ନିଜ କ୍ୱାର୍ଟର୍ସରେ ସହକାରୀ କୃଷି ଅଧିକାରୀଙ୍କ ଅସ୍ୱାଭାବିକ ମୃତ୍ୟୁ

କୋରାପୁଟ(ସୂର୍ଯ୍ୟ ପଣ୍ଡା): ନିଜ ସରକାରୀ କ୍ୱାର୍ଟର୍ସରେ ସହକାରୀ କୃଷି ଅଧିକାରୀଙ୍କ ମୃତ୍ୟୁ ଘଟିଛି! ଏପରି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ପଟାଙ୍ଗୀରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ଥିଲା ଦ୍ୱିତୀୟ ଶନିବାର। ସେଥିପାଇଁ ପଟ୍ଟାଙ୍ଗୀ ସହକାରୀ କୃଷି ଅଧିକାରୀ ଗୌରହରି ବେହେରା ଅଫିସ୍‌ ନଯାଇ ନିଜ କ୍ୱାର୍ଟର୍ସରେ ଶୋଇ ଥିଲେ। ମାତ୍ର ସେ ଦୀର୍ଘ ସମୟ ଧରି ଘରୁ ନଉଠିବାରୁ ଅନ୍ୟ କର୍ମଚାରୀଙ୍କ ମନରେ […]

koraput

koraput

Manoranjan Sial
  • Published: Saturday, 14 December 2019
  • Updated: 14 December 2019, 05:22 PM IST

Sports

Latest News

କୋରାପୁଟ(ସୂର୍ଯ୍ୟ ପଣ୍ଡା): ନିଜ ସରକାରୀ କ୍ୱାର୍ଟର୍ସରେ ସହକାରୀ କୃଷି ଅଧିକାରୀଙ୍କ ମୃତ୍ୟୁ ଘଟିଛି! ଏପରି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ପଟାଙ୍ଗୀରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ଥିଲା ଦ୍ୱିତୀୟ ଶନିବାର। ସେଥିପାଇଁ ପଟ୍ଟାଙ୍ଗୀ ସହକାରୀ କୃଷି ଅଧିକାରୀ ଗୌରହରି ବେହେରା ଅଫିସ୍‌ ନଯାଇ ନିଜ କ୍ୱାର୍ଟର୍ସରେ ଶୋଇ ଥିଲେ। ମାତ୍ର ସେ ଦୀର୍ଘ ସମୟ ଧରି ଘରୁ ନଉଠିବାରୁ ଅନ୍ୟ କର୍ମଚାରୀଙ୍କ ମନରେ ସନ୍ଦେହ ହୋଇଥିଲା। ପରେ କବାଟ ଭାଙ୍ଗି ଦେଖନ୍ତି, ଅଚେତ ଅବସ୍ଥାରେ ନିଜ ବେଡ୍‌ରେ ପଡ଼ିଛନ୍ତି ଗୌରହରି। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos