ମରିଯାଉଥିବା ମଣିଷ ପଣିଆର ନଗ୍ନ କାହାଣୀ: କେଉଁଠି ମାଟିତଳୁ ଜୀବନ୍ତ ଶିଶୁକନ୍ୟା ଉଦ୍ଧାର ତ’ ଆଉ କେଉଁଠି ଛୁଆକୁ ଛାଡ଼ି ଚାଲିଗଲା ମା’
ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ପୁଣି ଅଲୋଡ଼ା ଶିଶୁ କନ୍ୟା । ଭୂମିଷ୍ଠ ହେବାର କେଇ ମୂହୁର୍ତ୍ତ ପରେ ନିଜ ରକ୍ତ ଓ ହୃଦୟର ସବୁ ସମ୍ପର୍କ ତୁଟାଇ କନ୍ୟା ରତ୍ନକୁ ମରଣ ମୁହଁକୁ ଠେଲି ଦେଲା ପରିବାର।  କେବଳ ଏ ଗୋଟିଏ ଘଟଣା ନୁହେଁ।  ଆଉ କେଉଁଠି ଜନ୍ମକଲା ପୁଅକୁ ଅଳିଆ ଗଦାରେ ଫିଙ୍ଗି ଦେଇଛି ତ’ କେଉଁଠି ପୁଅକୁ ଅଜଣା ସ୍ଥାନରେ ଛାଡ଼ି  ଚାଲିଯାଇଛି ମା’। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଦେଖିବାକୁ ମିଳିଛି ଏମିତି ହୃଦୟ ବିଦାରକ ୩ଟି ଘଟଣା।
ରକ୍ତକୁ ବି ଚିହ୍ନିଲାନି ଜନ୍ମକଲା ମା’ । ୧୦ ମାସ ୧୦ ଦିନ ଗର୍ଭରେ ଧରି ବି ବୁଝି ପାରିଲାନି ସନ୍ତାନର ସ୍ନେହ । ଝିଅଟିଏ ଜନ୍ମ ହେବାରୁ ଶେଷରେ ଠେଲିଦେଲା ମରଣ ମୁହଁକୁ।  ସୁନ୍ଦରଗଡ଼ ଜିଲ୍ଲା ଟିକାୟତପଲ୍ଲ୍ଲୀରୁ ଉଦ୍ଧାର ହୋଇଥିବା ଏ କଅଁଳ ଶିଶୁକନ୍ୟା ଆଲୁଅ ଦେଖିବାର ୨୪ ଘଣ୍ଟା ପୁରିନି।  ହେଲେ ତା ପୂର୍ବରୁ ହୋଇଗଲା ଅଲୋଡ଼ା।  ଟିକାୟତପଲ୍ଲୀର ଦୁର୍ଗମ ଜଙ୍ଗଲିଆ ଅଂଚଳର ଏକ ନାଳ ନିକଟରୁ  ଉଦ୍ଧାର ହୋଇଛି ଦୁଇ ଦିନର ଶିଶୁକନ୍ୟା।  ଶିଶୁଟିକୁ ଗତକାଲି କେହି ପୋତି ଦେଇଥିବା ଅନୁମାନ କରାଯାଉଛି।  ଗାଁର କିଛି ଲୋକ କାନ୍ଦ ଶୁଣି, ମାଟି ଭିତରେ ପୋତାଯାଇଥିବା ଶିଶୁଟିକୁ ଆଜି ଉଦ୍ଧାର କରିଥିଲେ।
କଟକ ଜିଲ୍ଲା ବାଙ୍କି ବ୍ରହ୍ମପୁରା ଗାଁର ଘଟଣା ଆହୁରି ହୃଦୟ ବିଦାରକ ।  ଏଠି ଏକ ଶିଶୁପୁତ୍ରକୁ ଅଳିଆ ଗଦାରେ ଫିଙ୍ଗି ଦେଇ ନିଷ୍ଠୁରତାର ସବୁ ସୀମା ଟପି ଯାଇଛନ୍ତି ଆତ୍ମୀୟ । ଦୁନିଆ ଦେଖାଇବାର ମାତ୍ର କେଇ ମୂହୁର୍ତ୍ତ ପରେ ସଦ୍ୟଜାତ ସନ୍ତାନକୁ ଅଲୋଡ଼ା ଭାବି ଫିଙ୍ଗି ଦେଇଛନ୍ତି ସମ୍ପର୍କୀୟ । ଆଜି ସକାଳେ ଶିଶୁଟିକୁ ମୃତ ଅବସ୍ଥାରେ ଉଦ୍ଧାର ପରେ ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ।
ଏଠି ଦେବକୀ ନୁହେଁ ବରଂ ଯଶୋଦା ମା’ କୋଳରେ ଖେଳୁଛି ଅଲୋଡ଼ା ଶିଶୁପୁତ୍ର । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ହାଟ ପଡ଼ଇା ନିକଟ ଶନି ମନ୍ଦିରରୁ ଉଦ୍ଧାର ହୋଇଛି ଅପରିଚିତ ଶିଶୁ।  ଆଜି ଭୋରରୁ ଜଣେ ମହିଳା ଶିଶୁଟିକୁ ମନ୍ଦିର ଭିତରେ ଛାଡ଼ି ଚାଲିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଦୀର୍ଘ ସମୟ ଧରି ଶିଶୁଟି କାନ୍ଦିବା ପରେ ତାକୁ କିଛି କୁକୁର ଘେରି ଅଘଟଣ ଘଟାଇବା ପୂର୍ବରୁ ଜଣେ ସ୍ଥାନୀୟ ବ୍ୟକ୍ତି ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ।
Ordigital Desk
• Published: Saturday, 07 April 2018
• Updated: 07 April 2018, 08:09 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos