ଟର୍ଚ୍ଚ ଲାଇଟ୍‌ରେ ଟ୍ରାନଜାକ୍ସନ: ଅନ୍ଧାରରେ ଏଟିଏମ୍‌

<p>ବାରିପଦା (ଓଡ଼ିଶା ରିପୋର୍ଟର): ନିଜ ନିଜର ଗ୍ରାହକଙ୍କ ପାଖରେ ବ୍ୟାଙ୍କିଂ ସୁବିଧା ପହଞ୍ଚାବାକୁ ସମସ୍ତ ବ୍ୟାଙ୍କ ଏଟିଏମ୍&zwnj; ଖୋଲୁଛନ୍ତି। ଆଜିକାଲି ଗଳିକନ୍ଦିରେ ଏକାଧିକ ଏଟିଏମ୍&zwnj; ଦେଖିବାକୁ ମିଳୁଛି। ଖାସକରି ସବୁ ଅଞ୍ଚଳରେ ଷ୍ଟେଟ୍&zwnj;ବ୍ୟାଙ୍କ ଏଟିଏମ୍&zwnj; ରହିଛି। ହେଲେ ଏହାର କେତେ ରକ୍ଷଣାବେକ୍ଷଣ କରାଯାଉଛି ତାହା ଏବେ ପ୍ରଶ୍ନ ସୃଷ୍ଟି କରୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଥିବା ଷ୍ଟେଟ୍&zwnj;ବ୍ୟାଙ୍କର ଏଟିଏମ୍&zwnj;ରେ। ଏଠାରେ ବିଦ୍ୟୁତ୍&zwnj; ସଂଯୋଗ କଟିଯାଇଥିବାରୁ ଗ୍ରାହକଙ୍କୁ ଟର୍ଚ୍ଚ ମାରି ଟଙ୍କା ଉଠାବାକୁ ପଡୁଛି।</p> <p>ଅଭିଯୋଗ ଅନୁସାରେ ଏହି ଏଟିଏମ୍&zwnj;ରେ ପ୍ରାୟ ୧୫ ଦିନ ହେବ ବିଦ୍ୟୁତ୍&zwnj; ସଂଯୋଗ କଟିଯାଇଛି। ଉଦଳା କଲେଜର ମୁଖ୍ୟରାସ୍ତାରେ ଏଟିମ୍&zwnj;ଟି ଥିବାରୁ ପ୍ରାୟ ସବୁ ବେଳେ ଗହଳିଚହଳି ଲାଗି ରହିଥାଏ। ୧୫ ଦିନ ବିତି ଯାଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ବିଦ୍ୟୁତ୍&zwnj; ସଂଯୋଗ ପ୍ରତି ଦୃଷ୍ଟି ଦେଉନାହାନ୍ତି। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ଲାଭ ହେଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।</p>

Ordigital Desk
  • Published: Wednesday, 08 November 2017
  • Updated: 08 November 2017, 08:19 PM IST

Sports

Latest News

<p>ବାରିପଦା (ଓଡ଼ିଶା ରିପୋର୍ଟର): ନିଜ ନିଜର ଗ୍ରାହକଙ୍କ ପାଖରେ ବ୍ୟାଙ୍କିଂ ସୁବିଧା ପହଞ୍ଚାବାକୁ ସମସ୍ତ ବ୍ୟାଙ୍କ ଏଟିଏମ୍&zwnj; ଖୋଲୁଛନ୍ତି। ଆଜିକାଲି ଗଳିକନ୍ଦିରେ ଏକାଧିକ ଏଟିଏମ୍&zwnj; ଦେଖିବାକୁ ମିଳୁଛି। ଖାସକରି ସବୁ ଅଞ୍ଚଳରେ ଷ୍ଟେଟ୍&zwnj;ବ୍ୟାଙ୍କ ଏଟିଏମ୍&zwnj; ରହିଛି। ହେଲେ ଏହାର କେତେ ରକ୍ଷଣାବେକ୍ଷଣ କରାଯାଉଛି ତାହା ଏବେ ପ୍ରଶ୍ନ ସୃଷ୍ଟି କରୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଥିବା ଷ୍ଟେଟ୍&zwnj;ବ୍ୟାଙ୍କର ଏଟିଏମ୍&zwnj;ରେ। ଏଠାରେ ବିଦ୍ୟୁତ୍&zwnj; ସଂଯୋଗ କଟିଯାଇଥିବାରୁ ଗ୍ରାହକଙ୍କୁ ଟର୍ଚ୍ଚ ମାରି ଟଙ୍କା ଉଠାବାକୁ ପଡୁଛି।</p><p>ଅଭିଯୋଗ ଅନୁସାରେ ଏହି ଏଟିଏମ୍&zwnj;ରେ ପ୍ରାୟ ୧୫ ଦିନ ହେବ ବିଦ୍ୟୁତ୍&zwnj; ସଂଯୋଗ କଟିଯାଇଛି। ଉଦଳା କଲେଜର ମୁଖ୍ୟରାସ୍ତାରେ ଏଟିମ୍&zwnj;ଟି ଥିବାରୁ ପ୍ରାୟ ସବୁ ବେଳେ ଗହଳିଚହଳି ଲାଗି ରହିଥାଏ। ୧୫ ଦିନ ବିତି ଯାଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ବିଦ୍ୟୁତ୍&zwnj; ସଂଯୋଗ ପ୍ରତି ଦୃଷ୍ଟି ଦେଉନାହାନ୍ତି। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ଲାଭ ହେଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos