ବାଲୁକାକଳା ମାଧ୍ୟମରେ ତମାଖୁ ବର୍ଜନ ପାଇଁ ସଚେତନତା

ପୁରୀ: ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକାକଳା ନିର୍ମାଣ କରିଛନ୍ତି ଆନ୍ତଜାର୍ତୀକ ବାଲୁକା ଶିଳ୍ପୀ ମାନସ ସାହୁ। ୨୦ ଟନ୍ ବାଲିରେ ୧୫ ଫୁଟ ଓସାରର ନିର୍ମୀତ ହୋଇଛି ଏହି ବାଲୁକାକଳା।

ତମାଖୁ ସେବନ ଦ୍ୱାରା ଲଙ୍ଗ୍‌ସ ଜଳି ନଷ୍ଟ ହେବା ସହ ଲୋକେ କିପରି ଯନ୍ତ୍ରଣା ଭୋଗୁଛନ୍ତି ତାହା କଳା ମାଧ୍ୟମରେ ଦର୍ଶାଇଛନ୍ତି ମାନସ।  ଏହି ବାଲୁକାକଳା ମାଧ୍ୟମରେ ନିଜର ବହୁମୂଲ୍ୟ ଜୀବନକୁ ଏପରି ଦୁରାରୋଗରୁ ରକ୍ଷା କରିବା ପାଇଁ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି ସେ।