ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡାମାଡ଼ ଘଟଣାକୁ ରାଜନୀତି ଥମୁନି। ପୋଲିସ କାହିଁକି ନିଜଆଡୁ ମାମଲା ରୁଜୁ କରୁନାହିଁ ତାକୁ ନେଇ ସବୁସ୍ତରରେ ପ୍ରଶ୍ନ ଉଠିବାରେ ଲାଗିଛି। ଏନେଇ ଆଜି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ ପୋଲିସ ଉପସ୍ଥିତିରେ ବୈଜୟନ୍ତଙ୍କୁ ଅଣ୍ଡା ମାଡ଼ ହୋଇଛି। ତେଣୁ ପୋଲିସ ନିଜ ଆଡୁ ମାମଲା ରୁଜୁ କରିବା କଥା। FIR ଦେବାର କୌଣସି ଆବଶ୍ୟକତା ନାହିଁ।”
ଏହି ଘଟଣାରେ ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି,“ଦିନେ ଦୁଇ ଦିନ ଭିତରେ ଅନୁଧ୍ୟାନ ରିପୋର୍ଟ ଆସିବ। ତା’ପରେ ସଭାପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।”
ମାହାଙ୍ଗାରେ ଗତ ୩୦ ତାରିଖରେ ପାନୀୟଜଳ ପ୍ରକଳ୍ପ ଉଦଘାଟନ ବେଳେ ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କ ସମର୍ଥମାନେ ବୈଜୟନ୍ତଙ୍କ ଉପରକୁ ଅଣ୍ଡା, ପଥର ଓ ଚପଲ ଫୋପାଡ଼ି ଥିବା ଅଭିଯୋଗ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।