ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟ୍ୱିଟରରେ ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି।
ଓଡ଼ିଶା, ଓଡ଼ିଶାର ସଂସ୍କୃତି, ଭାସ୍କର୍ଯ୍ୟ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ୨୦୧୭ ମସିହାରେ ଆପତ୍ତିଜନକ ଟ୍ୱିଟ୍ କରିଥିଲେ ଅଭିଜିତ୍।
ଆଉ ଏହାକୁ ନେଇ ବିଧାନସଭାର ଶୂନ୍ୟକାଳରେ ହୋହଲ୍ଲା କରିଥିଲେ ଶାସକ ଦଳର ସଦସ୍ୟ।
ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାଷ୍ଠାନ ହେଉ ବୋଲି ଦଳ ଦାବି କରିଛି। ବିରୋଧୀ ଦଳ ମଧ୍ୟ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛି।
ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ଉପରେ ଅଭିଜିତ୍ ଆୟାର ମିତ୍ରଙ୍କ ବିବାଦୀୟ ମନ୍ତବ୍ୟ ଉପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।
ସେ କହିଛନ୍ତି,ଅଭିଜିତଙ୍କ ମନ୍ତବ୍ୟ ଅପରିପକ୍ୱ। ବୋଧହୁଏ ସେ ବ୍ୟଙ୍ଗ କରିବାକୁ ଚେଷ୍ଟା କରୁଥିଲେ। ଅବଶ୍ୟ କିଛି ଲୋକ ଏହାର ଭୁଲ୍ ବ୍ୟାଖ୍ୟା କରିଛନ୍ତି। ଯେହେତୁ ଧର୍ମ ଓ ସଂସ୍କୃତି ସମ୍ବେଦନଶୀଳ ପ୍ରସଙ୍ଗ, ସେସବୁ କ୍ଷେତ୍ରରେ ବ୍ୟଙ୍ଗ କରିବା ଆଦୌ ଠିକ୍ ନୁହେଁ।
କୋଣାର୍କ ମନ୍ଦିର ଉପରେ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ @PandaJay ଙ୍କ ପ୍ରତିକ୍ରିୟା :
"ଏପରି କରିବା ଅପରିପକ୍ଵତା ଥିଲା। ସେ ହୁଏତ ବ୍ୟଙ୍ଗ କରିବାକୁ ଚେଷ୍ଟା କରୁଥାଇପାରନ୍ତି ଏବଂ ସମ୍ଭବତଃ କିଛି ଲୋକ ଏହାର ଯେଉଁ ନିଷ୍କର୍ସ ବାହାର କଲେ, ତାଙ୍କର ଅର୍ଥ ବା ଅଭିପ୍ରାୟ ଏହାର ବିପରୀତ ଥିଲା। କିନ୍ତୁ, ...
1/2— Baijayant Panda Odia (@Panda_Odia) September 19, 2018
ଏହା ସହିତ ବୈଜୟନ୍ତ ଲେଖିଛନ୍ତି,“ଏହା କହିବା ଅନାବଶ୍ୟକ ଯେ ମୁଁ ଆମ ଐତିହ୍ୟକୁ ନେଇ ଗର୍ବିତ।”
...କିନ୍ତୁ, ଧାର୍ମିକ ଓ ସାଂସ୍କୃତିକ ଭାବନା ସହ ବ୍ୟଙ୍ଗ କରିବା ଠିକ ହୋଇ ନ ଥାଏ, ଯାହାକୁ ସମ୍ବେଦନଶୀଳ ବିଚାର କରାଯାଏ। ଆଉ ନିଶ୍ଚିତ ଭାବେ ଏହା ସ୍ୱାଭାବିକ କଥା ଯେ ମୁଁ ଆମର ପରମ୍ପରା ସଂସ୍କୃତି ଉପରେ ଗର୍ବ କରେ।"
2/2 #Odisha @otvnews @otvkhabar @kanak_news @ZeeKalinga_News @News18Odia @samajalive @sambad_odisha— Baijayant Panda Odia (@Panda_Odia) September 19, 2018
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।