ଆସନ୍ତାକାଲିଠୁ ବିଧାନସଭା: ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଶୁକ୍ରବାରଠୁ ବିଧାନସଭାର ୬ଦିନିଆ ଅଧିବେଶନ ଆରମ୍ଭ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣରୁ ଆରମ୍ଭ ହେବାକୁ ଥିବା ଅଧିବେଶନର ପ୍ରଥମଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ, ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି, ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ, ୪ଟି ଅଧ୍ୟାଦେଶ ସମେତ ୨୨ଟି ପେପର ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଦିନ ୧୧ଟା ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବିଧାନସଭା ଅଧିବେଶନକୁ ସମ୍ବୋଧିତ କରିବେ । […]

assemble

assemble

Ordigital Desk
  • Published: Thursday, 24 March 2022
  • Updated: 24 March 2022, 10:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଶୁକ୍ରବାରଠୁ ବିଧାନସଭାର ୬ଦିନିଆ ଅଧିବେଶନ ଆରମ୍ଭ ହେବ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣରୁ ଆରମ୍ଭ ହେବାକୁ ଥିବା ଅଧିବେଶନର ପ୍ରଥମଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ, ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି, ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ, ୪ଟି ଅଧ୍ୟାଦେଶ ସମେତ ୨୨ଟି ପେପର ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି।

ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଦିନ ୧୧ଟା ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ବିଧାନସଭା ଅଧିବେଶନକୁ ସମ୍ବୋଧିତ କରିବେ । ଏହାପରେ ବିଧାୟକ କିଶୋର କୁମାର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ, ଦୁର୍ଯ୍ୟୋଧନ ମାଝୀ, ଦେବରାଜ ସାହୁ ଏବଂ ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବ, ବିଜୟ କୁମାର ଜେନା, କାଙ୍ଗାଳି ଚରଣ ପଣ୍ଡା, ରୋଶନୀ ସିଂହଦେଓ, ଅଜିତ୍ ଦାସ ଓ ରାଜୀବ ଲୋଚନ ହୋତାଙ୍କ ସମେତ ଦିବଂଗତ କରୋନା ଯୋଦ୍ଧାଙ୍କ ସମ୍ମାନରେ ଗୃହରେ ଶୋକପ୍ରସ୍ତାବ ଆସିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ ।

ଆଇନ ମନ୍ତ୍ରୀ ପ୍ରତାପ ଜେନା ଓଡ଼ିଶା ପଂଚାୟତ ଆଇନ ସଂଶୋଧନ ଅଧ୍ୟାଦେଶ, ଓଡ଼ିଶା ମ୍ୟୁନିସପାଲଟି ଆଇନ ସଂଶୋଧନ ଅଧ୍ୟାଦେଶ, ଓଡ଼ିଶା ମ୍ୟୁନିସପାଲଟି କର୍ପୋରେସନ ଅଧ୍ୟାଦେଶ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ସଂଶୋଧନ ଅଧ୍ୟାଦେଶ-୨୦୨୨କୁ ଗୃହରେ ଆଗତ କରିବେ । ଏହାସହିତ ବିଭିନ୍ନ ବିଭାଗର ୨୨ଟି ପେପର ମଧ୍ୟ ଗୃହରେ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି । ପଂଚାୟତ ଓ ପୌର ନିର୍ବାଚନ ପରେ ବିଧାନସଭାର ଏହି ସ୍ୱଳ୍ପକାଳୀନ ଅଧିବେଶନ ବସୁଥିବାରୁ ଏହା ବେଶ୍ ଉଷ୍କ ହେବାର ସମ୍ଭାବନା ରହିଛି । ବିଜେପି ଆଜି ରାତିରେ ବିଧାୟକ ଦଳ ବୈଠକ ଡାକି ନିଜର ରଣନୀତିକୁ ଚୂଡ଼ାନ୍ତ କରିଥିବା ବେଳେ କଂଗ୍ରେସ ଓ ବିଜେଡିର ବିଧାୟକ ଦଳ ବୈଠକ ଆସନ୍ତାକାଲି ବସିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଧାନସଭାର ଏହି ସ୍ୱଳ୍ପକାଳୀନ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୩ଦିନ ଧରି ଗୃହରେ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିବାବେଳେ ମାର୍ଚ୍ଚ ୩୦ତାରିଖରେ ଅର୍ଥମନ୍ତ୍ରୀ କାମଚଳା ବଜେଟ୍ ( ୪ମାସର ଲେଖାନୁଦାନ) ଉପସ୍ଥାପନ କରିବେ । ମାର୍ଚ୍ଚ ୩୧ତାରିଖରେ ଲେଖାନୁଦାନ ସଂକ୍ରାନ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବା ସହ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story