ବୈଷ୍ଣବ କହିଲେ, ଘୋଷିତ ‘ଭାଷା ଆୟୋଗ’ର ଫର୍ମାଟ ଭୁଲ୍

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ପ୍ରତି ୫ ବର୍ଷରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ସହ କଲେଜ ଓ ୟୁନିଭର୍ସିଟିରେ ଓଡ଼ିଆ ସ୍ନାତକ, ସ୍ନାତକୋତ୍ତର ନିଃଶୁଳ୍କ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହ ଓଡ଼ିଆ ଭାଷାରେ ଭଲ ନମ୍ବର ରଖିଲେ ବୃତ୍ତି ସାଙ୍ଗକୁ ଓଡ଼ିଆ ଭାଷା ସାହିତ୍ୟରେ ଗବେଷଣା ପାଇଁ ଅଧିକ ପ୍ରୋତ୍ସାହନ ମିଳିବ। ସବୁ ହାଇସ୍କୁଲରେ ପାଠାଗାର ହେବ ଏବଂ ବହୁଳ ଭାବରେ ଓଡ଼ିଆ ପୁସ୍ତକ ରହିବ। ରାଜ୍ୟ ଭିତର ସରକାରୀ ଉତ୍ସବ ଗୁଡିକ ଓଡ଼ିଆ ଭାଷାରେ ପରିଚାଳନା କରାଯିବ। ପ୍ରତିବର୍ଷ ଜିଲ୍ଲା ଓ ରାଜ୍ୟସ୍ତରରେ ପୁସ୍ତକ ମେଳା ଆୟୋଜନ ହେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ସେହିପରି ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଅଲଗା କରିବା ସମ୍ପର୍କୀତ ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି।</p> <p>କିନ୍ତୁ ସରକାରଙ୍କ ଏହି ନିୟମକୁ ତାଚ୍ଛଲ୍ୟ କରିଛନ୍ତି ପୂର୍ବତନ ସାଂସଦ ବୈଷ୍ଣବ ପରିଡା। &#039;ଓଡିଶା ରିପୋର୍ଟ&#039;କୁ ସାକ୍ଷାତକାର ଦେଇ ସେ କହିଛନ୍ତି-&#039;ପୂର୍ବରୁ ଅନେକ ଆନ୍ଦୋଳନ ହୋଇଛି କିନ୍ତୁ ଭାଷା ଆଇନ କାର୍ଯ୍ୟକାରୀ ହେଲାନାହିଁ। ନାମ ଫଳକ ପରିବର୍ତ୍ତନ ହେଲା ନାହିଁ। ତେଣୁ ଆମ ଭାଷା ଆଜି ଅବହେଳିତ। ଆମେ ଯେତେବେଳେ &#039;ଭାଷା ନାହିଁ ତ ଭୋଟ ନାହିଁ&#039; ସ୍ଲୋଗାନ ଦେଲୁ, ସେତେବେଳେ ସରକାର ଓଡିଆ ଭାଷା ଆଇନ କାର୍ଯ୍ୟକାରୀ କରିବା ପାଇଁ ଯେଉଁ &#039;ଆୟୋଗ&#039; ଆବଶ୍ୟକ ତାକୁ ଘୋଷଣା ନକରି ଆମକୁ ଭଣ୍ଡାଇବା ପାଇଁ ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ &#039;ଭାଷା ଆୟୋଗ&#039; କଲେ। &#039;ଭାଷା ଆୟୋଗ&#039; ଓ &#039;ଭାଷାର ପ୍ରଚାର ପ୍ରସାର ପାଇଁ ଆୟୋଗ&#039; ଦୁଇଟି ଭିନ୍ନ ଭିନ୍ନ ଜିନିଷ। ତେଣୁ ସରକାରଙ୍କ ଭଣ୍ଡାମିକୁ ଜବାବ ଦେବାପାଇଁ ସେ ଭାଷା ନାହିଁ ତ ଭୋଟ ନାହିଁ ବୋଲି କହିଛନ୍ତି।</p>

Ordigital Desk
  • Published: Thursday, 18 January 2018
