ପାଟକୁରାରେ ଇଭିଏମ୍ ଅଦଳବଦଳ ଆଶଙ୍କା: ସୋଶାଲ ମିଡିଆରେ ଭାଇରାଲ ହେଲା ଅଡିଓ ଟେପ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ହରାଇବା ପାଇଁ ଇଭିଏମ୍ ମେସିନ୍ ଅଦଳବଦଳ କରାଯାଇପାରେ। ସୋଶାଲ ମିଡିଆରେ ଘୁରି ବୁଲୁଥିବା ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମଧ୍ୟରେ କଥାବାର୍ତ୍ତାରୁ ଇଭିଏମ୍ ମେସିନ୍ ଅଦଳବଦଳର ଏଭଳି ଷଡ଼ଯନ୍ତ୍ର ରଚାଯାଇଥିବା ଜଣାପଡ଼ିଛି। ଏହି ଦୁଇ ବ୍ୟକ୍ତି କିଏ ସେମାନଙ୍କର ପରିଚୟ ଜଣାପଡ଼ିନଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ଶ୍ରୀ ମହାପାତ୍ରଙ୍କୁ ପରାଜିତ କରିବା ପାଇଁ ବିଜେଡି ଇଭିଏମ୍ ମେସିନ୍ ଅଦଳବଦଳ କରିବାର ଶେଷ ଅସ୍ତ୍ର ଚଳାଇପାରେ ବୋଲି […]

pa

Manoranjan Sial
  • Published: Thursday, 18 July 2019
  • , Updated: 18 July 2019, 10:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ହରାଇବା ପାଇଁ ଇଭିଏମ୍ ମେସିନ୍ ଅଦଳବଦଳ କରାଯାଇପାରେ। ସୋଶାଲ ମିଡିଆରେ ଘୁରି ବୁଲୁଥିବା ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମଧ୍ୟରେ କଥାବାର୍ତ୍ତାରୁ ଇଭିଏମ୍ ମେସିନ୍ ଅଦଳବଦଳର ଏଭଳି ଷଡ଼ଯନ୍ତ୍ର ରଚାଯାଇଥିବା ଜଣାପଡ଼ିଛି। ଏହି ଦୁଇ ବ୍ୟକ୍ତି କିଏ ସେମାନଙ୍କର ପରିଚୟ ଜଣାପଡ଼ିନଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ଶ୍ରୀ ମହାପାତ୍ରଙ୍କୁ ପରାଜିତ କରିବା ପାଇଁ ବିଜେଡି ଇଭିଏମ୍ ମେସିନ୍ ଅଦଳବଦଳ କରିବାର ଶେଷ ଅସ୍ତ୍ର ଚଳାଇପାରେ ବୋଲି କଥାବାର୍ତ୍ତାରୁ ଆଭାସ ମିଳିଛି। ତେବେ ସମ୍ପୃକ୍ତ କଥାବାର୍ତ୍ତାର ବିଶ୍ୱସନୀୟତା ସମ୍ପର୍କରେ 'ଓଡ଼ିଶା ରିପୋର୍ଟର' କୌଣସି ଗ୍ୟାରେଣ୍ଟି ଦେଇପାରିବ ନାହିଁ।

