ବୈଷ୍ଣବ ପରିଡ଼ାଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡ଼ାଙ୍କର ପରଲୋକ ହୋଇଛି।  ୭୭ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ଆଜି ସକାଳ ୧୦ଟା ୪୫ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପ୍ରାୟ ବର୍ଷେ ହେବ ସେ କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଗତ ୧୦ ଦିନ ହେବ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବୈଷ୍ଣବ ଜଣେ ଦକ୍ଷ ରାଜନେତା ସହିତ ସାହିତ୍ୟିକ, ସ୍ତମ୍ଭକାର ଓ ସାମାଜିକ କର୍ମୀ ଭାବେ ବେଶ୍ […]

baishnaba

baishnaba

Jitendra Garnayak
  • Published: Thursday, 22 November 2018
  • Updated: 22 November 2018, 03:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡ଼ାଙ୍କର ପରଲୋକ ହୋଇଛି।  ୭୭ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ଆଜି ସକାଳ ୧୦ଟା ୪୫ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ପ୍ରାୟ ବର୍ଷେ ହେବ ସେ କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଗତ ୧୦ ଦିନ ହେବ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ବୈଷ୍ଣବ ଜଣେ ଦକ୍ଷ ରାଜନେତା ସହିତ ସାହିତ୍ୟିକ, ସ୍ତମ୍ଭକାର ଓ ସାମାଜିକ କର୍ମୀ ଭାବେ ବେଶ୍ ଜଣାଶୁଣା ଥିଲେ। ରୁଷ ସାହିତ୍ୟର ୧୦୦ରୁ ଅଧିକ ପୁସ୍ତକ ସେ ଅନୁବାଦ କରିଥିଲେ।  ସେ ୨୦୧୦ରୁ ୨୦୧୬ ପର୍ଯ୍ୟନ୍ତ ସାଂସଦ ଭାବେ ରାଜ୍ୟ ସଭାକୁ ପ୍ରତିନିଧିତ୍ୱ କରିଥିଲେ। ବିଜେଡି ପକ୍ଷରୁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

bparida

ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବା ଲାଗି ଏହି ନେତାଙ୍କ ଅବଦାନ ଅତୁଳନୀୟ ଥିଲା। ଶେଷ ପର୍ଯ୍ୟନ୍ତ ସେ ଏହି ଆନ୍ଦୋଳନ ପୁରୋଧା ଥିଲେ।

ସାମ୍ୟବାଦ ଓ ଧର୍ମନିରପେକ୍ଷତାକୁ ବିଶ୍ୱାସ କରୁଥିବା ଏହି ନେତା ୧୯୪୧ ମସିହାରେ ଯାଜପୁରରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ସିପିଆଇ, ତା’ପରେ କଂଗ୍ରେସ ଓ ପରେ ସମାଜବାଦୀ ପାର୍ଟିରେ ଯୋଗ ଦେବା ପରେ ଶେଷରେ ସେ ବିଜେଡିରେ ଯୋଗ ଦେଇଥିଲେ। ୧୯୬୦ରୁ ୧୯୯୨ ପର୍ଯ୍ୟନ୍ତ ସେ ସିପିଆଇ ସହିତ ଜଡ଼ିତ ଥିଲେ। ସେ କାର୍ଲ ମାକ୍ସଙ୍କ ଆଦର୍ଶର ଜଣେ ବଡ଼ ଅନୁଗାମୀ ଥିଲେ। ପରେ ୧୯୯୩ରେ ସେ କଂଗ୍ରେସରେ ମିଶିଥିଲେ। ୧୯୯୮ରେ କଂଗ୍ରେସ ଛାଡ଼ି ଦେଇଥିଲେ। ୧୯୯୯ରୁ ୨୦୦୮ ପର୍ଯ୍ୟନ୍ତ ସମାଜବାଦୀ ପାର୍ଟିରେ ଥିଲେ। ସମାଜବାଦୀ ପାର୍ଟି ଛାଡ଼ି ସେ ବିଜେଡିରେ ମିଶିଥିଲେ।

https://youtu.be/y6q50sw2is4

ବୈଷ୍ଣବ ପରିଡ଼ାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି, ବୈଷ୍ଣବ ଓଡ଼ିଆ ଭାଷା ସଂସ୍କୃତିର ଜଣେ ମହାନ ଯୋଦ୍ଧା ଥିଲେ।

ଚଳିତ ବର୍ଷ ଜାନୁଆରୀ ମାସରେ ବୈଷ୍ଣବ ପରିଡ଼ା ‘ଓଡ଼ିଶା ରିପୋର୍ଟର’କୁ ଦେଇଥିବା ଏକ ସାକ୍ଷାତକାରରେ କ’ଣ କହିଥିଲେ ଦେଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos