ନର୍ସରୀ ଛାତ୍ରୀଙ୍କୁ ଅଟୋ ଡ୍ରାଇଭରଙ୍କ ଅସଦାଚରଣ!

ଆସିକା (ମନୋଜ ମୁନୀ): ନର୍ସରୀ ଛାତ୍ରୀଙ୍କୁ ଅଟୋ ଚାଳକଙ୍କ ଅସଦାଚରଣ ଅଭିଯୋଗ। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଞ୍ଚଳରୁ। ଏନେଇ ପୀଡ଼ିତାଙ୍କ ମାଆ ଳିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଅଟୋ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଅନୁସାରେ କୁନି ଝିଅଟି ନର୍ସରୀରେ ପାଠ ପଢ଼େ। ସେ ପ୍ରତିଦିନ ଅଟୋରେ ସ୍କୁଲ ଯିବାଆସିବା କରେ। ଅଟୋରେ ସ୍କୁଲ ଯିବା ଆସିବା ଭିତରେ କୁନି ଝିଅକୁ ଅଟୋ ଚାଳକ ନୀଳକଣ୍ଠ ବେହେରା ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏନେଇ ତାଙ୍କ ମାଆଙ୍କୁ କହିଥିଲେ। ଏହା ପରେ ପୀଡ଼ିତାଙ୍କ ମାଆ ଆସିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରି ଜେରା କରିଥିଲା। ପରେ ଉଭୟଙ୍କୁ ଡ଼ାକ୍ତରୀ ମଇନା କରିଥିଲେ। ପୀଡ଼ିତାଙ୍କ ବୟାନ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ଲିପିବଦ୍ଧ କରାଯାଇଥିଲା। ପୁଲିସ୍‌ ନଂ ୭୯୭/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ପୋସ୍କୋ କୋର୍ଟକୁ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।