ବାଞ୍ଝର ଆଖ୍ୟା ଦେଇ ମହିଳାଙ୍କୁ ବନ୍ଦୀ; ଉଦ୍ଧାର କରିବାକୁ ଯାଇଥିବା ଆଇଆଇସିଙ୍କୁ ମାଡ଼

ଉମରକୋଟ: ମହିଳା ସଶକ୍ତିକରଣ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହା ସତ୍ତ୍ୱେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମହିଳା ନିର୍ଯାତନାରେ ଶିକାର ହେଉଛନ୍ତି। ପିଲା ନ ହେବାରୁ ବାଞ୍ଝର ଆଖ୍ୟା ଦେଇ ଘରେ ବନ୍ଦୀ କରି ରଖାଯାଉଛି। ଏପରି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ। ବକଡ଼ାବେଡ଼ା ଗାଁରେ ବାସ କରନ୍ତି ପାର୍ବତୀ ଭଦ୍ରା। ୮ ବର୍ଷ ତଳେ ପାର୍ବତୀଙ୍କର ବିବାହ ହୋଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ପିଲା ହୋଇନଥିଲା। ଫଳରେ ପରିବାର […]

umarakot police

Rakesh Mallick
  • Published: Thursday, 13 April 2017
  • , Updated: 13 April 2017, 11:36 PM IST

ଉମରକୋଟ: ମହିଳା ସଶକ୍ତିକରଣ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହା ସତ୍ତ୍ୱେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମହିଳା ନିର୍ଯାତନାରେ ଶିକାର ହେଉଛନ୍ତି। ପିଲା ନ ହେବାରୁ ବାଞ୍ଝର ଆଖ୍ୟା ଦେଇ ଘରେ ବନ୍ଦୀ କରି ରଖାଯାଉଛି। ଏପରି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ।

ବକଡ଼ାବେଡ଼ା ଗାଁରେ ବାସ କରନ୍ତି ପାର୍ବତୀ ଭଦ୍ରା। ୮ ବର୍ଷ ତଳେ ପାର୍ବତୀଙ୍କର ବିବାହ ହୋଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ପିଲା ହୋଇନଥିଲା। ଫଳରେ ପରିବାର ଲୋକେ ଓ କେତେକ ପଡ଼ୋଶୀ ତାଙ୍କୁ ବାଞ୍ଝ ବୋଲି କହି ଏକ ଘରେ ବନ୍ଦ କରି ରଖିଥିଲେ। ଏ ସମ୍ପର୍କରେ ଖବର ପାଇ ପୋଲିସ ଗାଁରେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିଥିଲେ। ମାତ୍ର ଗାଁ ଲୋକେ ସେମାନଙ୍କ କଥା ଶୁଣି ନଥିଲେ। ପରେ ଉମରକୋଟ ଥାନା ଆଇଆଇସି ବିରେନ୍ଦ୍ର କୁମାର ସେନାପତି ଓ ଏଏସ୍‌ଆଇ ସହଦେବ ଚଣ୍ଡ କିଛି ମହିଳା ପୋଲିସ କର୍ମଚାରୀଙ୍କ ସହାୟତାରେ ପାର୍ବତୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଏଥିରେ ଗାଁ ଲୋକେ ଉତ୍‌କ୍ଷିପ୍ତ ହୋଇ ପୋଲିସ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଆଇଆଇସିଙ୍କ ସମେତ ୩ ପୋଲିସ ଜଣ କର୍ମଚାରୀ ଆହତ ହୋଇଥିଲେ। ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

Related story