‘ଆମେ ତୋ ସିନିଅର, ଆମ ନାଁ ଜାଣିନୁ’ କହି ଭିସୁଟ ଛାତ୍ରଙ୍କୁ ଆକ୍ରମଣ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସିନିଅରଙ୍କ ନାଁ କହି ନ ପାରିବାରୁ ହେଲା ଆକ୍ରମଣ। ଏପରିକି ୬ ଜଣ ମିଳିତ ଭାବେ ଆକ୍ରମଣ କରିବାକୁ ପଛାଇଲେ ନାହିଁ। ସିନିଅର ଛାତ୍ରଙ୍କ ନାଁ ଜାଣି ନ ଥିବାରୁ ଏପରି ଆକ୍ରମଣର ଶିକାର ହୋଇଛନ୍ତି ବୁର୍ଲା ଭିସୁଟରେ ଜଣେ ଇଞ୍ଜିନିଅରିଂ ଛାତ୍ର । ଏନେଇ ପୀଡ଼ିତ ଛାତ୍ରଙ୍କ ପକ୍ଷରୁ ବୁର୍ଲା ଥାନାରେ ଏତଲା ଦିଆଯାଇଛି । ଛାତ୍ରଙ୍କ ଏତଲାକୁ ଭିତ୍ତି କରି ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି […]

attack

attack

Niharika Rout
  • Published: Saturday, 18 December 2021
  • Updated: 18 December 2021, 12:43 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସିନିଅରଙ୍କ ନାଁ କହି ନ ପାରିବାରୁ ହେଲା ଆକ୍ରମଣ। ଏପରିକି ୬ ଜଣ ମିଳିତ ଭାବେ ଆକ୍ରମଣ କରିବାକୁ ପଛାଇଲେ ନାହିଁ। ସିନିଅର ଛାତ୍ରଙ୍କ ନାଁ ଜାଣି ନ ଥିବାରୁ ଏପରି ଆକ୍ରମଣର ଶିକାର ହୋଇଛନ୍ତି ବୁର୍ଲା ଭିସୁଟରେ ଜଣେ ଇଞ୍ଜିନିଅରିଂ ଛାତ୍ର । ଏନେଇ ପୀଡ଼ିତ ଛାତ୍ରଙ୍କ ପକ୍ଷରୁ ବୁର୍ଲା ଥାନାରେ ଏତଲା ଦିଆଯାଇଛି । ଛାତ୍ରଙ୍କ ଏତଲାକୁ ଭିତ୍ତି କରି ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି । ଆକ୍ରମଣର ଶିକାର ହୋଇଥିବା ଦ୍ୱିତୀୟ ବର୍ଷ ଛାତ୍ର ଜଣକ ପ୍ରଡକସନ ଇଞ୍ଜିନିଅରିଂ ବିଭାଗର ଛାତ୍ର ମାନସ ସିଂ ବୋଲି ଜଣାଯାଇଛି।

ଏନେଇ ଆକ୍ରମଣର ଶିକାର ହୋଇଥିବା ମାନସ ସିଂ କହିଛନ୍ତି, ମୁଁ ରାତିରେ ମୋ ସାଙ୍ଗ ସହ କିରବା ଛକକୁ ଯାଇଥିଲି। ସେଠାରେ ୬ ଜଣ ସିନିଅର ଏକ ଦୋକାନରେ ବସିଥିଲେ। ସେମାନେ ମୋ ନାଁ ପଚାରିଥିଲେ। ଏହାପରେ ଆମ ନାଁ ଜାଣିଛୁ କି ବୋଲି ପଚାରିଲେ। ଜାଣି ନାହିଁ ବୋଲି କହିବାରୁ ମୋତେ ଗାଳିଗୁଲଜ କଲେ। ଆମେ ତୋ ସିନିଅର, ଆମ ନାଁ କିପରି ଜାଣିନୁ କହି ଧମକାଇବା ସହ ସାର୍ଟ ଟାଣିବାକୁ ଆରମ୍ଭ କଲେ। ଏହାପରେ ୬ ଜଣ ଯାକ ଏକ ସଙ୍ଗେ ମୋତେ ଆକ୍ରମଣ କଲେ। ସେମାନେ ନିଶାସକ୍ତ ଅବସ୍ଥାରେ ଥିଲେ।

ଏନେଇ ମାନସ ସିଂ ସମ୍ବଲପୁରରେ ରହୁଥିବା ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ଏନେଇ ପୀଡ଼ିତ ନିଜ ପରିବାର ସହ ଥାନାରେ ପହଞ୍ଚି  ଅଭିଯୋଗ କରିଥିଲେ । ତେବେ ଘଟଣା ନେଇ ଭିସୁଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos