେଷ କରି ଗର୍ଭଗୃହରେ ବାୟୁ […]

puri1

puri1

Manoranjan Sial
  • Published: Friday, 05 July 2019
  • Updated: 05 July 2019, 08:22 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ଗର୍ଭଗୃହକୁ ତନ୍ନତନ୍ନ କରି ଯାଞ୍ଚ କରିବେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) କର୍ତ୍ତୃପକ୍ଷ। ଶ୍ରୀଜିଉମାନେ ଏବେ ମନ୍ଦିର ବାହାରେ ଥିବାରୁ ଏହି ସମୟରେ ଗର୍ଭଗୃହର ପ୍ରଥମ ମହଲା, ଦ୍ୱିତୀୟ ମହଲା ସହିତ କାନ୍ଥ, ଛାତ, କରବେଲ୍‌ ଓ ଷ୍ଟିଲ୍ କ୍ରସକୁ ଯାଞ୍ଚ କରାଯିବ। ଏଥିପାଇଁ ଜଗମୋହନ ଓ ଗର୍ଭଗୃହରେ ଲୁହା ଭାରା ଲଗାଯାଇଛି।

ଆସନ୍ତାକାଲି ଏସବୁର ଯାଞ୍ଚ କରିବେ ଏଏସ୍‌ଆଇର ଅଧିକାରୀ ଓ କୋର୍ କମିଟି ସଦସ୍ୟ। ବିଶେଷ କରି ଗର୍ଭଗୃହରେ ବାୟୁ ଚଳାଚଳ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଗର୍ଭଗୃହରେ ଫାଟ କାରଣରୁ ପାଣି ଗଳୁଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ତେବେ ଆଜି ପ୍ରାଥମିକ ଯାଞ୍ଚ ବେଳେ ତାହା ସ୍ପଷ୍ଟ ହୋଇପାରିନି। ଆସନ୍ତାକାଲି ବୈଷୟିକ କୋର୍ କମିଟି ଏହାକୁ ଅନୁଧ୍ୟାନ କରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos