ବିଧାନସଭାରେ ଅଚଳାବସ୍ଥା ଜାରି, ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଥମୁନି ମମିତା ଝଡ଼ । ନିଜ ଜିଦ୍‌ରେ ଅଟଳ ବିରୋଧୀ । ଶାସକ ଦଳ ବି ନଛୋଡ଼ବନ୍ଦା। ଫଳରେ ଆଜି ଷଷ୍ଠ ଦିନରେ ବି ଚାଲିପାରୁନି ବିଧାନସଭା। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ  ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ବିଧାୟକମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ। ସେହିପରି ବିଜେପି ବିଧାୟକମାନେ ଘଣ୍ଟ ବଜାଇଥିଲେ। ଅନ୍ୟପକ୍ଷରେ ଶାସକ ଦଳ ବିଧାୟକମାନେ ଗୃହର […]

assembly

assembly

Niharika Rout
  • Published: Tuesday, 07 December 2021
  • Updated: 07 December 2021, 01:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଥମୁନି ମମିତା ଝଡ଼ । ନିଜ ଜିଦ୍‌ରେ ଅଟଳ ବିରୋଧୀ । ଶାସକ ଦଳ ବି ନଛୋଡ଼ବନ୍ଦା। ଫଳରେ ଆଜି ଷଷ୍ଠ ଦିନରେ ବି ଚାଲିପାରୁନି ବିଧାନସଭା।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ  ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ବିଧାୟକମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ। ସେହିପରି ବିଜେପି ବିଧାୟକମାନେ ଘଣ୍ଟ ବଜାଇଥିଲେ। ଅନ୍ୟପକ୍ଷରେ ଶାସକ ଦଳ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ଗଙ୍ଗାଜଳ ସିଞ୍ଚନ କରିଥିଲେ। ଏଭଳି ଅଚଳାବସ୍ଥା ଦେଖି ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଣା କରିଛନ୍ତି।

ଗୃହ ମୁଲତବି ହେବା ପରେ ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ଅହେତୁକ ଦରଦାମ ବୃଦ୍ଧି, କେନ୍ଦ୍ରର ଅବହେଳା ଓ ବୈମାତୃକ ମନୋଭାବ ପ୍ରତିବାଦରେ ସେମାନେ ଧାରଣା ଦେଇଛନ୍ତି। ଗୃହ ଚାଲି ନପାରିବାକୁ ନେଇ ବିଜେଡି ବିଧାୟକ ପ୍ରତାପ ଦେବ ବିରୋଧୀ ଦଳ ଗୁଡ଼ିକୁ ଦାୟୀ କରିଛନ୍ତି।

ଗୃହରେ ବିରୋଧୀଙ୍କ ଆଚରଣଙ୍କୁ ନିନ୍ଦା କରି ଶ୍ରୀ ଦେବ କହିଛନ୍ତି, ନ୍ୟସ୍ତସ୍ୱାର୍ଥ ପାଇଁ ଡ୍ରାମା କରୁଛନ୍ତି ବିରୋଧୀ। ଓଡ଼ିଶା ଭଳି ରାଜ୍ୟରେ ବର୍ତ୍ତମାନ ଚାଷୀଙ୍କ ଫସଲ ନଷ୍ଟ ହୋଇ ଯାଇଛି। ଦରଦାମ ଅହେତୁକ ଭାବେ ବୃଦ୍ଧି ପାଇଛି। ସାଧାରଣ ଲୋକ ହଇରାଣ ହେଉଥିବା ବେଳେ ସେ ନେଇ କୌଣସି ଆଲୋଚନା କରିବାକୁ ଦିଆଯାଉନି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଗୃହକୁ ଚଳାଇବାକୁ ଦେଉ ନାହାନ୍ତି। ଏହାକୁ କଡ଼ା ଭାଷାରେ ନିନ୍ଦା କରୁଛୁ। ସାଧାରଣ ଲୋକଙ୍କ ସମସ୍ୟା ନ ବୁଝି ନିଜ ରାଜନୀତିକ ଓ ସାଙ୍ଗଠନିକ ସ୍ୱାର୍ଥକୁ ହାସଲ କରିବାକୁ ଗୃହକୁ ଅଚଳ କରୁଛନ୍ତି। ଗୋଟିଏ ପଟେ ମୁଲତବି ପ୍ରସ୍ତାବ ଦେଉଛନ୍ତି, ହେଲେ ଅନ୍ୟ ପଟେ ଆଲୋଚନାକୁ ଆସୁ ନାହାନ୍ତି। ଆଲୋଚନା ପାଇଁ ଆମେ ପ୍ରସ୍ତୁତ । ହେଲେ ସେମାନେ ଆଗକୁ ଆସୁ ନାହାନ୍ତି। ଭଗବାନ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ।

ଗୃହରେ ଶାସକ ଦଳର ଗଙ୍ଗାଜଳ ସିଞ୍ଚନ ନେଇ ସେ କହିଛନ୍ତି ଯେ ବିରୋଧୀଙ୍କର ସଦ୍‌ବୁଦ୍ଧି ଉଦୟ ହେଉ ବୋଲି କାମନା କରି ଏଭଳି କରାଯାଇଥିଲା।

ସେହିପରି ଗୃହ ବାହାରେ ଧାରଣାରେ ବସିଛନ୍ତି ବିଜେପି ବିଧାୟକ। ସେମାନେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ରଖି ପୂଜାପାଠ କରିବା ସହିତ ଘଣ୍ଟମାଡ଼ କରିଥିଲେ। ଏହା ସହିତ ସେମାନେ ଭୋଗ ବାଣ୍ଟିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି କାମନା କରି ଏ ପୂଜାପାଠ କରାଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି।

ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ ଗୃହ ମଧ୍ୟଭାଗରେ ଶାସକ ଦଳ ହୋହଲ୍ଲା କରି ଇତିହାସ ରଚିଛି। ସେହିପରି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି,  ରାଜ୍ୟରେ ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନ ମାନଙ୍କ ସଂଖ୍ୟା ବଢିଗଲାଣି। କିନ୍ତୁ ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ସେ କିଛି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ତେଣୁ ତାଙ୍କୁ ଓ ତାଙ୍କ ସରକାରକୁ ନିଦରୁ ଉଠାଇବା ପାଇଁ ଗୃହରେ ଆଜି ଘଣ୍ଟମାଡ଼ କରିଛୁ। ମୁଖ୍ୟମନ୍ତ୍ରୀ ଉଠନ୍ତୁ ଏବଂ ଘଟଣା ଉପରେ କିଛି କୁହନ୍ତୁ ବୋଲି ଆମେ ଚାହୁଁଛୁ।

ଗୃହ ମୁଲତବିକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ସରକାରଙ୍କ ଦୁର୍ନୀତି ଲୁଚାଇବାକୁ ଗୃହକୁ ବାରମ୍ବାର ମୁଲତବି ରଖାଯାଉଛି। ମହାପ୍ରଭୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ଦଳକୁ ସଦ୍‌ବୁଦ୍ଧି ଦିଅନ୍ତୁ। ଅଭିଯୁକ୍ତ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଦଳରୁ ବହିଷ୍କାର କରନ୍ତୁ। ବିଜେଡିର ସଦ୍‌ବୁଦ୍ଧି ଫେରିବା ଯାଏଁ ଲଢେଇ ଜାରି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story