ବାଇକ୍‌ରେ ଯାଉଥିଲେ ୩ ଜଣ, ପିଟିଦେଲା ଅଟୋ

ଯାଜପୁର(ଓଡ଼ିଶା ରିପୋର୍ଟର): ଏକ ପରିବା ବୋଝେଇ ଅଟୋ ଧକ୍କାରେ ଜଣେ ବାଇକ୍‌ ଆରୋହୀ ମୃତ । ବାଇକ୍‌ରେ ଯାଉଥିବା ଆଉ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏପରି ଦୁର୍ଘଟଣା   ଯାଜପୁର ଟାଉନ ଥାନା ଅର୍ନ୍ତଗତ କିଆନାଳି ଛକଠାରେ ଘଟିଛି । ମୃତକ ହେଲେ ଅନନ୍ତ ନାୟକ । ତାଙ୍କ ଘର ରାଉତରାପୁର ଅଂଚଳରେ ବୋଲି ଜଣାଯାଇଛି।

ସୂଚନା ଅନୁସାରେ,  ଯାଜପୁରରୁ ଷଠିପୁର ଅଭିମୁଖେ ଏକ ପରିବା ବୋଝେଇ ଅଟୋ ଯାଉଥିଲା। ମାତ୍ର କିଆନାଳି ଛକଠାରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ସହ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍‌ରେ ୩ ଜଣ ଥିବା ବେଳେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଉ ଜଣେ  ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟଜଣେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।