ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରୁ ଗୋଆ ଯାଏ ଲମ୍ବିଛି ବ୍ରଜକାପ୍ତା ଚୋରା ଚାଲାଣ ଲିଙ୍କ । କୁଖ୍ୟାତ ବ୍ରଜକାପ୍ତା ଚାଲାଣକାରୀ ମାଧବଚନ୍ଦ୍ର ପାତ୍ରଙ୍କୁ ପଚରାଉଚରା କରିବା ପରେ ଏନେଇ ତଥ୍ୟ ମିଳିଛି । ସାତକୋଶିଆରୁ ବ୍ରଜକାପ୍ତା ଧରିବା ପରେ ଏହାକୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା। ଢେଙ୍କାନାଳ, ନରସିଂହପୁର ଏବଂ ନୟାଗଡ଼ ଭଳି ଅଞ୍ଚଳରୁ କିଛି ଲୋକଙ୍କୁ ନେଇ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲା ମାଧବଚନ୍ଦ୍ର ।
ଖାଲି ବ୍ରଜକାପ୍ତା ନୁହେଁ ହାତୀ ଦାନ୍ତ ସ୍ମଗଲିଂ ଓ ଜାଲ୍ ନୋଟ୍ କାରବାରରେ ମଧ୍ୟ ବେଶ ସକ୍ରିୟ ଥିଲା ମାଧବ । ଏବେ ମାଧବକୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ବନବିଭାଗ ହାତରେ ଲାଗିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ମାଧବ ସହ ଅନ୍ୟ ୧୦ ଜଣଙ୍କର ଏଥିରେ ସଂପୃକ୍ତି ରହିଛି । ମାଧବଠୁ ତଥ୍ୟ ମିଳିବା ପରେ ଏନେଇ ଖୋଲତାଡ଼ କରୁଛି ବନ ବିଭାଗ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଚାଷୀଙ୍କ ଫସଲ କ୍ଷୟକ୍ଷତି ପାଇଁ ପ୍ରଶାସନିକ କଳକୁ ଦୋଷ ଦେଲେ ନବୀନ, ରାଜନୀତି ବି କଲେ
ବର୍ଷା ନେଇ ଚାଷୀଙ୍କୁ ଆଗୁଆ ସଚେତନ କରାଯାଇନଥିଲା ବୋଲି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ନବୀନ। ‘ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା’ ଦାବି ପ୍ରସଙ୍ଗ ଉଠାଇ ବି କଲେ ରାଜନୀତି।
Politics
ନୂଆବର୍ଷରେ ବିଜେପି-କଂଗ୍ରେସକୁ ମିଳିବେ ନୂଆ ମୁଖିଆ! ନବୀନ ବାଛିପାରନ୍ତି ନୂଆ ସେନାପତି
ବିଜେପିର ସାଂଗଠନିକ ପର୍ବ ଶେଷ ପର୍ଯ୍ୟାୟରେ। ସେପଟେ ପିସିସି ସଭାପତି ପାଇଁ ଦିଲ୍ଲୀ ହାଇକମାଣ୍ଡଙ୍କ ନିଷ୍ପତ୍ତି ଅପେକ୍ଷାରେ କଂଗ୍ରେସ। ନୂଆ କ୍ରାଇସିସ୍ ମ୍ୟାନେଜରଙ୍କୁ ଦାୟିତ୍ୱ ଦେଇପାରନ୍ତି ନବୀନ।
Miscellaneous
ପ୍ରବାସୀ ଭାରତୀୟ ଦେଖିବେ ଓଡ଼ିଶା କଳା ଓ ସଂସ୍କୃତିର ଝଲକ
ଭୁବନେଶ୍ୱର ଜନତା ମୈଦାନରେ ମଇଦାନରେ ୮ରୁ ୧୦ ଯାଏଁ ଚାଲିବ ପ୍ରବାସୀ ଭାରତୀୟ ଦିବସ। ଏହି ମେଗା ସମ୍ମିଳନୀରେ ୭୦ରୁ ଅଧିକ ଦେଶରୁ ପ୍ରାୟ ୭ ହଜାର ଭରତୀୟ ବଂଶୋଦ୍ଭବ ଓ ପ୍ରବାସୀ ଭାରତୀୟ ଯୋଗଦେବେ।
Accident
ଅଟୋ-ବାଇକ୍ ପିଟାପିଟି; ଜଣେ ମୃତ, ୫ ମେଡ଼ିକାଲ୍ରେ
ତେନ୍ତୁଳିଖୁଣ୍ଟି ଥାନା କଣ୍ଟାଗାଁ ଗାଁର ଅଭିମନ୍ୟୁ ମାଝୀଙ୍କ ପରିବାର ଲୋକ ଏକ ଅଟୋରେ ନବରଙ୍ଗପୁର କୋର୍ଟକୁ ଯାଇଥିଲେ। କୋର୍ଟରେ କାମ ସାରିବା ପରେ ସେହି ଅଟୋରେ ସେମାନେ ନିଜ ଗାଁକୁ ଫେରୁଥିଲେ।
Accident
ଗୋଟେ ପରେ ଗୋଟେ ୩ଟି ଗଛରେ ପିଟିହେଲା ଦ୍ରୁତଗାମୀ କାର୍
ଦୁର୍ଘଟଣା ନେଇ ସ୍ଥାନୀୟ ଲୋକ ଲହୁଣିପଡ଼ା ଥାନାକୁ ଖବର ଦେଇଥିଲା। ଅଗ୍ନିଶମ କର୍ମଚାରୀଙ୍କ ସହ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ। କାର ଭିତରେ ଫସିଥିବା ଦେବାଶିଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ।