ସିନେମାଟୋଗ୍ରାଫର ଅଶୋକ କୁମାର ସ୍ୱାଇଁଙ୍କୁ ମିଳିଲା ସମ୍ମାନଜନକ ଜୟଦେବ ପୁରସ୍କାର

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବିଶିଷ୍ଟ ସିନେମାଟୋଗ୍ରାଫର ଅଶୋକ ସ୍ୱାଇଁଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ମିଳିଛି। ଉତ୍କଳ ମଣ୍ଡପରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ୨୭ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବାବଦକୁ ଲକ୍ଷେ ଟଙ୍କା, ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଛି। ସେହିପରି ୨୦୧୫ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘କେହି ନୁହେଁ କାହାର ଫିଲ୍ମ’କୁ ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ତର୍ଲୀନ ଫିଲ୍ମର ନାୟକ ସୌମ୍ୟରଞ୍ଜନ ଓ […]

jayadev-awared

Rakesh Mallick
  • Published: Tuesday, 20 December 2016
  • , Updated: 20 December 2016, 01:11 PM IST

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବିଶିଷ୍ଟ ସିନେମାଟୋଗ୍ରାଫର ଅଶୋକ ସ୍ୱାଇଁଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ମିଳିଛି। ଉତ୍କଳ ମଣ୍ଡପରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ୨୭ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବାବଦକୁ ଲକ୍ଷେ ଟଙ୍କା, ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଛି।

ସେହିପରି ୨୦୧୫ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘କେହି ନୁହେଁ କାହାର ଫିଲ୍ମ’କୁ ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ତର୍ଲୀନ ଫିଲ୍ମର ନାୟକ ସୌମ୍ୟରଞ୍ଜନ ଓ ତୁଳସୀ ଅପା ଚଳଚ୍ଚିତ୍ରର ନାୟିକା ବର୍ଷା ନାୟକଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଏହା ସହିତ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ପଙ୍କଜ ଜାଲ, ଗାୟକ ଗୌତମ ଗିରି ଓ ଶ୍ରେଷ୍ଠ ଗାୟିକା ଭାବେ ଅନ୍ତରା ଚକ୍ରବର୍ତ୍ତୀଙ୍କ ସହିତ ୨୨ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଛି।

ତରଙ୍ଗ ସିନେ ପ୍ରଡକ୍ସନର ପ୍ରଥମ ଚଳଚ୍ଚିତ୍ର ‘ଇସ୍କ ତୁ ହି ତୁ’କୁ ୫ଟି କ୍ୟାଟେଗୋରିରେ ପୁରସ୍କୃତ କରାଯାଇଛି। ଏଥିରେ ଶ୍ରେଷ୍ଠ କାହାଣୀ ପାଇଁ ତାପସ ସରଗରିଆ, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ସମରେଶ ରାଉତରାୟ, ଶ୍ରେଷ୍ଠ ସମ୍ପାଦକ ପାଇଁ ସୁକୁମାର ମଣୀ, ଶ୍ରେଷ୍ଠ କଳା ନିର୍ଦ୍ଦେଶକ ସୁବାସ ବେହେରା ଏବଂ ଶ୍ରେଷ୍ଠ କୋରିଓଗ୍ରାଫର ପାଇଁ ଗିରୀଶ ମହାନ୍ତିଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇଛି।

ପୁରସ୍କାର ପ୍ରଦାନ ଉତ୍ସବରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଆଇନ ମନ୍ତ୍ରୀ ଅରୁଣ ସାହୁ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।

Related story