ସ୍ୱପ୍ନ ଦେଖୁଛନ୍ତି ବାବୁସାନ... ବନିବେ ଗଜନୀ, ବାହୁବଳୀ ଓ ରୋବର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡର ଲୋକପ୍ରିୟ ଚଟପଟା ହିରୋ ବାବୁସାନ ଆଜିକାଲି ଖୁବ୍‌ ସ୍ୱପ୍ନ ଦେଖୁଛନ୍ତି। ସେ ପୁଣି ଯାଇତାଇ ସ୍ୱପ୍ନ ନୁହେଁ, ସ୍ୱପ୍ନ ଦେଖୁଛନ୍ତି ଗଜନୀ, ବାହୁବଳୀ କିମ୍ବା ରୋବର୍ଟ ଭଳି ବହୁଚର୍ଚ୍ଚିତ ତଥା ଜାତୀୟ ସ୍ତରର ବିଗ୍ ବଜେଟ୍‌ ସିନେମାରେ ଅଭିନୟ କରିବେ। ଆଉ ଏ ସୁଯୋଗ ବି ତାଙ୍କୁ ଦେବା ପାଇଁ ତରଙ୍ଗ ସିନେ ପ୍ରଡକ୍ସନ ଚୁକ୍ତିବଦ୍ଧ ହୋଇଛି। ଏ ଖବର ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେଣି। ଭାବୁଥିବେ ବାବୁସାନଙ୍କୁ ହଠାତ ଏ […]

babyshan

babyshan

Rakesh Mallick
  • Published: Thursday, 24 August 2017
  • Updated: 24 August 2017, 06:49 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡର ଲୋକପ୍ରିୟ ଚଟପଟା ହିରୋ ବାବୁସାନ ଆଜିକାଲି ଖୁବ୍‌ ସ୍ୱପ୍ନ ଦେଖୁଛନ୍ତି। ସେ ପୁଣି ଯାଇତାଇ ସ୍ୱପ୍ନ ନୁହେଁ, ସ୍ୱପ୍ନ ଦେଖୁଛନ୍ତି ଗଜନୀ, ବାହୁବଳୀ କିମ୍ବା ରୋବର୍ଟ ଭଳି ବହୁଚର୍ଚ୍ଚିତ ତଥା ଜାତୀୟ ସ୍ତରର ବିଗ୍ ବଜେଟ୍‌ ସିନେମାରେ ଅଭିନୟ କରିବେ। ଆଉ ଏ ସୁଯୋଗ ବି ତାଙ୍କୁ ଦେବା ପାଇଁ ତରଙ୍ଗ ସିନେ ପ୍ରଡକ୍ସନ ଚୁକ୍ତିବଦ୍ଧ ହୋଇଛି। ଏ ଖବର ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେଣି। ଭାବୁଥିବେ ବାବୁସାନଙ୍କୁ ହଠାତ ଏ ନିଶା କାହିଁକି ଓ କେମିତି ଘାରିଲା। ଏବେ ଜାଣନ୍ତୁ ପ୍ରକୃତ ଖବରଟି।
ସତକଥା ହେଉଛି। ତରଙ୍ଗ ସିନେ ପ୍ରଡକ୍ସନର ଆଗାମୀ ପୂଜା ସିନେମା “ହିରୋ ନଂ-୧”ରେ ଅଭିନେତା ବାବୁସାନ ଯେଉଁ ଚରିତ୍ରଟି ପାଇଛନ୍ତି, ତାହାହେଲା ନିମ୍ନ ମଧ୍ୟବିତ୍ତ ପରିବାରର ଜଣେ ଗ୍ରାଜୁଏଟ୍ ଫେଲ୍ ଯୁବକ। ଯାହାର ନାଁ ହେଲା ସଂଜୁ। ସଂଜୁର ଏକମାତ୍ର ସ୍ୱପ୍ନ ହେଲା, ସିନେମାରେ ହିରୋ ହେବ। ସବୁଠୁ ଇଣ୍ଟେରେଷ୍ଟିଂ କଥା ହେଲା, ସଂଜୁର ପ୍ରକୃତ ନାମଟି ବାପା ମାଆ ଦେଇଥିଲେ ଅଲଗା। କିନ୍ତୁ ସିଏ ବାବୁସାନଙ୍କର ଏକ ବଡ଼ ଫ୍ୟାନ୍। ବାବୁସାନଙ୍କ ସବୁ ସିନେମାର ସ୍କ୍ରିନ୍ ନାଁ ସଞ୍ଜୁ ହୋଇଥିବାରୁ ସଂଜୁ ମଧ୍ୟ ନିଜ ନାଁକୁ ଆଫିଡେଭିଟ୍ କରି ବଦଳେଇ ଦେଇଛି।
ସଂଜୁ ମଧ୍ୟ ଦେଖିବାକୁ ଟିକେ ଷ୍ଟାର ବାବୁସାନଙ୍କ ଭଳି। ତେଣୁ ସଞ୍ଜୁର ସ୍ୱପ୍ନ ହେଲା, ସିଏ ବି ବାବୁସାନଙ୍କ ପରି ହିରୋଟାଏ ହେବ। ବାବୁସାନ ସିନା ଖାଲି ଓଲିଉଡ୍ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛନ୍ତି। ସିଏ କିନ୍ତୁ ପୁରା ବଲିଉଡ୍, ଟଲିଉଡ୍ ଓ ହଲିଉଡରେ ରାଜ୍ କରିବ। ସିଏ ସାଜିବ ହିରୋ ନଂ ୱାନ, ସେଥିପାଇଁ ପୋଷ୍ଟରରେ ଥିବା ରଜନୀକାନ୍ତ, ଅମୀର ଖାନ୍ ଓ ପ୍ରଭାସଙ୍କ ଭଳି ବଡ଼ବଡ଼ ଷ୍ଟାରଙ୍କ ଚେହେରାରେ ନିଜ ମୁହଁକୁ ଯୋଡ଼ି ସେ ସବୁବେଳେ ଭାବନା ରାଜ୍ୟରେ ଉଡ଼ି ବୁଲୁଥାଏ। କିନ୍ତୁ ତାକୁ କେହି ଜୁନିଅର ଆର୍ଟିଷ୍ଟ ଭାବେ ବି ସୁଯୋଗ ଦିଅନ୍ତି ନାହିଁ।
ନିଜର ନିଆରା ଅଭିନୟ ଶୈଳୀ ଓ ଚଟପଟା ସ୍ୱାଭାବ ପାଇଁ ଏବେ ଓଲିଉଡରେ ରାଜୁତି କରୁଥିବା ବାବୁସାନ ହେଲେ, ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଦୁଇ ସୁପରଷ୍ଟାର ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ସୁପୁତ୍ର। ତେଣୁ ସ୍ୱାଭାବିକ ଭାବେ ବାବୁସାନଙ୍କୁ ସିନେମା ଦୁନିଆରେ ପ୍ରବେଶ କରିବା ପାଇଁ କେବେବି ଷ୍ଟ୍ରଗଲ୍ କରିବାକୁ ପଡିନି। ତେବେ ଏ କଥା ସତ ଯେ, ତାଙ୍କ ଅଭିନୟ ପ୍ରତିଭା ଯୋଗୁ ତାଙ୍କୁ ହିରୋ ଭାବେ ନେବାକୁ ପ୍ରଡ୍ୟୁସରମାନେ ସବୁବେଳେ ଆଗଭର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos