ପାଣି କୁଣ୍ଡକୁ ନେଇ ବିବାଦ; ଦୁଇ ଗାଁ ଲୋକ ମୁହାଁମୁହିଁ

ଲମତାପୁଟ(ଜଗତଜୀବନ କାଞ୍ଚିମ): ପାଣି କୁଣ୍ଡକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଗାଁ ଲୋକ। ଏଥିରେ ସାତ ଗ୍ରାମବାସୀ  ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ। ଲମତାପୁଟ ବ୍ଲକ ଵାଞ୍ଜିଆମ୍ବ ଗାଁରେ ପ୍ରାୟ ୩୦ ପରିବାର ଲୋକ ବସବାସ କରନ୍ତି । ଗାଁରେ ନଳକୂପ ନ ଥିବା ହେତୁ କିଛି ଦୂରରେ ରହିଥିବା ଏକ ଦୂଷିତ କୁଣ୍ଡ ପାଣିକୁ ଲୋକେ ବ୍ୟବହାର କରିଥାନ୍ତି । ଏହି ପାଣି କୁଣ୍ଡକୁ ଲାଗି ଧବନିପୁଟ ଗାଁ […]

lamataput-2-1

lamataput-2-1

Niharika Rout
  • Published: Monday, 06 July 2020
  • Updated: 06 July 2020, 10:47 AM IST

ଲମତାପୁଟ(ଜଗତଜୀବନ କାଞ୍ଚିମ): ପାଣି କୁଣ୍ଡକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଗାଁ ଲୋକ। ଏଥିରେ ସାତ ଗ୍ରାମବାସୀ  ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ।

ଲମତାପୁଟ ବ୍ଲକ ଵାଞ୍ଜିଆମ୍ବ ଗାଁରେ ପ୍ରାୟ ୩୦ ପରିବାର ଲୋକ ବସବାସ କରନ୍ତି । ଗାଁରେ ନଳକୂପ ନ ଥିବା ହେତୁ କିଛି ଦୂରରେ ରହିଥିବା ଏକ ଦୂଷିତ କୁଣ୍ଡ ପାଣିକୁ ଲୋକେ ବ୍ୟବହାର କରିଥାନ୍ତି । ଏହି ପାଣି କୁଣ୍ଡକୁ ଲାଗି ଧବନିପୁଟ ଗାଁ ଲୋକଙ୍କ ଚାଷ ଜମି ରହିଛି । ବର୍ଷା ଯୋଗୁଁ ଚାଷ ଜମିର କାଦୁଅ ପାଣି କୁଣ୍ଡରେ ପ୍ରବେଶ କରୁଥିବା ନେଇ ଵାଞ୍ଜିଆମ୍ବ ଗାଁ ଲୋକେ ଜମିର ହିଡକୁ କାଟି ଦେଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଉତ୍ତ୍ୟକ୍ତ ଧବନିପୁଟ ଗ୍ରାମବାସୀ ଵାଞ୍ଜିଆମ୍ବ ଗାଁ ଭିତରେ ପଶି ଲୋକଙ୍କୁ ମାଡ଼ ମାରିଥିଲେ ଏବଂ ପାଣି ପାଇଁ ଯିବା ରାସ୍ତାକୁ ପଥର ପକାଇ ବନ୍ଦ କରି ଦେଇଥିଲେ ।

ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିବାକୁ ଵାଞ୍ଜିଆମ୍ବ ଗାଁ ଯାଉଥିବା ଖବର ପାଇ ବୁରଡେ଼ଲ ଗାଁ ନିକଟରେ ଧବନିପୁଟ ଗାଁ ଲୋକେ ଜଗି ରହିଥିଲେ। ସେଠାରେ ସେମାନେ ଵାଞ୍ଜିଆମ୍ବ ଗାଁ ଲୋକଙ୍କୁ ମାଡ଼ ମାରି ରକ୍ତାକ୍ତ କରି ଦେଇଥିଲେ । ଏନେଇ ଵାଞ୍ଜିଆମ୍ବ ଗାଁ ଲୋକେ ଧବନିପୁଟ ଗାଁ ଲୋକଙ୍କ ବିରୋଧରେ ମାଛକୁଣ୍ଡ ଥାନାରେ ଅଭିଯୋଗ କରିଛନ୍ତି ।

ଦୀର୍ଘଦିନ ହେଲା ଵାଞ୍ଜିଆମ୍ବ ଓ ଧବନିପୁଟ ଗାଁ ଲୋକଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଛି । ଘଟଣା ସମ୍ପର୍କରେ ତହସିଲଦରଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସମାଧାନ ହେଉନଥିବା ଵାଞ୍ଜିଆମ୍ବ ଗାଁ ଲୋକେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos