ଭୁବନେଶ୍ୱର: ଥାଇଲାଣ୍ଡରେ ଚାଲିଥିବା ଏସିଆନ୍ ଗ୍ରାଁ ପ୍ରିକ୍ସରେ ଓଡ଼ିଆ ଆଥଲେଟ୍ ଶ୍ରାବଣୀ ନନ୍ଦଙ୍କୁ ମିଳିଛି ସଫଳତା। ୧୦୦ ମିଟର ଦୌଡ଼ରେ ସେ ହାସଲ କରିଛନ୍ତି ବ୍ରୋଞ୍ଜ୍ ପଦକ। ୧୦୦ ମିଟର ଦୂରତ୍ୱକୁ ସେ ୧୧.୫୮ ସେକେଣ୍ଡରେ ଅତିକ୍ରମ କରିଥିଲେ।
ଏସିଆନ ଗ୍ରାଁ ପ୍ରିକ୍ସରେ ସେ ୪ ଗୁଣା ୧୦୦ ରିଲେର ମହିଳା ବର୍ଗ ପାଇଁ ବି ମନୋନୀତ ହୋଇଛନ୍ତି।
ଏହା ପୂର୍ବରୁ ଚୀନର ଉହାନ ଠାରେ ଶେଷ ହୋଇଥିବା ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପରେ ଶ୍ରାବଣୀ ନନ୍ଦ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିତି ଥିଲେ। ସେହିପରି ଗତ ମେ’ ମାସରେ କର୍ଣ୍ଣାଟକରେ ଅନୁଷ୍ଠିତ ସିନିୟର ଆଥଲେଟ୍ ଚାମ୍ପିଅନସିପରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ଶ୍ରାବଣୀ ସ୍ୱର୍ଣ୍ଣ ପଦକ ଜିତି ଥିଲେ।
ସୂଚନାଯୋଗ୍ୟ, ଓଡ଼ିଶାର ଅମୀୟ ମଲ୍ଲିକ ମଧ୍ୟ ଏସିଆନ୍ ଗ୍ରାଁ ପ୍ରିକ୍ସର ୪ ଗୁଣା ୧୦୦ ରିଲେରେ ଭାଗ ନେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପୁଅ ଜନ୍ମ ଦିନକୁ ଖାସ କରିବାକୁ ପ୍ରୟାସ, ଆୟୋଜନ କଲେ ରକ୍ତଦାନ ଶିବିର
ସବୁ ବାପାମା’ ନିଜ ପିଲାଙ୍କ ଜନ୍ମ ଦିନକୁ ଧୁମଧାମରେ ପାଳନ କରିଥାନ୍ତି। ଏଥିପାଇଁ କିଏ ବଡ଼ ପାର୍ଟିର ଆୟୋଜନ କରିଥାଏ ତ କିଏ ବନ୍ଧୁବାନ୍ଧବଙ୍କୁ ଭୋଜି ଭାତରେ ଆପାୟିତ କରି ଖୁସି ହୋଇଥାଏ।
Crime
୬ ମାସ ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ; ବାପାମା’ ହତ୍ୟା କରିଥିବା ଅଭିଯୋଗ
ଶିଶୁଟିକୁ ତାର ବାପାମା’ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ।
Crime
କେରଳରୁ ବନ୍ଧା ହେଲେ ଅଭିଯୁକ୍ତ, ବର୍ଷେ ତଳେ ପତ୍ନୀଙ୍କୁ ହାଣି ଫେରାର ହୋଇଥିଲେ
ବର୍ଷେ ତଳେ ବ୍ରହ୍ମପୁର ସହରରେ ଅତି ନିର୍ମମ ଭାବେ ପତ୍ନୀଙ୍କୁ ହତ୍ୟା କରିଥିଲେ। ଏହାପରେ ଫେରାର ହୋଇ ଯାଇଥିଲେ ଅଭିଯୁକ୍ତ। ମାତ୍ର ବର୍ଷେ ପରେ ପୁଲିସ୍ ଜାଲରେ ପଡ଼ିଛନ୍ତି ଅଭିଯୁକ୍ତ।
Crime
କୋଟିପତି ଉପଜିଲ୍ଲାପାଳଙ୍କୁ ବାନ୍ଧିଲା ଭିଜିଲାନ୍ସ
ଗତକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା
Accident
ନିଜ ବିଲକୁ ଯାଇଥିଲେ ଚାଷୀ, ମାରିଲା କରେଣ୍ଟ
ପାଚିଲା ଧାନ ଦେଖିବାକୁ ନିଜ ବିଲକୁ ଯାଇଥିଲେ ଚାଷୀ। ମାତ୍ର ଘଟିଗଲା ଅଘଟଣ । ପଡ଼ୋଶୀଙ୍କ ତାର ବାଡ଼ରେ ହାତ ପଡ଼ିଯିବାରୁ ମାରିଲା କରେଣ୍ଟ ଓ ସେଠାରେ ହିଁ ସେ ଟଳି ପଡ଼ିଲେ।