ଚୋରକୁ ଧରି ପାରୁନି ପୁଲିସ୍‌; ପ୍ରତିବାଦରେ ଆଜି ଅତାବିରା ବନ୍ଦ

ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ଅତାବିରା ଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହେବା ଘଟଣାକୁ ଦୁଇ ମାସ ବିତି ସାରିଲାଣି। ହେଲେ ଆଜି ଯାଏଁ ପୁଲିସ୍‌ ହାତ ଖାଲି। ଚୋରଙ୍କ  ଟେର ପାଉନି ପୁଲିସ୍‌। ଆଉ ଏହାର ପ୍ରତିବାଦରେ ଆଜି ୬ ଘଣ୍ଟିଆ ଅତାବିରା ବନ୍ଦ ଡାକରା ଦେଇଛି ଦୁର୍ଗା ମନ୍ଦିର କମିଟି। ଆଜି ସକାଳ ୬ଟାରୁ ଅତାବିରା ଦୁର୍ଗା ମନ୍ଦିର କମିଟି ପକ୍ଷରୁ ଆରମ୍ଭ ହୋଇଥିବା ବନ୍ଦ ପାଳନ ମଧ୍ୟାହ୍ନ ୧୨ […]

strike

strike

Niharika Rout
  • Published: Tuesday, 09 November 2021
  • Updated: 09 November 2021, 09:14 AM IST

Sports

Latest News

ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ଅତାବିରା ଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହେବା ଘଟଣାକୁ ଦୁଇ ମାସ ବିତି ସାରିଲାଣି। ହେଲେ ଆଜି ଯାଏଁ ପୁଲିସ୍‌ ହାତ ଖାଲି। ଚୋରଙ୍କ  ଟେର ପାଉନି ପୁଲିସ୍‌। ଆଉ ଏହାର ପ୍ରତିବାଦରେ ଆଜି ୬ ଘଣ୍ଟିଆ ଅତାବିରା ବନ୍ଦ ଡାକରା ଦେଇଛି ଦୁର୍ଗା ମନ୍ଦିର କମିଟି।

ଆଜି ସକାଳ ୬ଟାରୁ ଅତାବିରା ଦୁର୍ଗା ମନ୍ଦିର କମିଟି ପକ୍ଷରୁ ଆରମ୍ଭ ହୋଇଥିବା ବନ୍ଦ ପାଳନ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଅତାବିରାର ସମସ୍ତ ଦୋକାନ, ବଜାର ଏବଂ  ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ।

ଦୁର୍ଗା ମନ୍ଦିରରୁ ଚୋରି ଘଟଣାରେ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଅତାବିରା ଥାନା ସମ୍ମୁଖରେ ସକାଳ ୧୦ ଟାରୁ ଧାରଣା ଦିଆଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୯ ତାରିଖ ରାତିରେ ଅତବିରା ଥାନା ସମ୍ମୁଖରେ ଥିବା ଦୁର୍ଗା ମନ୍ଦିରରୁ ମା’ଙ୍କର ବହୁମୂଲ୍ୟ ଅଳଙ୍କାର ଚୋରି ହୋଇ ଯାଇଥିଲା। ପୁଲିସ୍‌ ଚୋରକୁ ଧରି ପାରୁ ନଥିବା ବେଳେ ପୁଲିସ୍ ଉପରେ ସାଧାରଣ ଲୋକଙ୍କ ଭରସା ଉଠି ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos