ଅଟୋ ଚାଳକଙ୍କ ମୃତଦେହ ଠାବ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଳଭଦ୍ରପୁର ଗଣ୍ଡରୁ  ଯୁବକଙ୍କ ମୃତଦେହ ଠାବ ହୋଇଛି।  ମୃତକ ଜଣଙ୍କ ହେଉଛନ୍ତି ଡମରପୁର ଗ୍ରାମର ରଶ୍ମି ରଞ୍ଜନ ଦାସ। ରଶ୍ମି ଅଟୋଚାଳକ ଭାବେ କାର୍ଯ୍ୟ କରୁଥିଲେ।  ଘଟଣାସ୍ଥଳରୁ ତାଙ୍କ ଅଟୋରିକ୍ସା ମଧ୍ୟ ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟାରୁ ରଶ୍ମି  ନିଖୋଜ ଥିଲେ। ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ଥାନାରେ ଏତଲା ଦିଆଯାଇଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।