ବହୁ କଂଗ୍ରେସ ନେତା ଓ କର୍ମୀ ଗିରଫ

ଭୁବନେଶ୍ୱର: କଂଗ୍ରେସର ବନ୍ଦ ଡାକରା ଯୋଗୁ ସାରା ରାଜ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି । କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିବା ସହ ରେଳରୋକ କରିଛନ୍ତି । ଅନ୍ୟପକ୍ଷେ ପୋଲିସ ବିଭିନ୍ନ ସ୍ଥାନରୁ ବହୁ କଂଗ୍ରେସ କର୍ମୀ ଓ ନେତାଙ୍କୁ ଗିରଫ କରିଛି । ପୋଲିସ ରଞ୍ଜିବ ବିଶ୍ୱାଳ, ଭକ୍ତ ଦାସ ଓ ସୁରା ରାଉତରାୟଙ୍କୁ ଗିରଫ କରିଛି । ସେହିପରି ଏଜି ଛକରେ ପିକେଟିଂ କରିଥିବା ଯୁବ କଂଗ୍ରେସ ନେତାଙ୍କ […]

ranjib biswal

ranjib biswal

Rakesh Mallick
  • Published: Friday, 26 June 2015
  • Updated: 26 June 2015, 05:15 AM IST

Sports

Latest News

ଭୁବନେଶ୍ୱର: କଂଗ୍ରେସର ବନ୍ଦ ଡାକରା ଯୋଗୁ ସାରା ରାଜ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି । କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିବା ସହ ରେଳରୋକ କରିଛନ୍ତି । ଅନ୍ୟପକ୍ଷେ ପୋଲିସ ବିଭିନ୍ନ ସ୍ଥାନରୁ ବହୁ କଂଗ୍ରେସ କର୍ମୀ ଓ ନେତାଙ୍କୁ ଗିରଫ କରିଛି । ପୋଲିସ ରଞ୍ଜିବ ବିଶ୍ୱାଳ, ଭକ୍ତ ଦାସ ଓ ସୁରା ରାଉତରାୟଙ୍କୁ ଗିରଫ କରିଛି । ସେହିପରି ଏଜି ଛକରେ ପିକେଟିଂ କରିଥିବା ଯୁବ କଂଗ୍ରେସ ନେତାଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଯୁବ କଂଗ୍ରେସ ସଭାପତି ଓ ଛାତ୍ର କଂଗ୍ରେସ ସଭାପତିଙ୍କ ସମେତ ବହୁ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଛି । ଅନ୍ୟପକ୍ଷେ ଏଜି ଛକରେ ବିକ୍ଷୋଭ ବେଳେ କଂଗ୍ରେସ କର୍ମୀମାନେ କିଛି ଗାଡି ଭଙ୍ଗାରୁଜା କରିଥିବା ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos