ବୈତରଣୀ, ସୁବର୍ଣ୍ଣରେଖାରେ ବନ୍ୟା: ୫ ଜିଲ୍ଲା ପ୍ରଭାବିତ

ଭୁବନେଶ୍ୱର: ବୈତରଣୀ ଓ ସୁବର୍ଣ୍ଣରେଖାରେ ଆସିଛି ପ୍ରଥମ ବନ୍ୟା ଜଳ । ଏହାର ପ୍ରଭାବରେ ରାଜ୍ୟର ୫ଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝରର ବହୁ ଅଞ୍ଚଳରେ ବନ୍ୟା ଦେଖାଦେଇଛି । ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀର ଆଖୁଆପଦାଠାରେ ବନ୍ୟାଜଳ ଏବେ ବିପଦ ସଙ୍କେତ ଉପରେ ରହିଛି। ଫଳରେ ଭଣ୍ଡାରୀପୋଖରି ବ୍ଲକର କୁରିଗାଁ, ରହଣିଆ, ଷୋଳମପୁର, ବାଲିପୋଖରୀ ଆଦି ପଞ୍ଚାୟତ ଜଳମଗ୍ନ ହୋଇଛି। ଭଣ୍ଡାରୀପୋଖରୀ ବ୍ଲକ ମାଳଦା ଯାଜପୁର ରାସ୍ତା ବୁଡ଼ି ଯାଇଥିବାରୁ ଏହି ରାସ୍ତାରେ […]

bhadrakh

bhadrakh

Rakesh Mallick
  • Published: Wednesday, 29 July 2015
  • Updated: 29 July 2015, 05:08 PM IST

Sports

Latest News

ଭୁବନେଶ୍ୱର: ବୈତରଣୀ ଓ ସୁବର୍ଣ୍ଣରେଖାରେ ଆସିଛି ପ୍ରଥମ ବନ୍ୟା ଜଳ । ଏହାର ପ୍ରଭାବରେ ରାଜ୍ୟର ୫ଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝରର ବହୁ ଅଞ୍ଚଳରେ ବନ୍ୟା ଦେଖାଦେଇଛି । ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀର ଆଖୁଆପଦାଠାରେ ବନ୍ୟାଜଳ ଏବେ ବିପଦ ସଙ୍କେତ ଉପରେ ରହିଛି। ଫଳରେ ଭଣ୍ଡାରୀପୋଖରି ବ୍ଲକର କୁରିଗାଁ, ରହଣିଆ, ଷୋଳମପୁର, ବାଲିପୋଖରୀ ଆଦି ପଞ୍ଚାୟତ ଜଳମଗ୍ନ ହୋଇଛି। ଭଣ୍ଡାରୀପୋଖରୀ ବ୍ଲକ ମାଳଦା ଯାଜପୁର ରାସ୍ତା ବୁଡ଼ି ଯାଇଥିବାରୁ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଧାମନଗର ବ୍ଲକର ଆନନ୍ଦପୁର, ଖଡ଼ିପଦା, ଷୋହଡ଼ା, ପଧାନୀ, କରଦା ଆଦି ପଞ୍ଚାୟତରେ ପାଣି ପଶିଥିବା ସୂଚନା ମିଳିଛି। ବୈତରଣୀର ଶାଖା ନଦୀ କୋଚିଳାର ରାମରାକୂଳ ନିକଟ ନଦୀବନ୍ଧ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ନଦୀର ଜଳସ୍ତର ବଢୁଥିବାରୁ ଓ କିଛି ସ୍ଥାନରେ ନଦୀବନ୍ଧ ଦୂର୍ବଳ ଥିବାରୁ ଚାନ୍ଦବାଲି ବ୍ଲକର ପ୍ରାୟ ୩ଟି ପଞ୍ଚାୟତ ଓ  ୧୨ଟି ଗାଁ ଲୋକେ ଏବେ ଆତଙ୍କିତ ହୋଇପଡ଼ିଛନ୍ତି। ସେପଟେ ବନ୍ୟା ସ୍ଥିତିର ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିବା ବୈତରଣୀ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି ।

[caption id="attachment_19461" align="aligncenter" width="720"]bls ବନ୍ୟା ପାଣିରେ ବାଲେଶ୍ୱର ଜିଲ୍ଲାରେ ଏକ ଘର ଅଧା ବୁଡି ରହିଛି ।[/caption]

ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀ ବିଭିନ୍ନ ସ୍ଥାନରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଭୋଗରାଇ ବ୍ଲକର ଦହମୁଣ୍ଡା ନିକଟରେ ଏକ ଘାଇ ସୃଷ୍ଟି ହୋଇଛି। ଫଳରେ ମନୁନଗର ଗାଁ ସମେତ ଭୋଗରାଇ ବ୍ଲକର ତଳିଆ ଅଞ୍ଚଳରେ ପାଣି ପଶିଛି। ମନୁନଗର ଗାଁରୁ ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଜଳସେଚନ ବିଭାଗ ତରଫରୁ ଏହି ଘାଇକୁ ମରାମତି କରାଯାଉଛି। ବାଲିଆପାଳ ନିକଟରେ ସୁବର୍ଣ୍ଣରେଖାର ଚରବସ୍ତ ନିକଟରେ ଦାରା ସିଂ ସାହୁ ଓ କାବୁଲା ସାହୁ ନାମକ ଦୁଇଜଣ ବ୍ୟକ୍ତି ଭାସି ଯାଇଛନ୍ତି। ରାଜଘାଟ ନିକଟରେ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ୫ ନମ୍ୱର ଜାତୀୟ ରାଜପଥ ନିକଟରେ ବୁଢାବଳଙ୍ଗ ନଦୀର ଜଳସ୍ତର ମଧ୍ୟ ବିପଦ ସଂକେତ ଉପରେ ରହିଛି। ଜଳକା ନଦୀର ଜଳସ୍ତର ମଧ୍ୟ ବିପଦ ସଂକେତ ଉପରେ ରହିଛି। ଗତକାଲି ସନ୍ଧ୍ୟାରୁ ସୁବର୍ଣ୍ଣରେଖା ନଦୀରେ ଜଳପତ୍ତନ ବୃଦ୍ଧି ପାଇବାରୁ ବସ୍ତା, ଜଳେଶ୍ୱର ଓ ବାଲିଆପାଳ ବ୍ଲକର ଥୋଙ୍ଗଡିହା, ରାମଚନ୍ଦ୍ରପୁର, ଚାଲନ୍ତି, ଧିତପୁରା ଆଦି ଗାଁରେ ବନ୍ୟାଜଳ ପଶିଛି। ଲୋକମାନେ ଘରଛାଡ଼ି ନିରାପଦ ସ୍ଥାନକୁ ଚାଲି ଆସିଛନ୍ତି। ସେହିପରି ଜଳକା ନଦୀ ମଥାନୀଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସମସ୍ତ ବ୍ଲକର ବିଡିଓ ଓ ତହସିଲଦାରଙ୍କୁ ସତର୍କ ରହିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ ଶୁଖିଲା ଖାଦ୍ୟ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଗଚ୍ଛିତ ରଖାଯାଇଛି। ଏନଡିଆରଏଫ ଓ ଓଡ୍ରାଫ ଟିମକୁ ମଧ୍ୟ ପ୍ରସ୍ତୁତ ରଖାଯାଇଥିବା ଜଣାପଡିଛି ।

[caption id="attachment_19383" align="aligncenter" width="640"]jajpur-ganeswarpur ଯାଜପୁର ଜିଲ୍ଲା ଗଣେଶ୍ୱରପୁରଠାରେ ବୈତରଣୀ ନଦୀରେ ସୃଷ୍ଟି ହୋଇଥିବା ଘାଇ ।[/caption]

ଯାଜପୁର ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଜିଲ୍ଲାର ଗଣେଶ୍ୱରପୁରରେ ଘାଇ ସୃଷ୍ଟି ହୋଇଛି। ଫଳରେ ଯାଜପୁର ସହରର କିଛି ଅଞ୍ଚଳକୁ ପାଣି ପଶିଥିବା ଖବର ମିଳିଥିବା ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଘାଇ ମରାମତି ଲାଗି ପଦକ୍ଷେପ ନିଆଯାଇଛି। ଆଖୁଆପଦାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଜିଲ୍ଲାର କିଛି ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ବିଶେଷ କରି ଜିଲ୍ଲାର କୋରେଇ, ଯାଜପୁର ଏବଂ ଦଶରଥପୁର ବ୍ଲକର ଅନେକ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି।

[caption id="attachment_19462" align="aligncenter" width="548"]anandpur କେନ୍ଦୁଝର ଜିଲ୍ଲା ଆନନ୍ଦପୁରଠାରେ ଲୋକମାନେ ବନ୍ୟା ପାଣିରେ ପଶି ରାସ୍ତା ପାର ହେଉଛନ୍ତି ।[/caption]

କେନ୍ଦୁଝର ଜିଲ୍ଲାରେ ବି ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଏହି ଜିଲ୍ଲା ଦେଇ ଯାଇଥିବା ୨୧୫ ନମ୍ୱର ଜାତୀୟ ରାଜପଥର କଟ୍ରାବେଡ଼ାରେ ବନ୍ୟାଜଳରେ ବାଇପାସ୍ ଧୋଇଯିବାରୁ ଘଟଗାଁ ଓ କେନ୍ଦୁଝର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ସୁଆଁପଦା, ବାଲିବରେଇଁ ରାସ୍ତାର ଶଙ୍କରପୁରଠାରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଶାଳଦେଇ ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ହାଟଡିହି ବ୍ଲକର କଳିଗାଁରେ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି।

[caption id="attachment_19463" align="aligncenter" width="720"]baripada (1) ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରତଳି ଅଞ୍ଚଳରେ ବନ୍ୟା ପାଣି ପଶିଛି ।[/caption]

ସେହିପରି ବୁଢ଼ାବଳଙ୍ଗ ନଦୀରେ ହଠାତ୍ ବନ୍ୟା ଆସିବା ଫଳରେ ବାରିପଦା ସହରତଳି ଅଞ୍ଚଳରେ ପାଣି ପଶିଛି। ପାଣି ଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଏମାନଙ୍କୁ ସ୍କୁଲ ଓ ଅନ୍ୟାନ୍ୟ ସ୍ଥାନରେ ରଖାଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ସ୍ଥିତିର ସମୀକ୍ଷା କରିଛନ୍ତି। ସେହିପରି ସାରଶକଣା ବ୍ଲକର କିଛି ଗାଁରେ ମଧ୍ୟ ପାଣି ପଶିଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ମୁକାବିଲା ଲାଗି ପ୍ରସ୍ତୁତି ଚାଲିଛି । ମୁଖ୍ୟମନ୍ତ୍ରୀ ବନ୍ୟା ପରିସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି । ବାରିପଦା ସହରର ୪ଟି ୱାର୍ଡର ପ୍ରଭାବିତ ୨୦୦ ପରିବାରକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଯାଜପୁର ଓ ଆନନ୍ଦପୁରକୁ ଦୁଇଟି ଓଡ୍ରାଫ ୟୁନିଟ ପଠାଯାଇଛି। ଏଥିସହ ଯାଜପୁରରେ ୧୦ଟି, ଆନନ୍ଦପୁରରେ ୭ଟି, ଭଦ୍ରକରେ ୯ଟି, ବାଲେଶ୍ୱରରେ ୯ଟି ଓ ମୟୂରଭଞ୍ଜରେ ୭ଟି କରି ମୋଟ ୪୨ଟି ଡଙ୍ଗ। ଅଗ୍ନିଶମ ବିଭାଗ ପକ୍ଷରୁ ନିୟୋଜିତ କରାଯାଇଛି। ଏହି ୫ ଜିଲ୍ଲାର ପ୍ରଶାସନକୁ ସଜାଗ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଆଜି ରେଙ୍ଗାଲି ଡ୍ୟାମରୁ ପ୍ରଥମ ବନ୍ୟାଜଲ ଛଡାଯିବାର ଥିଲା । ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦେଖି ଏହାକୁ ବାତିଲ କରିଦିଆଯାଛି । ଆଗକୁ ସ୍ଥିତିକୁ ଅନୁଧ୍ୟାନ କରାଯିବା ପରେ ବନ୍ୟାଜଳ ଛଡାଯିବ ବୋଲି ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story