ସୋଶାଲ ମିଡିଆରେ ଘୁରି ବୁଲୁଥିବା ଦୁଇ ଅଜଣା ବ୍ୟକ୍ତିଙ୍କ କଥାବାର୍ତ୍ତାରୁ ଜଣାପଡ଼ିଛି ଯେ, ପାଟକୁରା ନିର୍ବାଚନ ପାଇଁ ଯାଇଥିବା ସମସ୍ତ ଇଭିଏମ୍ ମେସିନ ମଧ୍ୟରୁ ୩୦ଟି ଇଭିଏମ୍ ମେସିନ ଏବେ ରିଜର୍ଭ ରଖାଯାଇଛି। ପାଟକୁରା ଭୋଟରମାନେ ଏବେ ନିରବ ରହିଥିବାରୁ ବିଜେପି ପ୍ରାର୍ଥୀ ଶ୍ରୀ ମହାପାତ୍ରଙ୍କ ସପକ୍ଷରେ ଅଧିକ ଭୋଟ୍ ପଡ଼ିବାର ଆଶଙ୍କା ରହିଛି। ତେଣୁ ଶ୍ରୀ ମହାପାତ୍ରଙ୍କ ସପକ୍ଷରେ ଯେଉଁ ସବୁ ସ୍ଥାନରେ ଭଲ ଭୋଟ୍ ପଡ଼ିଥିବ, ଭୋଟଗ୍ରହଣ ପରେ ସେଠାକାର ଇଭିଏମ୍ ମେସିନକୁ ରିଜର୍ଭ ଥିବା ମେସିନ୍ ସହ ଅଦଳବଦଳ କରାଯାଇପାରେ। ରିଜର୍ଭ ଥିବା ଇଭିଏମ୍ ମେସିନରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଅତିକମରେ ହଜାରେ ଲେଖାଏ ଭୋଟ୍ ଫିଡିଂ କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି ବୋଲି ଏହି ଦୁଇ ବ୍ୟକ୍ତିଙ୍କ କଥାବାର୍ତ୍ତାରୁ ସୂଚନା ମିଳିଛି।

ଅଡିଓ ଟେପ୍ ଅନୁସାରେ କଥାବାର୍ତ୍ତା କରୁଥିବା ଜଣେ ବ୍ୟକ୍ତି ଇଭିଏମ୍ ମେସିନର ସିରିଏଲ୍ ନମ୍ବରକୁ ବିଜେପି ନିଜ ପାଖରେ ରଖି ଭୋଟ୍ ଗଣତି ସମୟରେ ସେହି ସିରିଏଲ୍ ନମ୍ବରଗୁଡ଼ିକୁ ମିଳାଇବା ଦରକାର ବୋଲି ପରାମର୍ଶ ଦେଇଛନ୍ତି। ଏପରିକି ଏହି ସିରିଏଲ୍ ନମ୍ବରକୁ ବି ଏପଟସେପଟ କରାଯାଇପାରେ ବୋଲି ସେ ଆଶଙ୍କା କରିଛନ୍ତି। ଠିକ୍ ବାଟରେ ଭୋଟିଂ ହେଲେ ବିଜୟ ମହାପାତ୍ରଙ୍କୁ ପରାଜିତ କରିବା ସହଜ ହେବନି ବୋଲି ବିଜେଡି ଅନୁଭବ କରୁଥିବାରୁ ଏବେ ଇଭିଏମ୍ ମେସିନ ଅଦଳବଦଳର ରଣନୀତି ଆପଣାଇବାକୁ ନିଷ୍ପତ୍ତି ନେଇଥିବା ଏହି ଅଡିଓ ଟେପରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ନିର୍ବାଚନ ପ୍ରଚାର ଆଜି ସନ୍ଧ୍ୟାରେ ଶେଷ ହୋଇଥିବାବେଳେ ନିର୍ବାଚନମଣ୍ଡଳୀ ବାହାରର ସମସ୍ତ ନେତାଙ୍କୁ ପାଟକୁରା ଛାଡ଼ିବା ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି। ମାତ୍ର ଏହି ନିର୍ଦ୍ଦେଶକୁ ଅଣଦେଖା କରି ରାଜ୍ୟସ୍ତରୀୟ ବିଜେଡି ନେତାମାନେ ପାଟକୁରାରେ ଗଡ଼ ଜଗି ରହିଛନ୍ତି। ୬ରୁ ଅଧିକ ମନ୍ତ୍ରୀ ଓ ୨୦ରୁ ୨୨ଜଣ ବିଧାୟକଙ୍କ ସମେତ ବହୁ ରାଜ୍ୟସ୍ତରୀୟ ବିଜେଡି ନେତା ଏବେବି ପାଟକୁରାରେ ନିର୍ବାଚନ ପ୍ରଚାର କାର୍ଯ୍ୟ ସାରି ଆଜି ଅନ୍ଧାରୀବିଜେ କରିଛନ୍ତି। ବିଜେଡି ନେତାମାନଙ୍କୁ ୨୦ତାରିଖ ପୂର୍ବରୁ ପାଟକୁରା ନଛାଡ଼ିବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଥିବା ସୂଚନା ମିଳିଛି ।

Related story