  • Updated: 18 January 2018, 07:05 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଓ ସଂରକ୍ଷଣ ପାଇଁ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ପ୍ରତି ୫ ବର୍ଷରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ସହ କଲେଜ ଓ ୟୁନିଭର୍ସିଟିରେ ଓଡ଼ିଆ ସ୍ନାତକ, ସ୍ନାତକୋତ୍ତର ନିଃଶୁଳ୍କ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହ ଓଡ଼ିଆ ଭାଷାରେ ଭଲ ନମ୍ବର ରଖିଲେ ବୃତ୍ତି ସାଙ୍ଗକୁ ଓଡ଼ିଆ ଭାଷା ସାହିତ୍ୟରେ ଗବେଷଣା ପାଇଁ ଅଧିକ ପ୍ରୋତ୍ସାହନ ମିଳିବ। ସବୁ ହାଇସ୍କୁଲରେ ପାଠାଗାର ହେବ ଏବଂ ବହୁଳ ଭାବରେ ଓଡ଼ିଆ ପୁସ୍ତକ ରହିବ। ରାଜ୍ୟ ଭିତର ସରକାରୀ ଉତ୍ସବ ଗୁଡିକ ଓଡ଼ିଆ ଭାଷାରେ ପରିଚାଳନା କରାଯିବ। ପ୍ରତିବର୍ଷ ଜିଲ୍ଲା ଓ ରାଜ୍ୟସ୍ତରରେ ପୁସ୍ତକ ମେଳା ଆୟୋଜନ ହେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ସେହିପରି ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଅଲଗା କରିବା ସମ୍ପର୍କୀତ ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି।</p><p>କିନ୍ତୁ ସରକାରଙ୍କ ଏହି ନିୟମକୁ ତାଚ୍ଛଲ୍ୟ କରିଛନ୍ତି ପୂର୍ବତନ ସାଂସଦ ବୈଷ୍ଣବ ପରିଡା। &#039;ଓଡିଶା ରିପୋର୍ଟ&#039;କୁ ସାକ୍ଷାତକାର ଦେଇ ସେ କହିଛନ୍ତି-&#039;ପୂର୍ବରୁ ଅନେକ ଆନ୍ଦୋଳନ ହୋଇଛି କିନ୍ତୁ ଭାଷା ଆଇନ କାର୍ଯ୍ୟକାରୀ ହେଲାନାହିଁ। ନାମ ଫଳକ ପରିବର୍ତ୍ତନ ହେଲା ନାହିଁ। ତେଣୁ ଆମ ଭାଷା ଆଜି ଅବହେଳିତ। ଆମେ ଯେତେବେଳେ &#039;ଭାଷା ନାହିଁ ତ ଭୋଟ ନାହିଁ&#039; ସ୍ଲୋଗାନ ଦେଲୁ, ସେତେବେଳେ ସରକାର ଓଡିଆ ଭାଷା ଆଇନ କାର୍ଯ୍ୟକାରୀ କରିବା ପାଇଁ ଯେଉଁ &#039;ଆୟୋଗ&#039; ଆବଶ୍ୟକ ତାକୁ ଘୋଷଣା ନକରି ଆମକୁ ଭଣ୍ଡାଇବା ପାଇଁ ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ &#039;ଭାଷା ଆୟୋଗ&#039; କଲେ। &#039;ଭାଷା ଆୟୋଗ&#039; ଓ &#039;ଭାଷାର ପ୍ରଚାର ପ୍ରସାର ପାଇଁ ଆୟୋଗ&#039; ଦୁଇଟି ଭିନ୍ନ ଭିନ୍ନ ଜିନିଷ। ତେଣୁ ସରକାରଙ୍କ ଭଣ୍ଡାମିକୁ ଜବାବ ଦେବାପାଇଁ ସେ ଭାଷା ନାହିଁ ତ ଭୋଟ ନାହିଁ ବୋଲି କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos