ରେଶମ ସହରରୁ ୧୧ ଜୁଆଡି ଗିରଫ, ଲକ୍ଷାଧିକ ଟଙ୍କା ଜବତ

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରେ ପୁଣି ଜୁଆ ଖେଳ। ଖବର ପାଇ ବଡ଼ ବଜାର ଥାନା ପୁଲିସ ଚଢ଼ାଉ କରି ୨ ଲକ୍ଷ ୩୫ ହଜାର ଟଙ୍କ। ଜବତ କରିବା ସହ ୧୧ଜଣଙ୍କୁ ଗିରଫ କରିଛି। ତେବେ ଏହି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନରେ ଚଢ଼ାଉ ଚଳାଇଛି। ହାଉସିଂ ବୋର୍ଡ କଲୋନୀ ନିକଟ କାଳିଆବନ୍ଧ ସାହିରେ ଏକ ଘରେ ଜୁଆ ଖେଳ ଚାଲୁଥିଲା। ଏ ନେଇ ପୁଲିସ […]

b.pur crime

Rakesh Mallick
  • Published: Monday, 10 July 2017
  • , Updated: 10 July 2017, 04:54 PM IST

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରେ ପୁଣି ଜୁଆ ଖେଳ। ଖବର ପାଇ ବଡ଼ ବଜାର ଥାନା ପୁଲିସ ଚଢ଼ାଉ କରି ୨ ଲକ୍ଷ ୩୫ ହଜାର ଟଙ୍କ। ଜବତ କରିବା ସହ ୧୧ଜଣଙ୍କୁ ଗିରଫ କରିଛି। ତେବେ ଏହି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନରେ ଚଢ଼ାଉ ଚଳାଇଛି।

ହାଉସିଂ ବୋର୍ଡ କଲୋନୀ ନିକଟ କାଳିଆବନ୍ଧ ସାହିରେ ଏକ ଘରେ ଜୁଆ ଖେଳ ଚାଲୁଥିଲା। ଏ ନେଇ ପୁଲିସ ଖବର ପାଇ ସେଠାରେ ଚଢଉ କରିଥିଲା। ପୁଲିସ ଘଟଣା ସ୍ଥଳରୁ ଉପରୋକ୍ତ ଟଙ୍କ।, ୩ଟି ତାସ୍ ପେକେଟ୍ ଓ ୧୦ଟି ମେବାଇଲ୍ ଜବତ କରିଛି। ଆଜି ସେମାନଙ୍କୁ ପୁଲିସ କୋର୍ଟ ଚାଲାଣ କରାଯାଇଛି।

Related story